ନିଶା ମାଫିଆଙ୍କ ଟାର୍ଗେଟରେ କନ୍ଧମାଳ ପୁଲିସ, ୫ ବର୍ଷରେ ୫ ଥର ଆକ୍ରମଣ

ଲୁଟ୍‌ ବେଳେ ପହଞ୍ଚିଲା ପୁଲିସ; ଟଙ୍କା, ସୁନା, ବାଇକ୍‌ ଛାଡ଼ି ଦୁଇ ଲୁଟେରା ଚମ୍ପଟ

Justdial

ଫୁଲବାଣୀ, (ବଟକୃଷ୍ଣ ବିହାରୀ): କନ୍ଧମାଳରୁ ନିଶା ସାମ୍ରାଜ୍ୟର କାୟା ବାହାର ରାଜ୍ୟକୁ ବିସ୍ତାରିତ। ଶହ ଶହ କୋଟି କୋଟିର ଖେଳ। ନିଶା ମାଫିଆ, ଚୋରା ବେପାରୀ ରାଜ୍‌ ଚଳାଇଛନ୍ତି। ଏମୋନେ ଚଢଉ ବେଳେ ପୁଲିସକୁ ଆକ୍ରମଣ କରିବାକୁ ବି ପଛାଉ ନାହାନ୍ତି। କନ୍ଧମା‌ଳରେ ପୁଲିସ ବାବୁଙ୍କ ଉପରେ ଏଭଳି ୫ ବର୍ଷରେ ୫ ଥର ଆକ୍ରମଣ କଲେଣି ମାଫିଆ। ଗତ ୨୦୧୫ରେ କ.ନୂଆଗାଁ ଥାନା ଅଞ୍ଚଳରେ ଚୋରା ମଦ ଚଢ଼ଉରେ ଯାଇଥିବା ପୁଲିସ ପହଞ୍ଚିଥିଲା। ମାଫିଆ ଲୋକଙ୍କୁ ଉସୁକାଇ ଆକ୍ରମଣ କରିଥିଲେ। ଜଣେ କନେଷ୍ଟବଳ ସନ୍ତୋଷ ମହାନ୍ତିଙ୍କୁ ଗଛରେ ବାନ୍ଧି ନିର୍ଧୁମ ପିଟିଥିଲେ। ୨୦୧୬ରେ ଗୋଛାପଡ଼ା ଥାନାଧିକାରୀ ଥିବା ମୃତ୍ୟୁଞ୍ଜୟ ପ୍ରଧାନ ଗଂଜେଇ ମାଫିଆଙ୍କ ଆକ୍ରମଣର ଶିକାର ହୋଇଥିଲେ। ସେଭଳି ସେହି ଥାନାର ଅନ୍ୟ ଜଣେ ଅଧିକାରୀଙ୍କୁ ବି ମାଫିଆ ଆକ୍ରମଣ କରିଥିଲେ। ୨୦୧୭ରେ ଫୁଲବାଣୀ ସହର ମଝିରେ ଜନଗହଳିପୂର୍ଣ ସ୍ଥାନରେ ଗୋଛାପଡ଼ା ଥାନାର ତତ୍କାଳୀନ ଆଇଆଇସି ମୃତ୍ୟୁଞ୍ଜୟ ପ୍ରଧାନଙ୍କୁ ଜଣେ ଗଂଜେଇ ମାଫିଆ ଛୁରା ମାଡ଼ କରିଥିଲା। ଗଂଜେଇ ଚାଲାଣ କରିବା ସୁଯୋଗ ନ ପାଇ ପୁଲିସ ଅଧିକାରୀଙ୍କୁ ଟାର୍ଗେଟ କରିଥିଲା ଜଣାଶୁଣା ଗଂଜେଇ ମାଫିଆ ମୁନା ଦିଗାଲ। ସେତେବେଳେ ଗଂଜେଇ ମାଫିଆ ମୁନାକୁ ଧରିବାକୁ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଏମିତିକି ତାକୁ ଘେରାବନ୍ଦୀ କରିବା ବେଳେ ସେ ପୁଲିସ ବାହିନୀ ଉପରକୁ ଗୁଳି ମାଡ଼ କରିଥିଲା। ଶେଷରେ ମୁନାକୁ ପୁଲିସ ଏନ୍‌କାଉଣ୍ଟର୍‌ କରିବାକୁ ବାଧ୍ୟ ହୋଇଥିଲା। ମୁନା ଗୁରୁତର ଆହତ ହୋଇ ଚିକିତ୍ସା ପରେ ଜେଲ୍‌ ଯାଇଥିଲା।

ଗତ ସପ୍ତାହରେ ପୁଣି ପୁଲିସ ଉପରେ ଗଂଜେଇ ମାଫିଆ ସଂଘବଦ୍ଧ ଆକ୍ରମଣ କରିଛନ୍ତି। କ୍ରାଇମବ୍ରାଞ୍ଚର ୭ ଜଣିଆ ଟିମ୍‌ ଫୁଲବାଣୀ ସଦର ଥାନା କାକେନ୍ଦ୍ରି ଗାଁରେ ବିପୁଳ ଗଂଜେଇ ମହଜୁଦ୍‌ ଥିବା ସୂଚନା ପାଇ ଚଢ଼ଉ କରିବାକୁ ଯାଇ୍‌ଥିବା ବେଳେ ସେମାନଙ୍କ ଉପରେ ମାଫିଆଙ୍କ ଇଙ୍ଗିତରେ ଅତର୍କିତ ଆକ୍ରମଣ ହୋଇଥିଲା। ଏମିତିକି କ୍ରାଇମ୍‌ବ୍ରାଞ୍ଚ୍‌ର କିଛି ଅଧିକାରୀ, କର୍ମଚାରୀଙ୍କୁ ଗଛରେ ବାନ୍ଧି ପିଟିବା ସହ ଜବତ ଗଂଜେଇ ଓ ଗାଡ଼ିରେ ଥିବା ଅନ୍ୟାନ୍ୟ ଜିନିଷ ଗ୍ରାମବାସୀ ଛଡ଼ାଇ ନେଇଥିଲେ। ଏଥିରେ ଟିମ୍‌ର ୭ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ବରିଷ୍ଠ ଅଧିକାରୀ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe