Cold Wave: ପୁଣି ଖସିଲା ପାରଦ: ସବୁଠାରୁ କମ୍ ତାପମାତ୍ରା ସହର ଓଡ଼ିଶାର ଦାର୍ଜିଲିଂ

Advertisment

ଚଳିତ ଶୀତୠତୁରେ ଓଡ଼ିଶାରେ ସବୁଠାରୁ କମ୍ ତାପମାତ୍ରା ଓ ଶୀତଳ ସହର ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରି ରେକର୍ଡ଼ କରିଛି। ହାଡ଼ଭଙ୍ଗା ଶୀତରେ ଥରୁଛି ସମଗ୍ର ଅଞ୍ଚଳ। ବେଶୀ ପ୍ରଭାବିତ ଆଭ୍ୟନ୍ତରୀଣ ଅଞ୍ଚଳ ତଥା ପାହାଡ଼ ଜଙ୍ଗଲ ନିକଟରେ ରହୁଥିବା ଜନସାଧାରଣ।

ଚଳିତ ଶୀତୠତୁରେ ଓଡ଼ିଶାରେ ସବୁଠାରୁ କମ୍ ତାପମାତ୍ରା ଓ ଶୀତଳ ସହର ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରି ରେକର୍ଡ଼ କରିଛି। ହାଡ଼ଭଙ୍ଗା ଶୀତରେ ଥରୁଛି ସମଗ୍ର ଅଞ୍ଚଳ। ବେଶୀ ପ୍ରଭାବିତ ଆଭ୍ୟନ୍ତରୀଣ ଅଞ୍ଚଳ ତଥା ପାହାଡ଼ ଜଙ୍ଗଲ ନିକଟରେ ରହୁଥିବା ଜନସାଧାରଣ।

Untitled-12

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଚଳିତ ଶୀତୠତୁରେ ଓଡ଼ିଶାରେ ସବୁଠାରୁ କମ୍ ତାପମାତ୍ରା ଓ ଶୀତଳ ସହର ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରି ରେକର୍ଡ଼ କରିଛି। ହାଡ଼ଭଙ୍ଗା ଶୀତରେ ଥରୁଛି ସମଗ୍ର ଅଞ୍ଚଳ। ବେଶୀ ପ୍ରଭାବିତ ଆଭ୍ୟନ୍ତରୀଣ ଅଞ୍ଚଳ ତଥା ପାହାଡ଼ ଜଙ୍ଗଲ ନିକଟରେ ରହୁଥିବା ଜନସାଧାରଣ। ଏଭଳି ହାଡ଼ଭଙ୍ଗା ଥଣ୍ଡା ଯୋଗୁଁ ପ୍ରଭାବିତ ହୋଇଛି ଦୈନନ୍ଦିନ ଜୀବନ ଶୈଳୀ।

ଘୁ.ଉଦୟଗିରି ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ସହ ପ୍ରବଳ ଶୀତ ଅନୁଭୂତ ଅଞ୍ଚଳ ହୋଇଥିଲେ ମଧ୍ୟ ପର୍ଯ୍ୟଟନ ବିକାଶରେ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ତରଫରୁ ଅଞ୍ଚଳର ସାମୁହିକ ବିକାଶ ପାଇଁ କୌଣସି ପଦକ୍ଷେପ ନ ନେବା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଜିଲ୍ଲାରେ ଦାରିଙ୍ଗବାଡ଼ି, ଫୁଲବାଣୀ ଠାରୁ ମଧ୍ୟ କମ୍ ତାପମାତ୍ରା ସହ ପ୍ରବଳ ଶୀତ ଅନୁଭୂତ ଅଞ୍ଚଳ କିନ୍ତୁ ଅବହେଳିତ। ସରକାରୀ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ଯ ର ସର୍ବନିମ୍ନ ତାପମାତ୍ରା ଘୁ.ଉଦୟଗିରିରେ ୨.୫° ଡିଗ୍ରି ରେକର୍ଡ କରାଯାଇଛି।

କଷ୍ଟ ଦେଉଛି ଜାଡ଼

ଗତକାଲି ତାପମାତ୍ରା ୨.୬ ଡିଗ୍ରି ସେଲସିୟସ ରେକର୍ଡ ହୋଇଥିବା ବେଳେ ଫୁଲବାଣୀ ୬.୧ ଡିଗ୍ରୀ ଓ ଦାରିଙ୍ଗବାଡ଼ିରେ ୯ ଡିଗ୍ରି ରେକର୍ଡ ହୋଇଥିଲା। ସରକାରୀ ତଥ୍ୟ ଅନୁସାରେ ଓଡ଼ିଶାରେ ସବୁଠାରୁ କମ୍‌ ତାପମାତ୍ରା ଘୁ.ଉଦୟଗିରି ସହରରେ ରହିଛି। ସହର ଠାରୁ କିଛି ଦୂର ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ପ୍ରାୟତଃ ୧ ଡିଗ୍ରି ରହୁଥିବା ନେଇ ଅନୁମାନ କରାଯାଉଛି। ପ୍ରବଳ ଶୀତ ସାଙ୍ଗକୁ ଜାଡ ଯୋଗୁଁ ଲୋକେ ଘରୁ ବାହାରିବା କଷ୍ଟ ହେଉଛି। ଅଞ୍ଚଳରେ ଥିବା ସମସ୍ତ ପ୍ରାକୃତିକ ପର୍ଯ୍ୟଟନ ସ୍ଥାନରେ ଶୀତର ମଜା ନେବା ପାଇଁ ପର୍ଯ୍ୟଟକମାନଙ୍କ ବଣଭୋଜିର ଆସର ଦେଖିବାକୁ ମିଳିଛି।

G Udayagiri

ପ୍ରଚାର ପ୍ରସାର ଦାବି

ସରକାରଙ୍କ ତରଫରୁ ପର୍ଯ୍ୟଟନ କ୍ଷେତ୍ରରେ ଘୁ.ଉଦୟଗିରି ବହୁ ପଛରେ ଥିବା ନେଇ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି। ଏଠାରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ପୁନରୁଦ୍ଧାର ସହ ପ୍ରଚାର ପ୍ରସାର କରିବା ପାଇଁ ସାଧାରଣରେ ଦାବି ହେଉଛି। ସ୍ଥାନୀୟ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ସ୍ଥାନ କଳିଙ୍ଗା ଘାଟି, କଳିଙ୍ଗା ବଟାନିକାଲ ଗାର୍ଡେନ, ସିର୍କି ଡ୍ୟାମ୍, କଲିନାଯୁ ଡ୍ୟାମ୍, ମଧୁଝରି ଘାଇ, କାକଲବାକି ଜଳ ପ୍ରପାତ,ଗଡ଼ିଶୀଲା ଜଳପ୍ରପାତ, କଫି ବଗିଚା, କାଲିଗାଡୁ ହିଲଟପ୍‌ ଭଳି ସ୍ଥଳୀକୁ ଯାତାୟତ ସୁବିଧା ସହ ଭିତ୍ତିଭୂମିର ବିକାଶ କରିବା ପାଇଁ ଦୃଢ଼ ଦାବି କରିଛନ୍ତି ଅଞ୍ଚଳବାସୀ।

ଆହୁରି ପଢ଼ନ୍ତୁ: R-Day: ଦିଲ୍ଲୀକୁ ଟା‌ର୍ଗେଟ କରିପାରିନ୍ତି ଖଲିସ୍ତାନୀ, ବାଂଲାଦେଶୀ ଆତଙ୍କବାଦୀ ସଙ୍ଗଠନ

ଫେବ୍ରୁଆରି ୩ରୁ ଶୀତ ମହୋତ୍ସବ

ପ୍ରାକୃତିକ ସୌନ୍ଦର୍ଯ୍ୟ ଯୁବପିଢ଼ି ଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନ ମୋହୁଛି। ପ୍ରବଳ ଶୀତକୁ ଦେଖି ଅଞ୍ଚଳବାସୀଙ୍କ ସହଯୋଗରେ ଶୀତ ମହୋତ୍ସବ କମିଟି ପ୍ରଥମ ଥର ପାଇଁ ଶୀତ ମହୋତ୍ସବ  'ତୁଷାର’ ଆୟୋଜନ ଜୋରସୋରରେ କରୁଥିବା ଦେଖିବାକୁ ମିଳିଛି। ଫେବ୍ରୁଆରି ୩ତାରିଖ ଠାରୁ ୭ତାରିଖ ପାଞ୍ଚ ଦିନ ଧରି ଶୀତ ମହୋତ୍ସବ ଅନୁଷ୍ଠିତ ହେବ। ସଂସ୍କୃତି ପରମ୍ପରା ଏବଂ ପ୍ରକୃତିର ମିଳନ ସହ ଏହି ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପର୍ଯ୍ୟଟନ କ୍ଷେତ୍ରର ବିକାଶ ଏବଂ ପ୍ରଚାର ପ୍ରସାର କ୍ଷେତ୍ରରେ ମୁଖ୍ୟ ଭୂମିକା ନିଭେଇବା ନିମନ୍ତେ ଘୁ.ଉଦୟଗିରି ଶୀତ ମହୋତ୍ସବ"ତୁଷାର"ଆୟୋଜନ  ଆୟୋଜନ କମିଟି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: Cricket: ଭାରତୀୟ ହୋଇଥିବାରୁ ଆଇସିସି ଅଧିକାରୀଙ୍କୁ ଭିସା ଦେବାକୁ ମନା କଲା ବାଂଲାଦେଶ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe