ଘୁ.ଉଦୟଗିରି: କନ୍ଧମାଳଜିଲ୍ଲା ଘୁ.ଉଦୟଗିରି ଅଞ୍ଚଳରେ ଆଜି କ୍ରମାଗତ ଦ୍ୱିତୀୟ ଦିନ ଶୁକ୍ରବାର ପାରଦ ୪.୮ଡିଗ୍ରିରେ ସ୍ଥିର ରହି ଶୀତ ଲହରୀ ଜାରିରହିଛି। ପ୍ରବଳ ଥଣ୍ଡା ସହ ବୋହୁଛି ଥଣ୍ଡା ପବନ। କଲବଲ କରୁଛି ଜୀବନ। କାଲ ମାରିଯାଉଛି ହାତଗୋଡ଼।ବିନା ଗରମ ପାଣିରେ ଚଳିବା ଅସମ୍ଭବ ହୋଇପଡିଛି। ବିନା ଗରମ ପୋଷାକରେ ବହାରକୁ ବାହାରିବା ଅସମ୍ଭବ ହୋଇପଡିଥିବା ବେଳେ ଗରିବ ଅସହାୟ ଲୋକ ଏହି ଅସମ୍ଭାଳ ଜାଡ଼ରେ କଲବଲ ହେଉଛନ୍ତି।
ଏହି ଖବର ପଢ଼ନ୍ତୁ: ରାଜ୍ୟରେ ଶୀତଲହରୀ ଜାରି: ଦୁଇ ଦିନ ପରେ ପାରା ୩ଡିଗ୍ରି କମିବା ସମ୍ଭାବନା
ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ ୨ ଦିନ ପାଇଁ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏହା ପର ଦିନଠାରୁ ସର୍ବନିମ୍ନ ତାପମାତ୍ରାରେ ୨ରୁ ୩ ଡିଗ୍ରି ସେଲସିୟସ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ଏହି ଖବର ପଢ଼ନ୍ତୁ: ସୁରକ୍ଷା ବାହିନୀକୁ ସଫଳତା: ନୂଆପଡ଼ା ସୀମାନ୍ତ ଜଙ୍ଗଲରେ ୩ ନକ୍ସଲ ନିପାତ
ନିଆଁର ସାହାରାରେ ଗରିବଙ୍କ ଜୀବନ କାଟୁଥିବା ବେଳେ ଦିନରେ ଖରା ରାତିରେ ନିଆଁ ହିଁ ଏକମାତ୍ର ସହାରା ପାଲଟିଛି। ଖେଳ ପଡିଆ ହେଉ କି ବିଭିନ୍ନ ରାସ୍ତାରେ ସକାଳୁଆ ଭ୍ରମଣ ବି କମିଯାଇଛି ଲୋକଙ୍କର।ସଞ୍ଜ ନଇଁଲେ ରାସ୍ତାଘାଟ ବଜାର ଜନଶୁନ୍ୟ ହୋଇଯାଉଛି। ସକାଳୁ ଏବଂ ସନ୍ଧ୍ୟାରେ ସହରର ବିଭିନ୍ନ ଛକଗୁଡ଼ିକରେ ଚା ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି ପୁଣି ନିଆଁ ପାଖରେ ବସି ଖଟିର ମଜା ନେଉଥିବା ଦୃଶ୍ୟ ଦେଖଗିବାକୁ ମିଳୁଛି।
ଏହି ଖବର ପଢ଼ନ୍ତୁ: ଭାଇ ଭଉଣୀଙ୍କୁ ଗୁଳିମାଡ଼: ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର, କାରଣ ଅସ୍ପଷ୍ଟ
କିଛି ଦିନ ହେଲା ସାରା ଅଞ୍ଚଳ କୁହୁଡ଼ିର ବଳୟ ଭିତରେ ରହୁଥିବା ଭଳି ମନେ ହେଉଛି।ପ୍ରବଳ କୁହୁଡି ଯୋଗୁଁ ରାସ୍ତାରେ ଯାତାୟତ ଅସମ୍ଭବ ହେଉଥିବା ଦେଖୁବାକୁ ମିଳୁଛି। ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ଏହିଭଳି ଶୀତ ଲହରୀ ଜାରି ରହିବା ନେଇ ପାଣିପାଗ ବିଭାଗ ସତର୍କ କରିଛି।
ଏହି ଖବର ପଢ଼ନ୍ତୁ: ପୁଅର ସହିଯିବି, ହେଲେ ଐଶ୍ବର୍ଯ୍ୟାଙ୍କ ଅପମାନ ସହିବି ନାହିଁ: ଅମିତାଭ ବଚ୍ଚନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/03/X2D9xLQ8iVE8ZKcYptSU.jpg)