ଓଡ଼ିଶାର ଥଣ୍ଡା ସହରରେ ତାପମାତ୍ରା ୪ ଡିଗ୍ରି ରେକର୍ଡ; ଜନଜୀବନ ଅସ୍ତବ୍ୟସ୍ତ

ଘୁ.ଉଦୟଗିରି ସହରର ତାପମାତ୍ରା  ପୁଣି ୪ ଡିଗ୍ରି ରେକର୍ଡ କରାଯାଇଛି। ପ୍ରବଳ ଥଣ୍ଡା ସାଙ୍ଗକୁ ଜାଡ ଆରମ୍ଭ ହୋଇଯାଇଛି।ସଞ୍ଜ ନଇଁଲେ ରାସ୍ତାଘାଟ ଶୁନ୍‌ଶାନ ହୋଇ ଜନ ଶୁନ୍ୟ ଦେଖାଯାଉଛି ସହରର ରାସ୍ତାଘାଟ। ରାତି ବଢ଼ିଲେ ଶୀତର ପ୍ରକୋପ ବୃଦ୍ଧି ପାଉଛି।

ଘୁ.ଉଦୟଗିରି: ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହୋଇଥିବା ବେଳେ ହଠାତ ଥଣ୍ଡାର ପ୍ରକୋପ ଜନଜୀବନ ଅସ୍ତବ୍ୟସ୍ତ କରି ପକେଇଲାଣି। ଗତ ସପ୍ତାହେ ହେଲା କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହରର ତାପମାତ୍ରା ଲଗାତାର ହ୍ରାସ ପାଇବାରେ ଲାଗିଛି।ଚଳିତ ବର୍ଷ ଓଡିଶା ର ସବୁଠାରୁ କମ ତାପମାତ୍ରା ଥିବା ଏବଂ ଥଣ୍ଡା ସହର ଭାବେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହର ସ୍ଥାନିତ ହେବାରେ ଲାଗିଛି। ଗତ ୫ଦିନ ହେଲା ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ପ୍ରତ୍ୟେକ ଦିନ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି।

ଆଜି ଘୁ.ଉଦୟଗିରି ସହରର ତାପମାତ୍ରା  ପୁଣି ୪ ଡିଗ୍ରି ରେକର୍ଡ କରାଯାଇଛି। ପ୍ରବଳ ଥଣ୍ଡା ସାଙ୍ଗକୁ ଜାଡ ଆରମ୍ଭ ହୋଇଯାଇଛି।ସଞ୍ଜ ନଇଁଲେ ରାସ୍ତାଘାଟ ଶୁନ୍‌ଶାନ ହୋଇ ଜନ ଶୁନ୍ୟ ଦେଖାଯାଉଛି ସହରର ରାସ୍ତାଘାଟ। ରାତି ବଢ଼ିଲେ ଶୀତର ପ୍ରକୋପ ବୃଦ୍ଧି ପାଇବା ସହ ସାରା ଅଞ୍ଚଳ ଖୁଡିର ଚାଦର ଭିତରେ ଆଚ୍ଛାଦିତ ହେବାରେ ଲାଗୁଛି। ସକାଳୁ ସାରା ଅଞ୍ଚଳରେ ବୃକ୍ଷଲତା, ଘାସ ପଡ଼ିଆରେ ଶିଶିର ବିନ୍ଦୁ ଆଛାଦିତ ହେବା ସହ ବରଫର ପ୍ରଲେପର ଭ୍ରମ ସୃଷ୍ଟି କରୁଛି।

publive-image

ପ୍ରବଳ ଥଣ୍ଡା ଯୋଗୁଁ ନିଆଁ ଭରଷାରେ ଗରିବ ଲୋକ ରାତି କାଟୁଥିବା ବେଳେ ପର୍ଯ୍ୟଟକଙ୍କ ଆଗମନ ହୋଇଛି। କଳିଙ୍ଗା ଘାଟିର ମନୋରମ ଦୃଶ୍ୟ, ଝାଉଁ ବଣ, ବଟାନିକାଲ ଗାର୍ଡେନ, କାଲିଗାଡୁ ହିଲ୍‌ଟପ୍‌ର ମନୋରମ ଦୃଶ୍ୟ, ସିର୍କୀ ଇକୋ ପାର୍କ, କଫି ବଗିଚା, ସିର୍କୀ ଡ୍ୟାମ୍‌ରେ ସୂର୍ଯ୍ୟ ଉଦୟ ଏବଂ ସୂର୍ଯ୍ୟ ଅସ୍ତର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି।

ପ୍ରବଳ ଥଣ୍ଡା ଯୋଗୁଁ ନିଆଁ ଭରଷାରେ ଗରିବ ଲୋକ ରାତି କାଟୁଥିବା ବେଳେ ପର୍ଯ୍ୟଟକଙ୍କ ଆଗମନ ହୋଇଛି। କଳିଙ୍ଗା ଘାଟିର ମନୋରମ ଦୃଶ୍ୟ, ଝାଉଁ ବଣ, ବଟାନିକାଲ ଗାର୍ଡେନ, କାଲିଗାଡୁ ହିଲ୍‌ଟପ୍‌ର ମନୋରମ ଦୃଶ୍ୟ, ସିର୍କୀ ଇକୋ ପାର୍କ, କଫି ବଗିଚା, ସିର୍କୀ ଡ୍ୟାମ୍‌ରେ ସୂର୍ଯ୍ୟ ଉଦୟ ଏବଂ ସୂର୍ଯ୍ୟ ଅସ୍ତର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ବେଳେ ବଡି ଭୋରରୁ କୁହୁଡିମୟ ପରିବେଶ ସାଙ୍ଗକୁ ଥଣ୍ଡାର ମଜା ସହ ମର୍ଣ୍ଣି ୱାକର ମଜ୍ଜା ଆହୁରି ଆନନ୍ଦ ଦେଉଛି ପର୍ଯ୍ୟଟକଙ୍କୁ। ସ୍ଥାନୀୟ ଅଞ୍ଚଳରେ ଆଗାମୀ ଦିନରେ ପାରଦ ଆହୁରି ହ୍ରାସ ହେବା ସହ ହାଡ଼ଭାଙ୍ଗ ଶୀତ ଅନୁଭୁତ ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe