Advertisment

PMGSY: ଅବଧି ସରିଲା, ଅଧାରେ ଅଟକିଲା ପିଚୁ ରାସ୍ତା କାମ

Advertisment

କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିର୍ମିତ ରାସ୍ତା କାମ କନ୍ଧମାଳ ଜିଲ୍ଲାରେ ଦିଗ ହରା ହେବାରେ ଲାଗିଛି। ଏକ ବର୍ଷର କାର୍ଯ୍ୟକୁ ୫ବର୍ଷ ବିତିଥିଲେ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିନି। ଏହିଭଳି ଏକ ରାସ୍ତାର ଦୃଶ୍ୟ ଦେଖିବାକୁ ମିଳିଛି ସ୍ଥାନୀୟ ବ୍ଲକରେ।

କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିର୍ମିତ ରାସ୍ତା କାମ କନ୍ଧମାଳ ଜିଲ୍ଲାରେ ଦିଗ ହରା ହେବାରେ ଲାଗିଛି। ଏକ ବର୍ଷର କାର୍ଯ୍ୟକୁ ୫ବର୍ଷ ବିତିଥିଲେ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିନି। ଏହିଭଳି ଏକ ରାସ୍ତାର ଦୃଶ୍ୟ ଦେଖିବାକୁ ମିଳିଛି ସ୍ଥାନୀୟ ବ୍ଲକରେ।

IMG-20260214-WA0388

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିର୍ମିତ ରାସ୍ତା କାମ କନ୍ଧମାଳ ଜିଲ୍ଲାରେ ଦିଗ ହରା ହେବାରେ ଲାଗିଛି। ଏକ ବର୍ଷର କାର୍ଯ୍ୟକୁ ୫ବର୍ଷ ବିତିଥିଲେ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିନି। ଏହିଭଳି ଏକ ରାସ୍ତାର ଦୃଶ୍ୟ ଦେଖିବାକୁ ମିଳିଛି ସ୍ଥାନୀୟ ବ୍ଲକରେ। ୩୨୮.୧୦ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ମାଲାନସୁଗା ଛକ ଠାରୁ କୂର୍ମିଙ୍ଗିଆ ଭାୟା ପିଡ଼ିକାମାହା ଗାମୁଲି ପର୍ଯ୍ୟନ୍ତ ୬.୧୪ କି.ମି. ଦୀର୍ଘ ପିଚୁ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଥିଲା। ଚୁକ୍ତି ଅନୁସାରେ କାର୍ଯ୍ୟା ଅବଧି ସମାପ୍ତ ହୋଇଯାଇଥିବା ସତ୍ତ୍ୱେ ରାସ୍ତା କାମ ଅଧାରେ ଅଟକି ରହିଥିବାରୁ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୂଚନା ଫଳକ ଅନୁସାରେ ୬/୦୫/୨୦୨୧ ତାରିଖରେ କାମ ଆରମ୍ଭ ହୋଇ ୫/୦୪/୨୦୨୨ ମଧ୍ୟରେ ସମାପ୍ତ ହେବାକୁ ଥିଲା। ପିଡ଼ିକାମାହା ଠାରୁ ଡୁଗୁଡ଼ି ପର୍ଯ୍ୟନ୍ତ କିଛି ଅଂଶରେ ପିଚୁ କାମ ସରିଥିବା ବେଳେ ଗାମୁଲି ଠାରୁ କୁର୍ମିଙ୍ଗିଆ ପର୍ଯ୍ୟନ୍ତ ରାସ୍ତା ଅଧାରେ ରହିଛି। କେତେକ ସ୍ଥାନରେ ଆବଶ୍ୟକ ପରିମାଣରେ ମେଟାଲିଂ କାମ ହୋଇନଥିବା ସହ ମୁରୁମ୍ ପକାଇବା ଓ ପିଚୁ ପକାଇବା ପାଇଁ ଉପଯୋଗୀ ଭିତିଭୂମି ତିଆରି ହୋଇନଥିବା ଦେଖିବାକୁ ମିଳିଛି।ନିୟମାନୁସାରେ ପ୍ରଥମେ ମେଟାଲ୍ ପକାଇ ତା’ପରେ ମୁରୁମ୍ ଓ ମାଟି ସମତଳ କରି ପିଚୁ ପକାଇବା କଥା। କିନ୍ତୁ ଅଭିଯୋଗ ଅନୁସାରେ ଠିକାଦାର କୁର୍ମିଙ୍ଗିଆ ଠାରୁ ଗାମୁଲି ଯାଉଥିବା ରାସ୍ତାର କେବଳ ଅଧା ଅଂଶରେ ପିଚୁ ପକାଇ କାମ ବନ୍ଦ କରିଦେଇଛନ୍ତି।  

ଅନ୍ୟପଟେ, ସ୍ଥାପିତ ଅନ୍ୟ ଏକ ସୂଚନା ଫଳକରେ କାର୍ଯ୍ୟ ଆରମ୍ଭ ଦିନ ଠାରୁ ୫/୦୪/୨୦୨୭ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣା ଦାୟିତ୍ୱ ରହିଥିବା ଉଲ୍ଲେଖ ଥିବା ବେଳେ ପ୍ରଶ୍ନ ଉଠୁଛି କାର୍ଯ୍ୟ ଏକ ବର୍ଷର ବର୍ତମାନ ୫ବର୍ଷ ବିତିଗଲାଣି କାର୍ଯ୍ୟ ସରିନି ତେବେ ରକ୍ଷଣା ବେକ୍ଷଣ କେବେଠାରୁ ବିଭାଗୀୟ ଅଧିକାରୀ ଉଲ୍ଲେଖ କରିବେ କେତେବର୍ଷ ଏବଂ କେଉଁ ଦିନ ଠାରୁ ରକ୍ଷଣା ବେକ୍ଷଣ କାର୍ଯ୍ୟ ଉଲ୍ଲେଖ ହେବ। କିନ୍ତୁ ଯେତେବେଳେ ପ୍ରକଳ୍ପ କାମ  ସମାପ୍ତ ହୋଇନାହିଁ, ସେଠାରେ ରକ୍ଷଣାବେକ୍ଷଣା ପାଇଁ ବ୍ୟବସ୍ଥା ଉଲ୍ଲେଖ ହେବାକୁ ନେଇ ଗ୍ରାମବାସୀମାନେ ପ୍ରଶ୍ନ ଉଠାଇଛନ୍ତି।

ଆହୁରି ପଢ଼ନ୍ତୁ: Accident: ଦୁର୍ଘଟଣା ନେଲା ତିନି ଯବାନଙ୍କ ସହ କାର ଡ୍ରାଇଭରଙ୍କ ଜୀବନ

ଗ୍ରାମବାସୀ ହନକ ନାୟକ, ମୁନୁ ପ୍ରଧାନ, ଟିକେ ସାହୁ, ସୁଦୟ ସାହୁ ଆଦିଙ୍କ ସହ ଘୁ.ଉଦୟଗିରି ବ୍ଲକ କଂଗ୍ରେସ ଯୁବ ନେତା ସସାନନ୍ଦ ପ୍ରଧାନ ଏନେଇ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁସାରେ ବଳକା ଅଂଶରେ ମେଟାଲିଂ, ମୁରୁମ୍ ପକାଇବା ସହ ଅନ୍ୟାନ୍ୟ ପ୍ରାଥମିକ କାମ ବହୁତ୍ ବାକି ଅଛି। ତେବେ ପ୍ରଶ୍ନ ଉଠୁଛି—ଅବଧି ସମାପ୍ତ ହେବା ପରେ ମଧ୍ୟ କେବେ ସରିବ ଏହି ରାସ୍ତା କାମ? କେନ୍ଦ୍ର ସରକାର ରାସ୍ତା ନିର୍ମାଣ ନିମନ୍ତେ ଅର୍ଥ ବ୍ୟୟ କରିବା ସତ୍ତ୍ୱେ ଲୋକଙ୍କ କାର୍ଯ୍ୟରେ ଲାଗିପାରୁନି ଏହି ଅର୍ଥରେ ନିର୍ମିତ ରାସ୍ତା।କାର୍ଯ୍ୟ ଅବଧି ସରିବା ସତ୍ତ୍ୱେ ୫ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ ନସରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏହି କାର୍ଯ୍ୟ ଦେଖିବା ପରେ।ତୁରନ୍ତ ଏହି ରାସ୍ତା କାମ ସାରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: Court Judgement: ବିଚାରପତିଙ୍କୁ ଲାଞ୍ଚ ମାମଲାର ଭିଜିଲାନ୍ସ ତଦନ୍ତ ପାଇଁ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe