କନ୍ଧମାଳ: ଜୀବନ ମରଣ ସହ ସଂଗ୍ରାମ କରୁଛି ହାତୀ, ୭ ଦିନ ନଖାଇ ନପିଇ ପଡ଼ିରହିଛି

Advertisment
କନ୍ଧମାଳ: ଜୀବନ ମରଣ ସହ ସଂଗ୍ରାମ କରୁଛି ହାତୀ, ୭ ଦିନ ନଖାଇ ନପିଇ ପଡ଼ିରହିଛି

ତୁମୁଡିବନ୍ଧ: ହାତୀ ସୁରକ୍ଷା ପାଇଁ କେତେ ଯତ୍ନବାନ ଆମ ବନ ବିଭାଗ ତାହା କନ୍ଧମାଳ ଜିଲ୍ଲାର ବାଲିଗୁଡା ବନଖଣ୍ଡକୁ ଦେଖିଲେ ଜଣାପଡୁଛି। ହାତୀକୁ ଭଗବାନ ଓ ବଣର ରଜା ଭାବୁଥିବା ହାତୀ ପ୍ରେମୀମାନେ ନିରାଶ ହେଉଛନ୍ତି। ବେଲଘର ରେଞ୍ଜର ଲଙ୍କାଗଡ ନିକଟସ୍ଥ ବାରିଙ୍ଗିଲି କେନ୍ଦୁପଡା ଜଙ୍ଗଲରେ ୭ ଦିନ ହେବ ଏକ ହାତୀ ଅସୁସ୍ଥ ହୋଇ ପଡି ଛଟପଟ ହେଉଥିବା ବେଳେ ଆଜିର ଦୃଶ୍ୟ ହୃଦୟସ୍ପର୍ଶି ହାତୀଟି ବଞ୍ଚିବାର ଆଶା କ୍ଷୀଣ ଜୀବନ ମରଣ ସହ ସଂଘର୍ଷ କରୁଛି। ପାହାଡ଼ ତଳ ଏକ କାଦୁଅ ବିଲରେ ପଡିଯାଇଛି ସେହି କାଦୁଅ ଭିତରେ ଛଟପଟ ହେଉଛି। ରାତିରେ ପ୍ରବଳ ଶୀତ ହେଉଥିବା ବେଳେ ସେହି କାଦୁଅ ଓ ପାଣି ତାର ଶରୀର ରେ ଭିଜି ଭିଜି ଅଧିକ ଅସୁସ୍ଥ ହୋଇ ଯାଉଥିବା

ହାତୀ ଚିକିତ୍ସାରେ ସୁଧାର ଆସୁଛି। ୨ରୁ ୩ ଦିନ ମଧ୍ୟରେ ହାତୀ ସୁସ୍ଥ ହୋଇଯିବ ବୋଲି ବନ ବିଭାଗ ଅନୁମାନ କରୁଛି।
-ବିଶ୍ୱନାଥନ ନୀଳନବର, ଡିଏଫଓ, ବାଲିଗୁଡ଼ା, କନ୍ଧମାଳ

ଅଭିଯୋଗ ହେଉଛି। ହାତୀର ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଅଧିକ ରୁ ଅଧିକ ବିଗିଡି ବିଗିଡି ଯାଉଛି । ତଥାପି ବନ ବିଭାଗ ତା ପାଇଁ କିଛି ଅଧିକ ଚିନ୍ତା ମଧ୍ୟ କରୁନାହାନ୍ତି। କେବଳ ଧର୍ମକୁ ଆଖିଠାର ପରି ବେଲଘର ଡାକ୍ତରଙ୍କ ଦ୍ୱାରା କାମ ଚଳାଇ ଦେଉଥିବା ଅଭିଯୋଗ କରିଛନ୍ତି ଗ୍ରାମର ହାତୀ ପ୍ରେମୀ ଓ ବୁଦ୍ଧିଜୀବୀ।

publive-image

ଆଜି ପର୍ଯ୍ୟନ୍ତ ସେଠାରେ ବନ ବିଭାଗର କୌଣସି ବଡ଼ ବଡ଼ିଆ ଅଧିକାରୀଙ୍କ ପାଦ ନପଡିବା ଓ ହାତୀ ର ଚିକତ୍ସାରେ କୌଣସି ଗୁରତ୍ୱ ବନ ବିଭାଗ ନ ଦେବା ସରକାରଙ୍କ ହାତୀ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ପ୍ରତି ଉପହାସ। ହାତୀର ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡି ବିଗିଡ ପଞ୍ଜରା ହାଡ଼ ଦେଖା ଦେଲାଣି। ଶରୀରରେ ହୋଇଥବା ବିଭିନ୍ନ ସ୍ଥାନରେ ଗାତ କ୍ଷତ ଗୁଡିକ ପଚି ପଚି ଗଲାଣି ପାଟିରେ ମଧ୍ୟ ଇନଫେକ୍ସନ ହେଲାଣି। ଏଣୁ ନନ୍ଦନକାନନ କର୍ତ୍ତୃପକ୍ଷ ସହ ଆଲୋଚନା କରି କୌଣସି ଅଭିଜ୍ଞ ଡାକ୍ତର ଆଣି ଚିକତ୍ସା କରାଯାଉ ନହେଲେ ହାତୀର ଚିକତ୍ସାରେ ଅବହେଳା ନେଇ ସ୍ଥାନୀୟ ହାତୀ ପ୍ରେମୀମାନେ ବେଲଘର ରେଞ୍ଜ ଅଫିସକୁ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe