କାକାମାହା ଗ୍ରାମରେ ପୁଣି ହାତୀ ଆକ୍ରମଣରେ ଗାଈ ମୃତ; ଗୁହାଳ ଭାଙ୍ଗିଲା, ଅଞ୍ଚଳରେ ଭୟର ବାତାବରଣ

Advertisment

ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଗ୍ରେସିଙ୍ଗିଆ ପଞ୍ଚାୟତର କାକାମାହା ତଳସାହିରେ ଆଜି ଭୋର୍  ପ୍ରାୟ ୩ ଟା ସମୟରେ ଏକ ଜଙ୍ଗଲୀ ହାତୀ ଗାଈକୁ ମାରି ଦେଇଥିବା ସୂଚନା ମିଳିଛି। ଉକ୍ତ ଗ୍ରାମର ପଞ୍ଚୁ ପ୍ରଧାନଙ୍କ ଗାଈ ପାଳ ଗଦା ଭିତରେ ବନ୍ଧା ହୋଇ ଶୋଇଥିବା ବେଳେ ହାତୀ ପାଳଗଦାକୁ ଭାଙ୍ଗି ଗାଈକୁ ଆକ୍ରମଣ କରିଥିଲା।

ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଗ୍ରେସିଙ୍ଗିଆ ପଞ୍ଚାୟତର କାକାମାହା ତଳସାହିରେ ଆଜି ଭୋର୍  ପ୍ରାୟ ୩ ଟା ସମୟରେ ଏକ ଜଙ୍ଗଲୀ ହାତୀ ଗାଈକୁ ମାରି ଦେଇଥିବା ସୂଚନା ମିଳିଛି। ଉକ୍ତ ଗ୍ରାମର ପଞ୍ଚୁ ପ୍ରଧାନଙ୍କ ଗାଈ ପାଳ ଗଦା ଭିତରେ ବନ୍ଧା ହୋଇ ଶୋଇଥିବା ବେଳେ ହାତୀ ପାଳଗଦାକୁ ଭାଙ୍ଗି ଗାଈକୁ ଆକ୍ରମଣ କରିଥିଲା।

elephant

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଗ୍ରେସିଙ୍ଗିଆ ପଞ୍ଚାୟତର କାକାମାହା ତଳସାହିରେ ଆଜି ଭୋର୍  ପ୍ରାୟ ୩ ଟା ସମୟରେ ଏକ ଜଙ୍ଗଲୀ ହାତୀ ଗାଈକୁ ମାରି ଦେଇଥିବା ସୂଚନା ମିଳିଛି। ଉକ୍ତ ଗ୍ରାମର ପଞ୍ଚୁ ପ୍ରଧାନଙ୍କ ଗାଈ ପାଳ ଗଦା ଭିତରେ ବନ୍ଧା ହୋଇ ଶୋଇଥିବା ବେଳେ ହାତୀ ପାଳଗଦାକୁ ଭାଙ୍ଗି ଗାଈକୁ ଆକ୍ରମଣ କରିଥିଲା। ପ୍ରଥମେ ପ୍ରାଚେରି ଭାଙ୍ଗି ଦେଇଥିଲା ଓ ପରେ ହାତୀ ଆକ୍ରମଣ ଫଳରେ ଗାଈ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛି। ହାତୀ ରାଗରେ ପ୍ରଚଣ୍ଡ ହୋଇ ଗାଈକୁ କଚାଡି କଚାଡି ମାରିଥିବା ଲୋକେ ପ୍ରକାଶ କରିଛନ୍ତି।

ଏହି ଘଟଣା ପରେ ଅଞ୍ଚଳରେ ପୁଣିଥରେ ଭୟ ଓ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି। ଗତ ମାସ ୭ ତାରିଖରେ ମଗରଗୁଡ଼ା ଗ୍ରାମରେ  ଅନ୍ୟ ଏକ ଗାଈକୁ ମାରିଥିଲା ଏବଂ ଶନିବାର ୨୬ ତାରିଖ ଦିନ ମାଲାନସୁଗା ଗ୍ରାମରେ ଜଣେ ଶ୍ରମିକଙ୍କୁ ହାତୀ ଆକ୍ରମଣ କରି ବିଭତ୍ସ ଭାବରେ ମାରି ଦେଇଥିଲା।
ଗତ କିଛି ଦିନ ଧରି ହାତୀ ଦଳ ନିୟମିତ ଭାବରେ ଅଞ୍ଚଳରେ ହିଂସ୍ର  ହୋଇ ଘର, ମନୁଷ୍ୟ ଓ ପଶୁଧନର ଜୀବନ ନଷ୍ଟ କରୁଛନ୍ତି। ହାତୀ ଉପଦ୍ରବକୁ  ନେଇ ଗ୍ରାମବାସୀମାନେ ଚିନ୍ତିତ ଓ ଆତଙ୍କିତ।
ଲୋକମାନେ ଦାବି କରୁଛନ୍ତି ଯେ ବନ ବିଭାଗ ଏଥିପାଇଁ ଦାୟୀ ଓ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ଏପର୍ଯ୍ୟନ୍ତ ହାତୀ ଆକ୍ରମଣରେ ଦୁଇ ଜଣ ମଣିଷ ଓ ଦୁଇଟି ଗାଈ ଜୀବନ ହାରାଇଛି। ଯଦି ଶୀଘ୍ର କୌଣସି ପଦକ୍ଷେପ ଗ୍ରହଣ ନହୁଏ, ତେବେ ଆଗାମୀ ଦିନରେ ଆଉ ଧନ ଓ ଜୀବନ ସୁରକ୍ଷିତ ରହିବ ନାହିଁ।ହାତୀ ଉପଦ୍ରବ ରୋକିବା ପାଇଁ ବନ ବିଭାଗ ତତ୍କାଳ  ବ୍ୟବସ୍ଥା କରନ୍ତୁ, ନଚେତ ଆଗାମୀ ଦିନରେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲେଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe