୩୨୨ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସ୍ଥାନୀୟ ତହସିଲଦାର ରଞ୍ଜନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ବିଭାଗ କାର୍ଯ୍ୟାଳୟ ପରିସରେ ରାଜସ୍ଵ ମେଳା ଅନୁଷ୍ଠିତ ହୋଇଯାଇଛି।

IMG 20241211 122531

ଘୁ.ଉଦୟଗିରି: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସ୍ଥାନୀୟ ତହସିଲଦାର ରଞ୍ଜନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ବିଭାଗ କାର୍ଯ୍ୟାଳୟ ପରିସରେ ରାଜସ୍ଵ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ରାଜସ୍ଵ ମେଳା ତଥା ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଡିଓ ମନୋଜ କୁମାର ଦେବତା ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବନ ବିଭାଗ ଏସିଏଫ କାଜଲ କୁମାରୀ ନାୟକ ଏବଂ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ସରପଞ୍ଚ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ କଳିଙ୍ଗା, ତଲାରିମାହା, ମାଲିକାପଡ଼ି, ଲିଙ୍ଗାଗଡ଼ ପଞ୍ଚାୟତର ୩୨୨ ଜଣ ହିତାଧିକାରୀଙ୍କୁ ରାଜସ୍ୱ ଅଧିକାରୀ, ବନବିଭାଗ ଅଧିକାରୀଙ୍କ ଦ୍ଵାରା ପଟ୍ଟା ପ୍ରଦାନ କରାଯାଇଛି। ସରକାରଙ୍କ ତରଫରୁ ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ ୨୦୦୬ ଅନୁସାରେ ଦାବି କରାଯାଇଥିବା ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି। ଉକ୍ତ ଜଙ୍ଗଲ ଜମିରେ ନିଜ ପରିବାର ର ଜୀବନ ଜୀବିକାରେ ଉନ୍ନତି ତଥା ଖାଦ୍ୟ ସୁରକ୍ଷା ପାଇଁ ବିଭିନ୍ନ ପରିବା ଚାଷ,ଫଳ ବଗିଚା, ପଶୁ ପାଳନ, ବୃକ୍ଷରୋପଣ କରି ଜୀବନ ଅତିବାହିତ କରିବାକୁ ସଚେତନ କରାଯାଇଥିଲା।

କଳିଙ୍ଗା, ତଲାରିମାହା, ମାଲିକାପଡ଼ି, ଲିଙ୍ଗାଗଡ଼ ପଞ୍ଚାୟତର ୩୨୨ ଜଣ ହିତାଧିକାରୀଙ୍କୁ ରାଜସ୍ୱ ଅଧିକାରୀ, ବନବିଭାଗ ଅଧିକାରୀଙ୍କ ଦ୍ଵାରା ପଟ୍ଟା ପ୍ରଦାନ କରାଯାଇଛି। ସରକାରଙ୍କ ତରଫରୁ ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ ୨୦୦୬ ଅନୁସାରେ ଦାବି କରାଯାଇଥିବା ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ରାଜସ୍ଵ ଅଧିକାରୀ ରଞ୍ଜନ କୁମାର ସାହୁ,ବନବିଭାଗ ଅଧିକାରୀ କାଜଲ କୁମାରୀ ନାୟକ,ଲିଙ୍ଗାଗଡ଼ ଆରଆଇ ନିକେଶ କୁମାର ସାହୁ, କଳିଙ୍ଗା ଆର ଆଇ ପ୍ରମୋଦ କୁମାର ସାହୁ, ମାଲିକାପଡ଼ି ଆର ଆଇ ଅଜୟ କହଁର,କତିଙ୍ଗିଆ ଆର ଆଇ ରାଧାମୋହନ ସାହୁ,ସତ୍ୟନାରାୟଣ ପ୍ରଧାନ, ପ୍ରତିଭା ମଞ୍ଜରି ବେହେରା, ଦୀପିକା ତ୍ରିପାଠୀ, ଶୁଭଶ୍ରୀ ପ୍ରଧାନ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ବଶିଷ୍ଠ ସହାୟକ ପ୍ରଭାତ କୁମାର ସାହୁ ପରିଚାଳନା କରିଥିବା ବେଳେ ଅଶୋକ କୁମାର ପ୍ରଧାନ ଓ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe