ଘୁ ଉଦୟଗିରି: ଓଡ଼ିଶାର ଦାର୍ଜିଲିଂ କୁହାଯାଉଥିବା କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ ଲଗାଣ ଶୀତ ଓ ପ୍ରବଳ ଜାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶୀତର ପ୍ରୋକୋପରେ ଲୋକେ ଅସହ୍ୟ ଜୀବନ ବିତାଉଛନ୍ତି। ବିଗତ ୫ ଦିନ ହେଲାଣି ମନୁଷ୍ୟ ଠାରୁ ଆରମ୍ଭ କରି ପଶୁପକ୍ଷୀ ମଧ୍ୟ ଅତ୍ୟଧିକ ଜାଡ଼ ଯୋଗୁଁ ହନ୍ତସନ୍ତ ହେଉଛନ୍ତି। ଏହି ଅଞ୍ଚଳର ବିଭିନ୍ନ ସ୍ଥାନରେ ତୁଷାରପାତ ସହିତ ପ୍ରବଳ କୁହୁଡି ହୋଇଥିବା ଦେଖିବାକୁ ମିଳିଛି।
ଏହି ଖବର ପଢ଼ନ୍ତୁ: ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ସର୍ବନିମ୍ନ ତାପମାତ୍ରା ୪.୭ ଡିଗ୍ରି ରହିଥିବା ବେଳେ ସୋମବାର ୪.୮ଡିଗ୍ରି ଓ ରବିବାର ଦିନ ୬.୨ ଡିଗ୍ରି ସେଲସିୟସ ରହିଥିଲା। କିଛି ଦିନର ବ୍ୟବଧାନ ପରେ ହଠାତ୍ ତାପମାତ୍ରା ହ୍ରାସ ହୋଇ ସ୍ଥାନୀୟ ଅଞ୍ଚଳରେ ଶୀତର ପ୍ରୋକୋପ ବୃଦ୍ଧି ପାଇଛି, ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି।
ଏହି ଖବର ପଢ଼ନ୍ତୁ: ଗୁରୁତର ସ୍ତରରେ ଦିଲ୍ଳୀ ବାୟୁ
ଘୁ ଉଦୟଗିରିରେ ସର୍ବନିମ୍ନ ୪.୭ ଡିଗ୍ରି ତାପମାତ୍ରା ରହିଛି। କିନ୍ତୁ ଆଖ ପାଖ ଗାଁ ରଟିଙ୍ଗିଆ, ଝିମାଙ୍ଗିଆ, ମୁକୁଲିଙ୍ଗିଆ, ଗୁନ୍ଦାବାଜୁ, ଲଏରେଜୁ ଭଳି ଜଙ୍ଗଲ, ପାହାଡ଼, ପର୍ବତ, ନଦୀ ନାଳ, ଝରଣା ନିକଟବର୍ତ୍ତୀ ଅଞ୍ଚଳରେ ତାପମାତ୍ରା ଆହୁରି କମ ରହୁଥିବା ସହ ତୁଷାରପାତ ହେଉଥିବା ଗ୍ରାମବାସୀ କହୁଛନ୍ତି। ଘୁ ଉଦୟଗିରି ତଥା ଆଖ ପାଖ ଅଞ୍ଚଳରେ ଅତ୍ୟଧିକ ଶୀତ ଅନୁଭୂତ ହେଉଥିବା ଯୋଗୁଁ ସଂଧ୍ୟା ହେଲେ ବଜାର ଖାଲି ଖାଁ ଖାଁ ହେଉଛି। ସନ୍ଧ୍ୟା ୭ଟା ପରେ ଦୋକାନ-ବଜାର ବନ୍ଦ ହେଉଛି। ବୃଦ୍ଧ ଠୁ ଆରମ୍ଭ କରି ଯୁବ ପିଢ଼ି ସମସ୍ତେ ଘରମୁହାଁ। ଏପରିକି ଶୀତବସ୍ତ୍ର କାମ ଦେଉନାହିଁ। ଗ୍ରାମାଞ୍ଚଳରେ ଘରେଘରେ ନିଆଁ ଶୀତଦାଉରୁ ରକ୍ଷା ପାଇଁ ସାହାରା ହେଉଥିବା ଦେଖିବାକୁ ମିଳିଛି।
ଏହି ଖବର ପଢ଼ନ୍ତୁ: ସିରିଆ ପରେ ଏବେ ଲିବିୟା ଉପରେ ପୁଟିନଙ୍କ ନଜର
କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ ରାଜ୍ୟର ସବୁ ଜିଲ୍ଲା ଠାରୁ ଅଧିକ ଶୀତ ଓ ଜାଡ଼ରେ ଥରୁଥିବା ସହର ଭାବରେ ପରିଗଣିତ ହୋଇଛି। ଦିନ ବେଳେ ଯେତେ ଟାଣ ଖରା ହେଉଛି ସଂଧ୍ୟା ପରେ ତାଠାରୁ ଅଧିକ ଥଣ୍ଡା ଅନୁଭୂତ ହେଉଛି। ରାତି ଯେତିକି ବଢ଼ିବଢ଼ି ଯାଉଛି ଶୀତ ସେତିକି ଅଧିକା ହେବାରେ ଲାଗିଛି।
ଏହି ଖବର ପଢ଼ନ୍ତୁ: ଠିକ୍ ସମୟରେ କାମ ନସରିଲେ ହେବ କାର୍ଯ୍ୟାନୁଷ୍ଠାନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/17/G4DY5XmQJjgu0DvMXxdp.jpg)