ଘୁ.ଉଦୟଗିରିରେ"ଘର ଘର ତ୍ରିରଙ୍ଗା, ହର ଘର ତ୍ରିରଙ୍ଗା" କାର୍ଯ୍ୟକ୍ରମ

ଘୁ.ଉଦୟଗିରିରେ"ଘର ଘର ତ୍ରିରଙ୍ଗା, ହର ଘର ତ୍ରିରଙ୍ଗା" କାର୍ଯ୍ୟକ୍ରମ

ଘୁ.ଉଦୟଗିରି: ୭୮ ତମ ସ୍ଵାଧୀନତା ଦିବସ ପାଳନ  ଅବସରରେ ସରକାରଙ୍କ ତରଫରୁ"ଘର ଘର ତ୍ରିରଙ୍ଗା, ହର ଘର ତ୍ରିରଙ୍ଗା" କାର୍ଯ୍ୟକ୍ରମ ସାରା ଦେଶରେ ଆୟୋଜନ କରାଯାଉଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଓ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସମସ୍ତ ୱାର୍ଡ଼ରେ ଜାତୀୟ ପତାକା ବଣ୍ଟନ କରାଯାଇଥିଲା। ସମସ୍ତ ୱାର୍ଡ଼ରେ ପ୍ରତ୍ୟେକ ପରିବାର ନିଜ ଘର ଉପରେ ତ୍ରିରଙ୍ଗା ପତାକା ବାନ୍ଧି ସ୍ବାଧୀନତା ଦିବସ ପାଳନ କରିବାକୁ ପରିଷଦ ପକ୍ଷରୁ କୁହାଯାଇଥିଲା।

ଏହି କ୍ରମରେ ବୁଧବାର ସକାଳୁ ସକାଳୁ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀଙ୍କ ନେତୃତ୍ଵରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ପି ଏଚ୍ ଡି କନିଷ୍ଠ ଯନ୍ତ୍ରୀ ଓ କର୍ମଚାରୀ, ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତପଥୀ, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, କାଉନସିଲର ଯାକେସ ପ୍ରଧାନ, ସିଦ୍ଧେଶ୍ଵରୀ ନାୟକ, ନନ୍ଦିତା ପ୍ରଧାନ, ମୋନାଲିସା ଦଳବେହେରା ଉପସ୍ଥିତ ରହିଥିଲେ ସ୍ଵଚ୍ଛ ସାଥୀ, ସ୍ଵଚ୍ଛ କର୍ମୀ, ବିଭିନ୍ନ ସ୍କୁଲ, କଲେଜ ଛାତ୍ରଛାତ୍ରୀ, ମିଶନ ଶକ୍ତି ଗ୍ରୁପର ସଦସ୍ୟାମାନେ ପରିଷଦ କାର୍ଯ୍ୟାଳୟରୁ ଜାତୀୟ ପତାକା ନେଇ ସହର ପରିକ୍ରମା କରି ଘର ଘର ତ୍ରିରଙ୍ଗା, ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe