ଆଦିବାସୀ ମହିଳାଙ୍କୁ ଅମାନୁଷିକ ହତ୍ୟା, ମୃତଦେହ ଉଦ୍ଧାର

Advertisment
ଆଦିବାସୀ ମହିଳାଙ୍କୁ ଅମାନୁଷିକ ହତ୍ୟା, ମୃତଦେହ ଉଦ୍ଧାର

ଘୁ. ଉଦୟଗିରି/କନ୍ଧମାଳ: ଘୁ. ଉଦୟଗିରି ଥାନା ଅନ୍ତର୍ଗତ ମାଳିକାପଡ଼ି ଗ୍ରାମପଞ୍ଚାୟତର ବତୀଙ୍ଗିଆ ନେଡ଼ିନାଜୁରେ ଜଣେ ବିବାହିତ ଆଦିବାସୀ ମହିଳାଙ୍କୁ ଅତି ନୃଶଂଶ ଭାବରେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ହତ୍ୟା ପରେ ଶବକୁ ପୋଡ଼ି ଦେଇ ଦୁଷ୍କର୍ମକାରୀ ଫେରାର ହୋଇଯାଇଛି। ବିଶେଷ ସୂତ୍ରରୁ ସୂଚନା ପାଇ ଏସଡିପିଓ ଇତିକାନ୍ତ ମହାପାତ୍ର, ଆଇଆଇସି ବାଳକୃଷ୍ଣ ପୁଲିସ ଟିମ୍‌ ସହିତ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମହିଳାଙ୍କୁ ପ୍ରଥମେ ଦୁଷ୍କର୍ମ କରାଯାଇ ପରେ କିରାସିନିି ଢ଼ାଳି ନିଆଁ ଲଗାଇ ଦିଆଯାଇଛି।

publive-image

ପୁଲିସର ତଦନ୍ତରୁ ଯାହା ଜଣାପଡୁଛି, ହାସିନା ପ୍ରଧାନ(୨୮) ବୁଧବାର ସକାଳୁ ନିଜ ଘର ବାରଣ୍ଡାରେ ନିଆଁ ପୋଉଥିବା ବେଳେ ଜଣେ ଯୁବକ ଘରକୁ ପ୍ରବେଶ କରିଥିଲା। ଏହି ସମୟରେ ସେ ମହିଳାଙ୍କୁ ଘର ଭିତରକୁ ଘୋଷାରି ଘୋଷାରି ନେଇ ଦୁଷ୍କର୍ମ କରିଥିଲା। ପରେ ହତ୍ୟା କରି ଫେରାର ହୋଇ ଯାଇଥିଲା।

publive-image

ବିବାହିତ ଯୁବତୀଙ୍କ ସ୍ୱାମୀ ତାମିଲନାଡୁର ଚେନ୍ନାଇର ଏକ କମ୍ପାନୀରେ ଦାଦନ କାମ କରନ୍ତି। ମହିଳା ଘରେ ଏକାକୀ ଥିବାର ସୁଯୋଗ ନେଇ ଯୁବକ ଘରକୁ ପ୍ରବେଶ କରିଥିଲା। ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ନେଇ ଘଟଣାର ତଦନ୍ତ କରୁଛି। ସନ୍ଧାନୀ କୁକୁର ପଡ଼ୋଶୀ ଏକ ଘରକୁ ଯାଇଥିଲା। ଯେଉଁ ଘରକୁ ସନ୍ଧାନୀ କୁକୁର ଯାଇଥିଲା ସେହି ଘରର ଯୁବକ ଫେରାର ଅଛି। ଏଣୁ ପୁଲିସର ସନ୍ଦେହ ବଢ଼ିଯାଇଛି। ପୁଲିସ ବିଭିନ୍ନ ପ୍ରମାଣକୁ ଆଧାର କରି ଘଟଣାର ତଦନ୍ତ ଜାରି ରଖିଛି।

ପୁଲିସ ମୃତଦେହକୁ ଉଦ୍ଧାର କରି ତହସିଲଦାର ଧରଣୀଧର ବେହେରାଙ୍କ ଉପସ୍ଥିତିରେ ଶବ ପଞ୍ଚନାମା କରିଛି। ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁବାର ଶବ ବ୍ୟବଚ୍ଛେଦ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe