ଘୁମୁସର ଉଦୟଗିରିର ପୁରାତନ ମଣ୍ଡପରେ ପୂଜା ପାଇଲେ ମାଆ

Advertisment

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିର ପୂଜା ମଣ୍ଡପ ହେଉଛି ଅତି ପୁରାତନ ମଣ୍ଡପ, ଯେଉଁଠି ମାଆ ଷଷ୍ଠୀରେ ଆସ ପୂଜା ପାଆନ୍ତି। ଗତକାଲି ରାତିରେ ମାଆ ଆସିବା ପରେ ଅସ୍ଥାୟୀ ପୂଜା ମଣ୍ଡପରେ ସୁସଜ୍ଜିତ ମଣ୍ଡପରେ ପୂଜା ଆରମ୍ଭ ହୋଇଛି।

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିର ପୂଜା ମଣ୍ଡପ ହେଉଛି ଅତି ପୁରାତନ ମଣ୍ଡପ, ଯେଉଁଠି ମାଆ ଷଷ୍ଠୀରେ ଆସ ପୂଜା ପାଆନ୍ତି। ଗତକାଲି ରାତିରେ ମାଆ ଆସିବା ପରେ ଅସ୍ଥାୟୀ ପୂଜା ମଣ୍ଡପରେ ସୁସଜ୍ଜିତ ମଣ୍ଡପରେ ପୂଜା ଆରମ୍ଭ ହୋଇଛି।

Durga

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିର ପୂଜା ମଣ୍ଡପ ହେଉଛି ଅତି ପୁରାତନ ମଣ୍ଡପ, ଯେଉଁଠି ମାଆ ଷଷ୍ଠୀରେ ଆସ ପୂଜା ପାଆନ୍ତି। ଗତକାଲି ରାତିରେ ମାଆ ଆସିବା ପରେ ଅସ୍ଥାୟୀ ପୂଜା ମଣ୍ଡପରେ ସୁସଜ୍ଜିତ ମଣ୍ଡପରେ ପୂଜା ଆରମ୍ଭ ହୋଇଛି। ପୂଜାପାଠ, ହୋମ ଯଜ୍ଞ ସହ ଚଣ୍ଡୀ ପାଠ ଦ୍ୱାରା ମାଙ୍କ ପୂଜା ଆରମ୍ଭ ହୋଇଛି।

ଚଳିତ ବର୍ଷ ପୂଜା ମଣ୍ଡପରେ ଦୁର୍ଗତି ନାସିନୀ ମା ଦୁର୍ଗା’ଙ୍କ ପ୍ରତିମୂର୍ତ୍ତିରେ ମାଆଙ୍କ ମସ୍ତକରେ ଚାନ୍ଦିର ମୁକୁଟ କିରଣ ଏବଂ ନାକର ମଥାମଣି ଝଲସି ଶୋଭାପାଉଛି। ଏହାସହ ମଣ୍ଡପ ସମ୍ମୁଖରେ ତିନିଗୋଟି ସୁସଜ୍ଜିତ ତୋରଣ ଏହାସହ ସହରର ତିନି ଗୋଟି ରାସ୍ତାରେ ତିନିଗୋଟି ଆଲୋକ ମାଳା ସୁଉଚ୍ଚ ତୋରଣ ସହ ସାରା ସହରର ଆଲୋକ ମାଳାରେ ସୁସଜ୍ଜିତ ହେବା ସହ ସାରା ସହର ଝଲମଲ ହେଉଛି।

ଆଜି ପବିତ୍ର ମହାସପ୍ତମୀରେ ପୂଜା ମଣ୍ଡପରେ ମାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିରହିଥିବା ବେଳେ ସନ୍ଧ୍ୟାରେ ୧୦୮ମହା ଆଳତୀ ସହ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ମା’ଙ୍କ ମହାଷ୍ଟମୀ ପୂଜା ସହ ନିଶାର୍ଦ୍ଧ ରାତିରେ ସନ୍ଧି ପୂଜା ସହ ବଳି ପୂଜା ଅନୁଷ୍ଠିତ ହୋଇ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Durga Puja | Kandhamal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe