ଅନୁଭୂତ ହେଲା ଶୀତ; କୁହୁଡ଼ି ଯୋଗୁଁ ପର୍ବତ-ଜଙ୍ଗଲର ବଢୁଛି ସୌନ୍ଦର୍ଯ୍ୟ

Advertisment

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହୋଇଛି। କିଛି ବର୍ଷ ହେଲା ଓଡ଼ିଶାର ସବୁଠାରୁ କମ୍‌ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ପରିଚିତି ଘୁ.ଉଦୟଗିରି ସହର ଚଳିତ ବର୍ଷ ବିଳମ୍ବରେ ଶୀତ ର ଆଗମନ ହୋଇଛି।

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହୋଇଛି। କିଛି ବର୍ଷ ହେଲା ଓଡ଼ିଶାର ସବୁଠାରୁ କମ୍‌ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ପରିଚିତି ଘୁ.ଉଦୟଗିରି ସହର ଚଳିତ ବର୍ଷ ବିଳମ୍ବରେ ଶୀତ ର ଆଗମନ ହୋଇଛି।

fog

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହୋଇଛି। କିଛି ବର୍ଷ ହେଲା ଓଡ଼ିଶାର ସବୁଠାରୁ କମ୍‌ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ପରିଚିତି ଘୁ.ଉଦୟଗିରି ସହର ଚଳିତ ବର୍ଷ ବିଳମ୍ବରେ ଶୀତ ର ଆଗମନ ହୋଇଥିବା ବେଳେ ସକାଳୁ କୁହୁଡ଼ି ପଡିବା ଆରମ୍ଭ ହୋଇଯାଇଛି। ରାତି ବଢ଼ିଲେ କୁହୁଡ଼ି ପଡ଼ିବା ଆରମ୍ଭ ହେଉଛି। 

ବଡ଼ି ଭୋରରୁ ସାରା ଅଂଚଳ କୁହିଡ଼ିମୟ ହେବା ଦେଖିବାକୁ ମିଳୁଛି। ରାସ୍ତାରେ ଯାତାୟାତ କରୁଥିବା ଯାନବାହନଗୁଡ଼ିକ କୁହୁଡି ଯୋଗୁଁ ସତର୍କତାର ସହ ଗାଡ଼ି ଚଳାଉଥିବା ବେଳେ ସ୍ଥାନୀୟ ବାସିନ୍ଦା ବଡ଼ିଭୋରରୁ ଉଠି ସକାଳ ଭ୍ରମଣ ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ ମଧ୍ୟ କରୁଛନ୍ତି। ରାସ୍ତାକଡ଼ରେ ଉଚ୍ଚ ପର୍ବତ ଜଙ୍ଗଲ ରହିଥିବା ବେଳେ କୁହୁଡ଼ି ଯୋଗୁଁ ବାଦଲ ଏହି ପାହାଡ଼ ପର୍ବତ ଜଙ୍ଗଲର ସୌନ୍ଦର୍ଯ୍ୟକୁ ଆହୁରି ଦ୍ବିଗୁଣିତ କରି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ବିମୋହିତ କରୁଛି।

ରାସ୍ତାରେ ଯାତାୟାତ କରୁଥିବା ଯାନବାହନଗୁଡ଼ିକ କୁହୁଡି ଯୋଗୁଁ ସତର୍କତାର ସହ ଗାଡ଼ି ଚଳାଉଥିବା ବେଳେ ସ୍ଥାନୀୟ ବାସିନ୍ଦା ବଡ଼ିଭୋରରୁ ଉଠି ସକାଳ ଭ୍ରମଣ ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ ମଧ୍ୟ କରୁଛନ୍ତି।

ସକାଳୁ ବୁଲିଲା ବେଳେ ସତେ ଯେମିତି ସ୍ଵର୍ଗପୁରର ଭ୍ରମ ସୃଷ୍ଟି ହେଉଛି। ମନେ ହେଉଛି ଯେମିତି ଏହି ପରିବେଶ ସବୁଦିନ ସବୁ ସମୟରେ ରହିଥାନ୍ତା କି? ସକାଳ ଆଠଟା ପର୍ଯ୍ୟନ୍ତ କୁହୁଡ଼ି ରହିବା ସହ ସୂର୍ଯ୍ୟ ବିଳମ୍ବରେ ଆକାଶରେ ଦେଖାଦିଅନ୍ତି। ଏଭଳି କୁହୁଡ଼ି ପଡ଼ିଲେ ସ୍ଥାନୀୟ ଅଞ୍ଚଳରେ ଶୀତ ଅନୁଭୂତ ହେବା ସହ ବାହାର ପର୍ଯ୍ୟଟକ ଏହି ଅଞ୍ଚଳକୁ ଆସି ଶୀତ ଅନୁଭବ କରିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି ପ୍ରତ୍ୟକ ବର୍ଷ।

Fog | Kandhamal

ରିପୋର୍ଟ: ସମୀର କୁମାର ପାଢ଼ୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe