ଘୁ.ଉଦୟଗିରିରେ ଖସିଲା ପାରଦ: ବଢ଼ିଲା ଶୀତ, ଆଜି ତାପମାତ୍ରା ୧୧ଡିଗ୍ରି ରେକର୍ଡ

Advertisment

ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହୋଇଛି। ଶୀତ ଯେଭଳି ଏକ ପ୍ରକାର ଲୁଚକାଳି ଖେଳ ଖେଳୁଛି। ଚଳିତ ବର୍ଷ ନଭେମ୍ବର ଶେଷ ସପ୍ତାହରେ ଶୀତ ଆରମ୍ଭ ହୋଇଥିବା ବେଳେ ଏବେ ପୁଣି ଶୀତ ଫେରିଛି।

ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହୋଇଛି। ଶୀତ ଯେଭଳି ଏକ ପ୍ରକାର ଲୁଚକାଳି ଖେଳ ଖେଳୁଛି। ଚଳିତ ବର୍ଷ ନଭେମ୍ବର ଶେଷ ସପ୍ତାହରେ ଶୀତ ଆରମ୍ଭ ହୋଇଥିବା ବେଳେ ଏବେ ପୁଣି ଶୀତ ଫେରିଛି।

IMG_20221207_154342

ଘୁ.ଉଦୟଗିରି: ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହୋଇଛି। ଶୀତ ଯେଭଳି ଏକ ପ୍ରକାର ଲୁଚକାଳି ଖେଳ ଖେଳୁଛି। ଚଳିତ ବର୍ଷ ନଭେମ୍ବର ଶେଷ ସପ୍ତାହରେ ଶୀତ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ପ୍ରଥମ ସପ୍ତାହରେ ମେଘୁଆ ପାଗକୁ ଝିପିଝିପି ବର୍ଷା କୋହଲା ପାଗ ଯୋଗୁଁ ଶୀତ ହଠାତ ଉଭେଇ ଯାଇଥିଲା। କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଠାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। 

ପ୍ରାରମ୍ଭରେ ପାରଦ ଖସି ଖସି ୬ଡିଗ୍ରିକୁ ଚାଲି ଆସିଥିବା ବେଳେ ମେଘୁଆ ପାଗ ଯୋଗୁଁ ପୁଣି ପାରଦ ଉପରମୁଁହା ହେବାରେ ଲାଗିଛି। ଦୁଇ ଦିନ ହେଲା ଆକାଶ ନିର୍ମଳ ରହିବା ସହ ପାଗରେ ପରିବର୍ତ୍ତନ ଦେଖାଯାଇଛି। ଆଜି ପାରଦ ୧୧ଡିଗ୍ରିକୁ ଖସି ଆସିଛି।

ସ୍ଥାନୀୟ ଅଞ୍ଚଳରେ ପୁଣି ଶୀତର ପ୍ରକୋପ ଦେଖିବାକୁ ମିଳିଛି। ସଞ୍ଜ ନଇଁଲେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବାରେ ଲାଗୁଛି।ରାସ୍ତାଘାଟ ଜନଶୁନ୍ୟ ଦେଖାଯାଉଛି। ସ୍ଥାନୀୟ ଅଞ୍ଚଳରେ ନିଆଁ ଲଗେଇ ତା ପାଖରେ ଲୋକଙ୍କ ଭିଡ଼ ଜମିବା ସହ ଖଟି କରୁଥିବା ଦେଖିବକୁ ମିଳୁଛି। ସେଇଭଳି ରାତି ବଢିଲେ କୁହୁଡି ବଢ଼ିବାରେ ଲାଗୁଛି। ଶୀତ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଆଗାମୀ ଦିନରେ ଆହୁରି ପାରଦ ତଳ ମୁଁହା ହେବା ନେଇ ପାଣିପାଗ ବିଭାଗ ଆଶଙ୍କା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe