Contraband seized Photograph: (Sambad )
ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାରୁ ପୁଣି ଗଞ୍ଜେଇ ଚୋରା ଚାଲାଣ ହେଉଛି। ଏଭଳି ଖବର ମିଳିବା ପରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଭ୍ରାମ୍ୟମାଣ ଟିମ୍ ପାଟ୍ରୋଲିଂରେ ବାହାରି ଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଆଲୋକ ଭୋଇ, ଦୁର୍ଗାଚରଣ ମଲିକ, ମନୋଜ କୁମାର ଦାସ, ଅକ୍ଷୟ ମଲ୍ଲିକ ଓ ପ୍ରକାଶ ଦିଗାଲ।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଜିଲ୍ଲା ମୋବାଇଲ ଟିମ୍ ଏବଂ ରାଇକିଆ ଅବକାରୀ ବିଭାଗ କର୍ମଚାରୀ ମିଳିତ ଭାବେ ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ନେତୃତ୍ଵରେ ସବଇନ୍ସପେକ୍ଟର ଭବାନୀ ସେଠୀ ଓ ଟିମ୍ ସ୍ଥାନୀୟ ଥାନା ଅନ୍ତର୍ଗତ କଳିଙ୍ଗା ନିକଟରେ ଲୁଚି ରହି ତିନୋଟି କାର ଉପରେ ଚଢ଼ାଉ କରି ୭୨କିଲୋ ଗଞ୍ଜେଇ ଏବଂ ତିନୋଟି କାର ଜବତ ସହ ୫ ଜଣ ଚୋରା ଚାଲାଣ କରୁଥିବା ଅଭିଯୁକ୍ତଙ୍କୁ ଗିରଫ କରି କେଶ ନମ୍ବର ୮୬/୨୪-୨୫,୨୭୦/୨୪-୨୫ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।
ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପୁରୀ ଜିଲ୍ଲା ଗୋପ ଓ ନିମାପଡ଼ା ଅଞ୍ଚଳର ଆଲୋକ ଭୋଇ, ଦୁର୍ଗା ଚରଣ ମଲିକ, ମନୋଜ କୁମାର ଦାସ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଟିକାବାଲିର ଅକ୍ଷୟ ମଲ୍ଲିକ ଏବଂ ପ୍ରକାଶ ଦିଗାଲଙ୍କୁ ଗିରଫ କରାଯାଇଛି।
Follow Us