କନ୍ଧମାଳ: ଗୋଚ୍ଛାପଡ଼ା ଥାନା ପୁଲିସ ଶନିବାର ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ପୁଲିସ କହିଛି, କତ୍ରିଙ୍ଗା ଗାଁର ୧୯ ବର୍ଷୀୟ ଯୁବତୀ ଶ୍ରାବଣୀ ଭୋଇ ଚଳିତ ଅକ୍ଟୋବର ୧୬ରୁ ନିଖୋଜ ଥିଲେ। ଘଟଣା ଦିନ ଶ୍ରାବଣୀ ନିଜ ମା’ ସହିତ ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲରୁ ଫେରିବା ପରେ ସନ୍ଧ୍ୟାରେ ପୁଣି ଥରେ ୪୦୦ ଟଙ୍କା ନେଇ ଘରୁ ଏକାକୀ କୁଆଡେ ଯାଇଥିଲେ ଆଉ ଫେରି ନଥିଲେ।
/sambad/media/post_attachments/wp-content/uploads/2018/10/bata-150x300.jpg)
ପରିବାର ଲୋକେ ଆଖପାଖ ଅଞ୍ଚଳରେ ବହୁ ଖୋଜା ଖୋଜି କରିବା ପରେ ଯୁବତୀଙ୍କୁ ନ ପାଇବାରୁ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଶ୍ରାବଣୀର ମୃତଦେହକୁ ନେଡିପଙ୍ଗା ଜଙ୍ଗଲର ପାହାଡ ଉପରେ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି। ପୁଲିସ ଘଟଣାର ତଦନ୍ତ କରୁଛି।
Follow Us