People in G Udayagiri sit near wooded fire. Photograph: (sambad.in)
ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଓଡ଼ିଶାର ସବୁଠାରୁ କମ୍ ତାପମାତ୍ରା ଏବଂ ଶୀତର ସହର ତଥା କନ୍ଧମାଳ ଜିଲ୍ଲା ‘ଘୁ.ଉଦୟଗିରି’ରେ ଶୀତ ଲହରୀ ଜାରି ରହିଥିବା ବେଳେ ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଅଞ୍ଚଳ। ଘୁ.ଉଦୟଗିରି ଗତ ଦୁଇ ସପ୍ତାହ ହେଲା ତାପମାତ୍ରା କସିବାରେ ଲାଗିଛି। ଶୀତର ଲୁଚକାଳି ଚାଲିଥିବା ବେଳେ ହଠାତ୍ କିଛି ଦିନ ହେଲା ଥଣ୍ଡା ବଢ଼ିଛି।
ଗତ ସପ୍ତାହେ ହେଲା ସନ୍ଧ୍ୟା ହେଲେ ଅସହ୍ଯ ଥଣ୍ଡା ଅନୁଭୂତ ହେଉଛି। ଗତକାଲି ତାପମାତ୍ରା ୪.୮ଡିଗ୍ରି ତାପମାତ୍ରା ଥିବା ବେଳେ ଆଜି ତାପମାତ୍ରା ୩.୭ ଡିଗ୍ରି ରେକର୍ଡ କରାଯାଇଛି। ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଶୀତଳ ସହର ଭାବେ ରେକର୍ଡ଼ କରିଛି। ହାଡ଼ଭଙ୍ଗା ଶୀତରେ ଘୁ.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ଲୋକେ ନିଆଁକୁ ଆଶ୍ରା କରି ରହୁଥିବା ଦେଖିବାକୁ ମିଳିଛି।
ଆହୁରି ପଢ଼ନ୍ତୁ: Iran Issue: ଦ୍ରୁତ ବିଚାର ଓ ମୃତ୍ୟୁଦଣ୍ଡ ପ୍ରସ୍ତାବ ଦେଲେ ଇରାନର ପ୍ରଧାନ ବିଚାରପତି
ପ୍ରବଳ ଶୀତ ସାଙ୍ଗକୁ ଜାଡ଼ ଓ ଥଣ୍ଡା
ପ୍ରବଳ ଶୀତ ସାଙ୍ଗକୁ ଜାଡ଼ ଓ ଥଣ୍ଡା ଯୋଗୁଁ ଅଞ୍ଚଳବାସୀ ଖରା ଓ ନିଆଁର ସାହାରା ନେଉଛନ୍ତି। ପ୍ରବଳ କୁହୁଡ଼ି ଯୋଗୁଁ ଯାନବାହନ ଯାତାୟାତରେ ଅସୁବିଧା ହେଉଥିବା ବେଳେ ଦୁର୍ଘଟଣା ଘଟୁଛି। କହିବାକୁ ଗଲେ ପ୍ରବଳ ଶୀତ ଯୋଗୁଁ ଘୁ.ଉଦୟଗିରିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶୀତ ଦାଉରୁ ରକ୍ଷା ପାଇବାକୁ ସନ୍ଧ୍ୟା ପୂର୍ବରୁ ଲୋକେ ନିଆଁ ଲଗାଇ ବସୁଛନ୍ତି। ପ୍ରବଳ ଥଣ୍ଡା ତୁଷାରପାତ ଯୋଗୁଁ ନୂଆବର୍ଷ ଆରମ୍ଭରୁ ଘୁ.ଉଦୟଗିରି ଅଞ୍ଚଳର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ବଣଭୋଜି ନିମନ୍ତେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରିରେ ଅଧିକ ଶୀତ ସହ ଜାଡ଼ ଥଣ୍ଡା ହେଉଥିଲେ ମଧ୍ୟ ପ୍ରଶାସନ ତରଫରୁ ଅଞ୍ଚଳରେ ପର୍ଯ୍ୟଟନ ର ବିକାଶ ପ୍ରତି ଗୁରୁତ୍ୱ ଦେଉନଥିବା ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
ଆହୁରି ପଢ଼ନ୍ତୁ: Reza Pahlavi: ଇରାନର ନିର୍ବାସିତ ରାଜକୁମାର ପହଲାଭିଙ୍କୁ ଭେଟିଲେ ଟ୍ରମ୍ପ ପ୍ରଶାସନ
Follow Us