କନ୍ଧମାଳ: ରାତି ଅଧରେ ଘରେ ପଶିଲେ ମୁଖପିନ୍ଧା ଦୁର୍ବୃତ୍ତ, ଜଣକୁ କଲେ ହତ୍ୟା

Advertisment
କନ୍ଧମାଳ: ରାତି ଅଧରେ ଘରେ ପଶିଲେ ମୁଖପିନ୍ଧା ଦୁର୍ବୃତ୍ତ, ଜଣକୁ କଲେ ହତ୍ୟା

ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଡ୍ରାପ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ହତ୍ୟା କାଣ୍ଡ ଘଟିଛି। ଦୁଇ ଅଜଣା ମୁଖାଧାରୀ ବ୍ୟକ୍ତି ଡ୍ରପସାହିରେ ରହୁଥିବା ପଙ୍କଜ ବିନ୍ଧାଣି ଘରକୁ ଆସି ଡାକିଥିଲେ। ପଙ୍କଜଙ୍କ ସ୍ତ୍ରୀ ଲଳିତା ବିନ୍ଧାଣି କବାଟ ଖୋଲିବା ପରେ ଘରେ ପଶି ଏକ କାଠ ଫାଳିଆରେ ସ୍ତ୍ରୀ ସମ୍ମୁଖରେ ଅତି ର୍ନିମମ ଭାବେ ପିଟିବା ଦ୍ୱାରା ପଙ୍କଜର ମୃତ୍ୟୁ ହୋଇଥିବା ସ୍ତ୍ରୀ ବାଲିଗୁଡା ଥାନାରେ ଅଭିଯୋଗ କରିଛନ୍ତି।। ଏ ନେଇ ବାଲିଗୁଡା ପୁଲିସ ଏକ ମାମଲା ରୁଜୁ କରିବା ସହ ମୃତଦେହ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛି।

ଘଟଣା ସ୍ଥଳେ ସାଇଣ୍ଟିଫିକ ଟିମ ପହଂଚି ସରଜମିନ ତଦନ୍ତ ଜାରୀ ରଖିବା ସହ ମୃତ ପଙ୍କଜଙ୍କ ସ୍ତ୍ରୀକୁ ପଚରା ଉଚରା କରୁଛି। ସୂଚନା ପ୍ରକାର ଗତ ଦୁଇ ସପ୍ତାହ ହେଲା ଦୁଇ ଛୁଆକୁ ଧରି ସ୍ୱାମୀ ପଙ୍କଜ ବିନ୍ଧାଣି ଓ ସ୍ତ୍ରୀ ଲଳିତା ବିନ୍ଧାଣି ଓ ଦୁଇ ଛୁଆ ସେହି ଅଂଚଳରେ ରହିଆସୁଥିଲେ। ଏହି ହତ୍ୟା କାଣ୍ଡ ପଛରେ ମୁଖାଧାରୀ ନା ସୁକଳ୍ପିତ ହତ୍ୟା ସେ ନେଇ ଅଧିକ ତଦନ୍ତ ଚାଲିଥିବା ତଦନ୍ତକରି ଅଫିସର ପ୍ରଫୁଲ୍ଲ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe