ପତ୍ନୀଙ୍କୁ ହତ୍ୟାକଲେ ନିଶାସକ୍ତ ପତି

Advertisment
ପତ୍ନୀଙ୍କୁ ହତ୍ୟାକଲେ ନିଶାସକ୍ତ ପତି

ଫୁଲବାଣୀ: ଶନିବାର ବିଳମ୍ବିତ ରାତ୍ରୀରେ କନ୍ଧମାଳ ଜିଲ୍ଲାର କେ. ନୂଆଗାଁ ବ୍ଲକ୍‌ର ଶାରଙ୍ଗଗଡ଼ ଥାନା ଅଧୀନ ପଡ଼ାଙ୍ଗି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଦାସାହି ଗ୍ରାମରେ ଜଣେ ନିଶାସକ୍ତ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଗୋଟାଏ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି।

ଆତତାୟୀ ସ୍ୱାମୀ ହେଉଛନ୍ତି ପ୍ରଶାନ୍ତ ନାୟକ। ଖବର ପାଇ ଶାରଙ୍ଗଗଡ଼ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ହତ୍ୟା ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ପୂର୍ବରୁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳିକଜିଆ ଲାଗୁଥିଲା। ଗତ ରାତିରେ ସେ ତାଙ୍କ ପତ୍ନୀ ସୁଦସ୍ଥାଙ୍କୁ ହତ୍ୟା କରିଛନ୍ତି ବୋଲି ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe