Human skeleton recovered from forest in Kandhamal district. Photograph: (sambad.in)
ଚକାପାଦ: ଘଞ୍ଚ ଜଙ୍ଗଲ ଭିତରୁ ଏକ ନର କଙ୍କାଳ ଉଦ୍ଧାର ହୋଇଛି। କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅନ୍ତର୍ଗତ ପସରା ପଞ୍ଚାୟତ ବରପାଲି ଗ୍ରାମପଞ୍ଚାୟତ ନିକଟସ୍ଥ ହାତୀବାଡ଼ି ଜଙ୍ଗଲରୁ ଏହି ନର କଙ୍କାଳ ଉଦ୍ଧାର ହୋଇଛି। ଗ୍ରାମବାସୀଙ୍କ କହିବା ଅନୁସାରେ ମୃତ ବ୍ୟକ୍ତିଙ୍କର ନାମ କିଶୋର ଚନ୍ଦ୍ର ପ୍ରଧାନ (୬୫)। ନର କଙ୍କାଳକୁ ପୁଲିସ ଉଦ୍ଧାର କରିଥିବା ବେଳେ ତଦନ୍ତ ଜାରି ରହିଛି।
ପୁଲିସର ସୂଚନା ଅନୁସାରେ କିଶୋର ଚନ୍ଦ୍ର ଜଣେ ମାନସିକ ରୋଗୀ। ଏହା ପୂର୍ବରୁ ମଧ୍ୟ ସେ ବାରମ୍ବାର ଘରୁ ବାହାରକୁ ପଳାଇ ଯାଉଥିଲେ ଏବଂ ପୁଣି କିଛି ଦିନ ପରେ ଘରକୁ ଫେରି ଆସୁଥିଲେ। କିନ୍ତୁ ଗତ ଅକ୍ଟୋବର ମାସ ୫ ତାରିଖରୁ ଠାରୁ ସେ ନିଖୋଜ ହୋଇଥିବା ବେଳେ ଆଉ ଘରକୁ ଫେରିନଥିଲେ। ଏହାପରେ ତାଙ୍କ ପୁଅ ସାରଥି ପ୍ରଧାନ ୮/୧୦ ତାରିଖରେ ଥାନାରେ ବାପା ନିଖୋଜ ହୋଇଥିବା ନେଇ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରିଥିଲା।
ଦେଢ଼ମାସ ପରେ ମୃତଦେହ ଉଦ୍ଧାର
ଥାନାରେ ମାମଲା ରୁଜୁ ହୋଇଥିଲା ବେଳେ ଉକ୍ତ ଗ୍ରାମର ଲୋକେ ବ୍ୟକ୍ତିଗତ କାମରେ ହାତୀବାଡ଼ି ଜଙ୍ଗଲକୁ ଯାଇଥିବା ବେଳେ କଙ୍କାଳ ପଡ଼ିଥିବାର ଦେଖିଥିଲେ। ପ୍ରାୟ ଦେଢମାସ ପରେ ଗାଁ ନିକଟ ଜଙ୍ଗଲରୁ ମୃତଦେହ ଠାବ ହୋଇଥିବାରୁ ଅନେକ ଲୋକ କିଶୋର ଚନ୍ଦ୍ରଙ୍କର ମୃତଦେହ ହୋଇଥିବା ସନ୍ଦେହ କରିଥିଲେ। ସାରଥି ପ୍ରଧାନ ମଧ୍ୟ ଏହି ମୃତଦେହ ନିଜ ବାପାଙ୍କର ବୋଲି ଚିହ୍ନଟ କରିଥିଲେ। ସେ ଏନେଇ ଚକାପାଦ ପୁଲିସକୁ ଖବର ଦେଇଥିଲେ।
ଆହୁରି ପଢ଼ନ୍ତୁ: Puri Stamped: ପୁରୀ ରଥଯାତ୍ରା ଦଳାଚକଟା ମାମଲା: କଂଟ୍ରୋଲ୍ ରୁମ୍ ଦାୟିତ୍ବରେ ଥିବ ଏସିଏଫ୍ଙ୍କୁ ନୋଟିସ୍
ରିପୋର୍ଟରେ ଜଣାପଡ଼ିବ କାରଣ!
ଏହାପରେ ଘଟଣାସ୍ଥଳରେ ଚକାପାଦ ପୁଲିସ ପହଞ୍ଚି କିଶୋର ଚନ୍ଦ୍ର ପ୍ରଧାନର କଙ୍କାଳକୁ ଜବତ୍ କରିଛି। ଏପଟେ ମୃତ୍ୟୁ କିଶୋର ଚନ୍ଦ୍ରଙ୍କୁ ହତ୍ୟା ନା ଆତ୍ମହତ୍ୟା ସନ୍ଦେହ କରାଯାଉଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ହିଁ ଜଣାପଡ଼ିବ ବୋଲି ଥାନା ଅଧିକାରୀ ଲଳିତ ମୋହନ ସାଗର ସୂଚନା ଦେଇଛନ୍ତି।
ଆହୁରି ପଢ଼ନ୍ତୁ: Father Killed Daughter: ପୁଅ ଆଶାରେ ଦେଢ଼ ବର୍ଷର ଝିଅକୁ ନଦୀରେ ଫିଙ୍ଗିଦେଲା ବାପା
Follow Us