କଳିଙ୍ଗା ଘାଟି ଭୂସ୍ଖଳନ ସ୍ଥଳରେ ପୁଣି ଧୋଇଗଲା ୨୫ଫୁଟ ସିମେଣ୍ଟ କଂକ୍ରିଟ ରାସ୍ତା

Advertisment

କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଧୋଇ ହୋଇଯିବା ଘଟଣାକୁ ଆଜି ୨୮ଦିନ ବିତିଗଲା। ରାସ୍ତା ନିର୍ମାଣ ଚାଲିଛି। କିନ୍ତୁ ବର୍ଷା ତୁହାକୁ ତୁହା ହେଉଥିବା ବେଳେ ଦୁଇ ଦୁଇ ଥର ସେଇ ଗୋଟିଏ ସ୍ଥାନରେ ଭୂସ୍ଖଳନ ଦେଖାଯାଇଛି।

କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଧୋଇ ହୋଇଯିବା ଘଟଣାକୁ ଆଜି ୨୮ଦିନ ବିତିଗଲା। ରାସ୍ତା ନିର୍ମାଣ ଚାଲିଛି। କିନ୍ତୁ ବର୍ଷା ତୁହାକୁ ତୁହା ହେଉଥିବା ବେଳେ ଦୁଇ ଦୁଇ ଥର ସେଇ ଗୋଟିଏ ସ୍ଥାନରେ ଭୂସ୍ଖଳନ ଦେଖାଯାଇଛି।

kalinga

ଘୁ.ଉଦୟଗିରି: କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଧୋଇ ହୋଇଯିବା ଘଟଣାକୁ ଆଜି ୨୮ଦିନ ବିତିଗଲା। ରାସ୍ତା ନିର୍ମାଣ ଚାଲିଛି। କିନ୍ତୁ ବର୍ଷା ତୁହାକୁ ତୁହା ହେଉଥିବା ବେଳେ ଦୁଇ ଦୁଇ ଥର ସେଇ ଗୋଟିଏ ସ୍ଥାନରେ ଭୂସ୍ଖଳନ ଦେଖାଯାଇଛି। ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ପ୍ରବଳ ବର୍ଷାକୁ ପ୍ରଖର ଜଳସ୍ରୋତ ପାହାଡ଼ରୁ ଖସିବା ଯୋଗୁଁ ରାସ୍ତା କାର୍ଯ୍ୟରେ ବାରମ୍ବାର ବ୍ୟାଘାତ ଦେଖାଯାଉଛି।

ଗତକାଲି ରାସ୍ତା ନିର୍ମାଣ କାର୍ଯ୍ୟ ସମାପ୍ତ ହେବାକୁ ଥିବା ବେଳେ ସନ୍ଧ୍ୟାରେ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଉପରେ ପ୍ରଖର ଜଳସ୍ରୋତରେ ନବନିର୍ମିତ ୨୫ଫୁଟ ସିମେଣ୍ଟ କଂକ୍ରିଟ ରାସ୍ତା ଧୋଇ ହୋଇଯାଇଛି। ଆଜି ପୁଣି ସେଇ ୨୫ଫୁଟ ରାସ୍ତା ଜେସିବି ସାହାଯ୍ୟରେ ବାହାର କରି ପୁନର୍ବାର ଏକ ଫୁଟ ସିମେଣ୍ଟ କଂକ୍ରିଟ ଢ଼ଳେଇ କରାଯାଇଛି। ଏହାପରେ ଦୁଇଦିନ ଶୁଖିବା ପାଇଁ ଛାଡ଼ି ଦିଆଯିବ। ତାପରେ ପାହାଡ଼ ଉପରେ ବିପଦ ଶଙ୍କୁଳ ଅବସ୍ଥାରେ ଝୁଲି ରହିଥିବା ବଡ଼ବଡ଼ ପଥର ଗୁଡ଼ିକ ବ୍ଳାଷ୍ଟିଂ କରାଯାଇ ତଳକୁ ଖସାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।

କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟଣାକୁ ୨୮ ଦିନ ଅତିକ୍ରମ କରିଛି। ଏଠାରେ ନିର୍ମାଣ କାମ ଜାରି ଥିବା ବେଳେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଉଛି। ଫଳରେ ନିର୍ମାଣ କାମ ଆଗକୁ ବଢ଼ିପାରୁ ନାହିଁ।

ଦୀପାବଳିରେ କଳିଙ୍ଗା ଘାଟି ରାସ୍ତାରେ ସ୍ୱାଭାବିକ ଭାବେ ଯାନବାହାନ ଯାତାୟତ କରିବା ନେଇ ସମ୍ଭାବନା ରହିଛି। କଳିଙ୍ଗା ଘାଟି ରାସ୍ତା ବନ୍ଦ ହୋଇଯିବା ଯୋଗୁଁ ଗଞ୍ଜମ ଓ କନ୍ଧମାଳ ଜିଲ୍ଲା ସୀମା ଦୁର୍ଗାପ୍ରସାଦ ଏବଂ କଳିଙ୍ଗାର ଶହଶହ ବ୍ୟବସାୟୀ ଏବେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ହୋଟେଲ ଓ ଢ଼ାବାରେ ରହି କାମ କରୁଥିବା କାରିଗର ହେଲପରମାନେ ରୋଜଗାର ହରେଇ ପରିବାର ପ୍ରତିପୋଷଣ ପାଇଁ ଦାଦନ ମୁଁହା ହେଲେଣି। କିଛି ବ୍ୟବସାୟୀ ମଧ୍ୟ ନିଜ ବ୍ୟବସାୟ ବନ୍ଦ ହୋଇଯିବା ପରେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଗଲେଣି। ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଦାବି ହୋଇଛି।

Kalinga ghati | Kandhamal 

ରିପୋର୍ଟ: ସମୀର କୁମାର ପାଢ଼ୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe