ଫିରିଙ୍ଗିଆ ସହରରେ ମାଓ ପୋଷ୍ଟର୍‌: ଆତଙ୍କିତ ଲୋକେ

ଫିରିଙ୍ଗିଆ ସହରରେ ମାଓ ପୋଷ୍ଟର୍‌: ଆତଙ୍କିତ ଲୋକେ

ଫିରିଙ୍ଗିଆ: ଗତ ଫେବ୍ରୁଆରି ୩ରେ ଟପ୍ ମାଓନେତା ଦସୁରୁ ପୁଲିସ ଗୁଳିରେ ପ୍ରାଣ ହରାଇବା ପରେ ଏବେ ପ୍ରତିକ୍ରିୟାଶୀଳ ହୋଇଛି ଲାଲ୍ ବାହିନୀ। ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର୍‌ ଲଗାଇ ପୁଲିସକୁ ଚ୍ୟାଲେଞ୍ଜ୍‌ ଦେବାକୁ ଚେଷ୍ଟା କରିଛି ‌କେକେବିଏନ୍‌ ସଂଗଠନ। ଆଜି ପ୍ରଥମ ଥରପାଇଁ ଫିରିଙ୍ଗିଆ ସହରରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି।

ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟ ଛକ ନିକଟରେ ଥିବା ଏକ କଲଭର୍ଟରେ ଏହି ପୋଷ୍ଟର ଲାଗିଥିବା ବେଳେ ଏହା ଏକ ଜନଗହଳପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ପୋଷ୍ଟର୍‌ ଦେଖି ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଏ ନେଇ ପୁଲିସକୁ ଖବର ଦେଇଥିବା ବେଳେ ଅପରାହ୍‌ଣ ପର୍ଯ୍ୟନ୍ତ ପୋଷ୍ଟରକୁ ହଟାଯାଇ ନଥିଲା। ଏତଦ୍‌ବ୍ୟତୀତ ସାଢିଙ୍ଗିଆ ଅଞ୍ଚଳର କଟଡ଼ି ଘାଟି, ରିବିଲଦା ଓ ଗୋଛାପଡ଼ା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର୍‌ ଲଗାଯାଇଛି।
କେକେବିଏନ୍‌ ପକ୍ଷରୁ ଜାରି ଏହି ପୋଷ୍ଟର୍‌ରେ କମ୍ରେଡ ଦସୁରୁକୁ ପୁଲିସ ହତ୍ୟା କରିଥିବା ନେଇ ନିନ୍ଦା କରିବା ସହ ତୁମର ବଳିଦାନ ବ୍ୟର୍ଥ ଯିବନି, ତୁମେ ମୃତ୍ୟୁଞ୍ଜୟ, ତୁମକୁ ଆମର କୋଟି କୋଟି ପ୍ରଣାମ ବୋଲି ଉଲ୍ଲେଖ ରହିଛି। ତେବେ ଫିରିଙ୍ଗିଆ ସହରରେ ଜନପୂର୍ଣ୍ଣ ସ୍ଥାନରେ ଏଭଳି ପୋଷ୍ଟର ଲାଗିଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ପୁଲିସ ଏହାକୁ ହଟାଇନଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଭୟର ବାତାବରଣ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe