ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଶୀତର ସହର ଘୁ.ଉଦୟଗିରିରେ ଶୀତ ଲହରୀ ଜାରି ରହିଛି। ହାଡ଼ଭଙ୍ଗା ଶୀତରେ ସାରା ଅଞ୍ଚଳ ପୁଣି ଥରୁଛି। ଫେବ୍ରୁଆରି ମାସର ଦ୍ବିତୀୟ ସପ୍ତାହ ବସନ୍ତଋତୁ ଜାରି ଥିବା ବେଳେ ପାରଦ ନିମ୍ନଗାମୀ ହୋଇଛି। ଘୁ.ଉଦୟଗିରି ଏକ ସପ୍ତାହ ହେଲା ତାପମାତ୍ରା କସିବାରେ ଲାଗିଛି। ଶୀତର ଲୁଚକାଳି ଚାଲିଥିବା ବେଳେ ହଠାତ୍ କିଛି ଦିନ ହେଲା ଥଣ୍ଡା ବଢ଼ିଛି।
ଗତ ସପ୍ତାହେ ହେଲା ସନ୍ଧ୍ୟା ହେଲେ ଅସହ୍ଯ ଥଣ୍ଡା ଅନୁଭୂତ ହେଉଛି। ଗତକାଲି ତାପମାତ୍ରା ୪.୪ଡିଗ୍ରି ଥିବା ବେଳେ ଆଜି ତାପମାତ୍ରା ୩.୮ ଡିଗ୍ରି ରେକର୍ଡ କରାଯାଇଛି। ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଶୀତଳ ସହର ଭାବେ ରେକର୍ଡ଼ କରିଛି। ହାଡ଼ଭଙ୍ଗା ଶୀତରେ କନ୍ଧମାଳଜିଲ୍ଲା ଘୁ.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ଲୋକେ ନିଆଁ କୁ ଆଶ୍ରା କରି ରହୁଥିବା ଦେଖିବାକୁ ମିଳିଛି। ପ୍ରବଳ ଶୀତ ସାଙ୍ଗକୁ ଜାଡ଼ ଥଣ୍ଡା ଯୋଗୁଁ ଅଞ୍ଚଳବାସି ଖରା ଓ ନିଆଁ ର ସାହାରା ନେଉଛନ୍ତି। ପ୍ରବଳ କୁହୁଡ଼ି ଯୋଗୁଁ ଯାନବାହନ ଯାତାୟାତରେ ଅସୁବିଧା ହେଉଥିବା ବେଳେ ଦୁର୍ଘଟଣା ଘଟୁଛି। କହିବାକୁ ଗଲେ ପ୍ରବଳ ଶୀତ ଯୋଗୁଁ ଘୁ.ଉଦୟଗିରି ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶୀତ ଦାଉରୁ ରକ୍ଷା ପାଇବାକୁ ସନ୍ଧ୍ୟା ପୂର୍ବରୁ ଲୋକେ ନିଆଁ ଲଗାଇ ବସୁଛନ୍ତି।
ଆହୁରି ପଢ଼ନ୍ତୁ: Jeffrey Epstein Alive: ଏପଷ୍ଟାଇନ୍ ଜୀବିତ!: ପ୍ରିନ୍ସ ଆଣ୍ଡ୍ରୁଙ୍କ ପୂର୍ବତନ ପତ୍ନୀଙ୍କ ଦାବିକୁ ନେଇ ଚାଞ୍ଚଲ୍ୟ
ପ୍ରବଳ ଥଣ୍ଡା ତୁଷାରପାତ ଯୋଗୁଁ ନୂଆବର୍ଷ ଆରମ୍ଭରୁ ଘୁ.ଉଦୟଗିରି ଅଞ୍ଚଳର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ବଣଭୋଜି ନିମନ୍ତେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଘୁ.ଉଦୟଗିରି ଶୀତ ମହୋତ୍ସବ ‘ତୁଷାର’ ୫ଦିନ ଧରି ପ୍ରବଳ ଶୀତରେ କାର୍ଯ୍ୟକ୍ରମକୁ ଲୋକ ବେଶ ମନଭରି ଉପଭୋଗ କରିଥିଲେ। ଘୁ.ଉଦୟଗିରିରେ ଅଧିକ ଶୀତ ସହ ଜାଡ଼ ଥଣ୍ଡାର ମଜ୍ଜା ଉଠେଇବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଇତି ମଧ୍ୟରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ସ୍ଥାନୀୟ ଅଞ୍ଚଳର ପର୍ଯ୍ୟଟନ କ୍ଷେତ୍ରର ଭିତ୍ତିଭୂମି ସୁଦୃଢ଼ ପାଇଁ ଅଣ୍ଟା ଭିଡି କାଲିଗାଡୁ ହିଲଟପର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ଅନେକ ବିକାଶ ମୂଳକ କାର୍ଯ୍ୟ ହେବା ନେଇ ଲୋକ ଆଶା ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/09/g-udayagiri-2026-02-09-15-44-44.jpg)