କଳିଙ୍ଗା ଘାଟି ଭୂସ୍ଖଳନ ପରେ ନିର୍ମାଣ କାମ ଜାରି, ଅକ୍ଟୋବରରେ ଚାଲିବ ଯାନବାହନ!

କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ଭୁସ୍ଖଳନ ଘଟି ଗତ ୧୬ତାରିଖ ଠାରୁ ୩୦ଫୁଟ ରାସ୍ତା ଧୋଇ ହୋଇଯାଇଥିବା ଯୋଗୁଁ ୧୧ଦିନ ହେଲା ଦକ୍ଷିଣ ଓଡିଶାରୁ ପଶ୍ଚିମ ଓଡିଶା ସମେତ କନ୍ଧମାଳ ଜିଲ୍ଲାକୁ ଗମନାଗମନ ସମ୍ପୂର୍ଣ୍ଣ ଠପ ହୋଇଯାଇଛି।

New Project (24)

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ଭୁସ୍ଖଳନ ଘଟି ଗତ ୧୬ତାରିଖ ଠାରୁ ୩୦ଫୁଟ ରାସ୍ତା ଧୋଇ ହୋଇଯାଇଥିବା ଯୋଗୁଁ ୧୧ଦିନ ହେଲା ଦକ୍ଷିଣ ଓଡିଶାରୁ ପଶ୍ଚିମ ଓଡିଶା ସମେତ କନ୍ଧମାଳ ଜିଲ୍ଲାକୁ ଗମନାଗମନ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ପୁଣି ଥରେ ପୁର୍ନଅବସ୍ଥା ଫେରାଇ ଆଣିବାକୁ ଏଠାରେ ଯୁଦ୍ଧକାଳୀନ ଭିତ୍ତିରେ ଘାଟି ରାସ୍ତା କାର୍ଯ୍ୟ ଚାଲୁରହିଛି। ପୁନର୍ବାର ୨୨ତାରିଖ ଦିନ ପୁଣି ସେଇ ସ୍ଥାନରେ ଭୁସ୍ଖଳନ ଘଟି ପୁଣି ପାହାଡ଼ ଶିଖରରୁ ମାଟି ପଥର ଖସିବା ଯୋଗୁଁ କାର୍ଯ୍ୟରେ ବାଧା ଉପୁଜିଥିଲା। ବର୍ତମାନ ମଧ୍ୟ ସେଇ ସ୍ଥାନରେ ତିନି ଗୋଟି ବଡ଼ବଡ଼ ପଥର ବିପଦ ସଂକୁଳ ଅବସ୍ଥାରେ ଝୁଲି ରହିଛି। କେତେବେଳେ କେମିତି ବିପଦ ଆସିବ କହି ହେଉନି। ତଥାପି କାର୍ଯ୍ୟ ଚାଲିଛି।

ରାସ୍ତା ନିର୍ମାଣ କରି ସେଇ ରାସ୍ତାରେ କାର୍ଯ୍ୟ କରୁଥିବା ଠିକା କମ୍ପାନିର ଗାଡି ପରୀକ୍ଷା ମୂଳକ ଭାବେ ଚଳାଚଳ କରିଛି। ଧୋଇ ହୋଇଯାଇଥିବା ରାସ୍ତାରେ କାମ ଚଳା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଘାଟିର ଗୋଟିଏ ପାଖ ପଥର ବ୍ଳାଷ୍ଟିଂ କରି ରାସ୍ତା ନିର୍ମାଣ କରିବା ସହ ଅପର ପାର୍ଶ୍ଵରେ ଗାର୍ଡ ୱାଲ ନିର୍ମାଣ ସହ ରାସ୍ତାରେ ଆଜି କଂକ୍ରିଟ ଢ଼ଳେଇ କାର୍ଯ୍ୟ ଚାଲିଥିବା ବେଳେ ସ୍ଥାନୀୟ ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଉପସ୍ଥିତ ବିଭାଗୀୟ ଅଧିକାରୀ ଏବଂ ଠିକା କମ୍ପାନିର ଅଧିକାରୀମାନଙ୍କ ସହ କାର୍ଯ୍ୟର ଅଗ୍ରଗତି ଏବଂ ବର୍ତମାନ ଭୁସ୍ଖଳନ ସ୍ଥଳରେ ପାହାଡ଼ ଉପରେ ଅଟକି ରହିଥିବା ବଡ଼ବଡ଼ ପଥର କିଭଳି ବାହାର କରାଯାଇ ସୁରକ୍ଷିତ ଭାବେ ଯାନବାହନ ଚଳାଚଳ କରିପାରିବ ତା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କହିବା ସହ ଅତିଶୀଘ୍ର ଏହି ରାସ୍ତାରେ କିଭଳି ଯାନବାହନ ଯାତାୟତ କରିବ ତା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ କହିଥିଲେ।

ଜାତୀୟ ରାଜପଥ ପକ୍ଷରୁ କାର୍ଯ୍ୟ ସ୍ଥଳରେ ଉପସ୍ଥିତ ଯନ୍ତ୍ରୀଙ୍କ କହିବା ମୁତାବକ ବର୍ତ୍ତମାନ ରାସ୍ତାରେ ଗାଡ଼ି ଚଳାଚଳ ନିମନ୍ତେ ପ୍ରସ୍ତୁତ ହୋଇଛି ପରୀକ୍ଷାମୂଳକ ଭାବେ ଗାଡି ଚଳାଚଳ କରି ଦେଖି ସାରିଲୁଣି। କଂକ୍ରିଟ ପଡୁଛି ଉପରୁ ପଡୁଥିବା ପାଣି ନିଷ୍କାସନ ବ୍ୟବସ୍ଥା କରାଯାଇଛି। ଉପରେ ଅଟକି ରହିଥିବା ବଡ଼ ବଡ଼ ପଥର କିଭଳି ତଳକୁ ଖସାଯିବ ତାର ବ୍ୟବସ୍ଥା ଚାଲିଛି ଦୁଇଟି ଟିମ ଆସି ବୁଲି ଗଲେଣି ଆଉ ଏକ ଟିମ ବାହାର ରାଜ୍ୟରୁ ଆସି ଘଟଣା ସ୍ଥଳ ବୁଲି ତାର ସମୀକ୍ଷା କରି ରିପୋର୍ଟ ପ୍ରଦାନ କଲେ ସେଇ ଅନୁସାରେ କାର୍ଯ୍ୟ କରାଯିବ। ଅକ୍ଟୋବର ମାସ ପ୍ରଥମ ସପ୍ତାହ ପରେ ଯାତାୟତ ନିମନ୍ତେ ରାସ୍ତା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବ।

ବର୍ତ୍ତମାନ ଆବଶ୍ୟକ ପଡିଲେ ଜରୁରୀକାଳୀନ ସେବା ଗାଡି ପ୍ରଶାସନ ଏବଂ ପୁଲିସର ଅନୁମତିରେ ଚାଲିଲେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ।ଘାଟି ରାସ୍ତା ବନ୍ଦ ହୋଇଯିବା ଫଳରେ ଯାତ୍ରୀବାହୀ ବସ୍‌ଗୁଡିକ ଚକାପାଦ ଦେଇ ବୁଲି ବୁଲି ଦୀର୍ଘ ୫୫କିମି ଅଧିକ ରାସ୍ତା ଅତିକ୍ରମ କରୁଥିବା ବେଳେ ସମସ୍ତେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗାଡ଼ି ଚାଳକ ସମୟକୁ ନେଇ ଚିନ୍ତିତ ଥିବା ବେଳେ ଯାତ୍ରୀମାନେ ଭଡା ଅଧିକ ସହ ଅଧିକ ସମୟ ଲାଗୁଥିବା ବେଳେ ମାଲବାହୀ ଟ୍ରକ ଚକାପାଦ ରାସ୍ତାରେ ଯାତାୟତ ନିମନ୍ତେ ସୁରକ୍ଷିତ ମଣୁନାହାନ୍ତି କାରଣ ଚକାପାଦ ଘାଟିରେ ମାଲବହି ଟ୍ରକ ରେ ଅଧିକ ମାଲ ଥିଲେ ଟ୍ରକ ଉଠୁନଥିବା କହିଛନ୍ତି।୧୬ତାରିଖ ଠାରୁ ଚକାପାଦ ରାସ୍ତାରେ ଗାଡିମଟର ଅଧିକ ଯାତାୟତ କରିବା ଯୋଗୁଁ ସେଇ ରାସ୍ତା ବି କିଛି ସ୍ଥାନରେ ବିପଦ ସଂକୁଳ ଅବସ୍ଥାରେ ଥିବା ଗାଡ଼ିଚାଳକମାନେ କହିଛନ୍ତି।

 Kalinga ghati | Kandhamal 

ରିପୋର୍ଟ: ସମୀର କୁମାର ପାଢ଼ୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe