ୱାସିଂଟନ: ପ୍ରିନ୍ସ ଆଣ୍ଡ୍ରୁ ୱିଣ୍ଡସରଙ୍କ ପୂର୍ବତନ ପତ୍ନୀ ଜେଫ୍ରି ଏପଷ୍ଟାଇନ ଜୀବିତ ବୋଲି ଦାବି କରି ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି। ଲେଡି ଭିକ୍ଟୋରିଆ ହର୍ଭେ ଦାବି କରିଛନ୍ତି ଯେ, ଜେଫ୍ରି ଏପଷ୍ଟାଇନ୍ ମୃତ ନୁହଁନ୍ତି । ସେ ଏବେ ବି ଜୀବିତ ଅଛନ୍ତି। ଜେଲରୁ ଖସିଯିବା ପରେ ସେ ଇସ୍ରାଏଲରେ ରହୁଛନ୍ତି। ତାଙ୍କ ଅନୁଯାୟୀ, ଫାଇନାନ୍ସର୍ ଜେଲ୍‌ରୁ ଖସି ପଳାଇ ଅନ୍ୟ ଦେଶରେ ଶରଣ ନେବା ପାଇଁ ଏକ ବଡ଼ ଯୋଜନା ପ୍ରସ୍ତୁତ କରିଥିଲେ। ଯାହାକୁ ଗୁପ୍ତ ଭାବରେ କାର୍ଯ୍ୟକାରୀ କରାଯାଇଥିଲା।

Advertisment

ଟ୍ରିପ୍ ଭ୍ୟାନ୍‌ରେ ଅନ୍ୟତ୍ର ସ୍ଥାନାନ୍ତର

ଡେଲି ଷ୍ଟାରରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଲେଡି ଭିକ୍ଟୋରିଆ ହାର୍ଭେ ଦାବି କରିଛନ୍ତି, ଏପଷ୍ଟାଇନ୍‌ଙ୍କୁ ଟ୍ରିପ୍ ଭ୍ୟାନ୍‌ରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥାଇପାରେ । ସେ ଏବେ ବି ଜୀବିତ ଥାଇପାରନ୍ତି। ଏକ ସାକ୍ଷାତକାରରେ ଭିକ୍ଟୋରିଆ ଏହି ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସତ କହିବାକୁ ଗଲେ, ମୁଁ ବିଶ୍ୱାସ କରୁନାହିଁ ଯେ ଜେଫ୍ରି ଏପଷ୍ଟାଇନ ମୃତ ବୋଲି ଲେଡି ହାର୍ଭେ କହିଛନ୍ତି। ତାଙ୍କ ଆଶ୍ଚର୍ଯ୍ୟଜନକ ଦାବି ବିଷୟରେ ପଚରାଯିବାରୁ, ସେ କହିଥିଲେ ଯେ, ଏପଷ୍ଟାଇନ୍‌ ଆତ୍ମହତ୍ୟା କରିଥିବା ସରକାରୀ କାହାଣୀକୁ ମୁଁ ବିଶ୍ୱାସ କରୁନାହିଁ, ବରଂ ସେ ଇସ୍ରାଏଲକୁ ପଳାଇଯାଇଥିବା ମୁଁ ବିଶ୍ୱାସ କରୁଛି। ୨୦୧୯ରେ ଏପଷ୍ଟାଇନ୍‌ଙ୍କ ମୃତ୍ୟୁ ଏବଂ ତା'ପରେ ଘଟିଥିବା ରହସ୍ୟମୟ ଘଟଣା ବେଶ୍ ରହସ୍ୟମୟ ରହିଛି। ଜେଲ୍ ଅଧିକାରୀମାନେ ଦାବି କରିଛନ୍ତି ଯେ, ସେମାନେ ନ୍ୟୁୟର୍କ ସହରର ମେଟ୍ରୋପଲିଟାନ୍ କରେକ୍ସନାଲ୍ ସେଣ୍ଟରରେ ସକାଳ ସାଢ଼େ ୬ଟାରେ ଏପଷ୍ଟାଇନ୍‌ଙ୍କୁ ତାଙ୍କ କୋଠରୀରେ ମୃତ ଅବସ୍ଥାରେ ପାଇଥିଲେ। ଯୌନ ତସ୍କରୀ ଅଭିଯୋଗର ବିଚାର ଅପେକ୍ଷା କରି କରି ସେ ତାଙ୍କ ବିଛଣା କଡ଼ରେ ଝୁଲି ପଡ଼ିଥିଲେ।

ଜଣେ ଜେଲ୍‌ ସୁରକ୍ଷାକର୍ମୀ ମୃତଦେହ ଅଦଳବଦଳ ଦାବି କରିଥିଲେ

ଏପଷ୍ଟାଇନ୍‌ଙ୍କ ମୃତ୍ୟୁର ପ୍ରାୟ ତୁରନ୍ତ ପରେ, ଏକ ଗୁଜବ ବ୍ୟାପିଥିଲା। ଆଟର୍ଣ୍ଣି ଜେନେରାଲ ୱିଲିୟମ୍ ବାର୍ ଏପଷ୍ଟାଇନଙ୍କ ମୃତ୍ୟୁକୁ ଏକ ଭୟଙ୍କର ଭୁଲ୍ ଭାବରେ ବର୍ଣ୍ଣନା କରିଥିଲେ। ଯାହାର ଫଳସ୍ୱରୂପ ଅନେକ ବରିଷ୍ଠ ଜେଲ୍ ଅଧିକାରୀଙ୍କୁ ବହିଷ୍କାର କରାଯାଇଥିଲା। ଏପଷ୍ଟାଇନଙ୍କ ମୃତ୍ୟୁ ଖବର ସାର୍ବଜନୀନ ହେବା ପେର ନିଜକୁ ଜଣେ ଜେଲ୍ ଅଧକାରୀ ବୋଲି କହି ଜଣେ ବ୍ୟକ୍ତି କହିଥିଲେ, ମୃତଦେହ ଅଦଳବଦଳ କରାଯାଇ ଏପଷ୍ଟାଇନ୍‌ଙ୍କୁ ଟ୍ରିପ୍ ଭ୍ୟାନ୍‌ରେ ସ୍ଥାନାନ୍ତର କରାଯାଇଥିଲା।

ପରବର୍ତ୍ତୀ ସମୟରେ ଏପଷ୍ଟାଇନ୍‌ ଫାଇଲ୍ ପ୍ରକାଶ ପରେ ଜଣାପଡ଼ିଥିଲା ସମ୍ପୃକ୍ତ ବ୍ୟକ୍ତି ଜଣକ ଅଧିକାରୀ ନୁହନ୍ତି, ଜଣେ ଜେଲ୍ ସୁରକ୍ଷାକର୍ମୀ। ତାଙ୍କୁ ନେଇ ଅଧିକ ପଚରାଉଚରା କରାଯିବା ପାଇଁ ଲେଡି ଭିକ୍ଟୋରିଆ ହାର୍ଭେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: Musk's big announcement: ମସ୍କଙ୍କ ବଡ଼ ଘୋଷଣା: ମଙ୍ଗଳ ପୂର୍ବରୁ ଜହ୍ନମାମୁ ଘରେ ପଡ଼ିବ ମୂଳଦୁଆ, ନିର୍ମାଣ ହେବ ସହର