ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଦେଶ ସ୍ୱାଧୀନତାର ୭୯ ବର୍ଷ ପରେ ମଧ୍ଯ କନ୍ଧମାଳ ଜିଲ୍ଲାରର ଭାଗ୍ଯ ବଦଳି ପାରିଲା ନାହିଁ। ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର, ପ୍ରାକୃତିକ ଜଙ୍ଗଲ ସଂପଦରେ ଭରପୁର ଥିବା ଜିଲ୍ଲାରେ ଅଭାବୀ, ଗରିବୀ, ବେକାର ଯୋଗୁଁ ଯୁବପିଢିଙ୍କ ପେଟ ପୁରୁ ନଥିବା ବେଳେ ଆଜି ବାହାର ରାଜ୍ଯରେ ଦାଦନ ଖଟିବାକୁ ଯିବାକୁ ପଡୁଛି। କନ୍ଧମାଳରେ ସିନା ଜନ୍ମ। କର୍ମକ୍ଷେତ୍ର ପାଲଟିଛି କେରଳ। ଏହା ଯେମିତି କନ୍ଧମାଳ ଜିଲ୍ଲା ଯୁବ ପିଢିଙ୍କ ଭାଗ୍ଯରେ ଲେଖା ହୋଇଛି।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଜିଲ୍ଲାରେ ପଯ୍ଯଟନସ୍ଥଳ ବିକାଶ ନକରିବା, ଜିଲ୍ଲାର ପ୍ରମୁଖ ଏବଂ ନାଁ କରିଥିବା ହଳଦୀ ଚାଷ, ଅଦା ଚାଷ, ତିଳା, ଶୋରିଷ, କାନ୍ଦୁଲ, ବିନ୍ସ, ଫୁଲ ଝାଡୁ, ଚାଷ ପ୍ରତି ଗୁରତ୍ୱ ନଦେବା, ଆମ୍ବ, ପଣସ, ହଳହୀ ସହିତ ଜଙ୍ଗଲ ଜାତ ସାମଗ୍ରୀକୁ ଦ୍ରୁଷ୍ଟିରେ ରଖି କାରଖାନା ସ୍ଥାପନା ନକରିବା, ଜଙ୍ଗଲ ଜାତ ସାମଗ୍ରୀ ଅନୁଯାୟୀ କୁଟିର ଶିଳ୍ପ ସ୍ଥାପନ କରାନଯିବା ଫଳରେ ଯୁବପିଢି ସ୍ୱାବଲମ୍ବୀ ହୋଇନପାରି ଦାଦନ ଖଟିବାକୁ ବାଧ୍ଯ ହୋଇଥାନ୍ତି। ମୂଳ କାରଣ ଗୁଡିକୁ ସବୁ ସରକାର ଧ୍ଯାନ ନଦେଇ କେବଳ ଅଦରକାରୀ ଯୋଜନା ଖୋଲି ଜିଲ୍ଲାର ବିକାଶ କରିବାର ବାହାନା କରିଥାନ୍ତି। ଫଳରେ ଆଜି ବି କନ୍ଧମାଳ ର ଯୁବକ ଯୁବତୀ ଘର ଦ୍ୱାର ପରିବାର ସ୍ୱଜନ ଛାଡି ଦାଦନ ଖଟିବାକୁ କେରଳ ଯାଇଥାନ୍ତି।
ନିୟମିତ ବ୍ଯବଧାନରେ ପ୍ରତି ସପ୍ତାହରେ କେରଳରୁ ଦୁଇରୁ ତିନି ଗୋଟି ବସ ଆସିଥାଏ ଘୁ.ଉଦୟଗିରି ଅଞ୍ଚଳକୁ। ନିର୍ଦିଷ୍ଟ କେତେକ ବସରେ କନ୍ଧମାଳ ଏକ୍ସପ୍ରେସ ଲେଖାଯାଇଥିବା ବେଳେ ଫୋନ ନମ୍ବର ମଧ୍ଯ ଲେଖା ଯାଇଛି। ପ୍ରତି ସପ୍ତାହରେ ଶତାଧିକ ଯୁବକ ଯୁବତର କନ୍ଧମାଳରୁ କେରଳ ଯାଉଥିବା ବେଳେ ଯୁବଶକ୍ତି ଖାଲି ହେବାରେ ଲାଗିଛି। କନ୍ଧମାଳର ଯୁବଶକ୍ତିକୁ ନେଇ ବିକାଶିତ ହେଉଛି କେରଳ। କନ୍ଧମାଳର ଯୁବପିଢି ଦାଦନ ଖଟିବାକୁ ଭାଗ୍ଯରେ ଲେଖା ବୋଲି ଧରି ନେଇଥିବା ବେଳେ କେରଳ ହାତରେ କନ୍ଧମାଳର ଭାଗ୍ଯ ଯେମିତି ବନ୍ଧା ପଡ଼ିଛି। ଆଉ ଏହାକୁ ମୁକୁଳେଇବାକୁ ସତେ ଯେମିତି ସରକାରଙ୍କ ଆନ୍ତରିକତା ନାହିଁ। କିନ୍ତୁ ଆଜି ପଯ୍ର୍ୟନ୍ତ କୌଣସି ଗାଡିକୁ ପ୍ରଶାସନ ତରଫରୁ ଏହା କେତେ ଆଇନ ସମ୍ମତ, ଜିଲ୍ଲା ପ୍ରଶାସନ ଜାଣତରେ ବିିଧିବଧ ଭାବେ ଯାଉଛି କି, ଲମ୍ବା ଯାତ୍ରା ପାଇଁ ସମସ୍ତ ପ୍ରକାର ସୁବିଧା ଅଛି କି ନାହିଁ, କେତେ ସୁରକ୍ଷିତ ଯାତ୍ରା, କେରଳ ଯିବା ଯୁବକ ଯୁବତୀଙ୍କ ପରିବାର ଅନୁମତି ଦେଇଛନ୍ତି କି ନାହିଁ, କିଏ ଦାଇତ୍ୱ ନେଉଛି, କେଉଁ କମ୍ପାନି ନେଉଛି ଆଦି ଅନେକ ଗୁରୁତ୍ବପୂର୍ଣ୍ଣ ଦିଗ ରହିଥିଲେ ମଧ୍ଯ କେତେ ଏହି ଗାଡି ଗୁଡିକୁ ପଚରା ଉଚରା କରାଯାଉଥିବା ନଜିର ନାହିଁ।
ଆହୁରି ପଢ଼ନ୍ତୁ: Balochistan: 'ତୁମେ ବଲୁଚିସ୍ତାନର ହତ୍ୟାକାରୀ'... ନିନ୍ଦାର ଶିକାର ହେଲେ କକର
ସରକାର ଏହି ସମସ୍ଯାର ସ୍ଥାୟୀ ସମାଧାନ କରିବା ପାଇଁ ପଯ୍ଯଟନସ୍ଥଳ ଗୁଡିକର ବିକାଶ, ହଳଦୀ, ଅଦା, ବିନ୍ସ, ଚାଷ ପାଇଁ ବଜାର ବ୍ଯବସ୍ଥା ସହିତ ପ୍ରୋତ୍ସାହିତ କରିବା ସହିତ ଆମ୍ବ, ପଣସ, ହଳଦୀକୁ ନେଇ ଜିଲ୍ଲା ରେ କାରଖାନା ସ୍ଥାପନା, ବନ୍ୟ ସାମଗ୍ରୀକୁ ଲକ୍ଷ କରି କୁଟିର ଶିଳ୍ପ କରାଗଲେ ଦାଦନ ସମସ୍ଯା ର ସମାଧାନ ହୋଇ ପାରିବା ସହିତ ଜିଲ୍ଲା ର ଆର୍ଥିକ ଅବସ୍ଥା ସୁଧୁରି ପାରିବ ବୋଲି ସାମାଜିକ କର୍ମୀମାନେ ଦାବୀ କରିଛନ୍ତି।
ଆହୁରି ପଢ଼ନ୍ତୁ: Bill Gates to attend India AI Impact Summit: ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଯୋଗଦେବେ ବିଲ୍ ଗେଟ୍ସ
କନ୍ଧମାଳ ଜିଲ୍ଲାର ଶହଶହ ଶିକ୍ଷିତ ଯୁବକଯୁବତୀ ପାଠ ପଢ଼ି ସାରିବା ପରେ କୌଣସି ଚାକିରି କିମ୍ବା ସରକାରୀ ପ୍ରୋତ୍ସାହନ ପାଉନଥିବା ଯୋଗୁଁ ସେମାନେ ଘରେ ବସି ରହିଛନ୍ତି। ପରିବାର ପ୍ରତି ପୋଷଣ କରିବା ନିମନ୍ତେ କୌଣସି ଉପାୟ ନପାଇ ବାଧ୍ୟ ହୋଇ ରୋଜଗାର କରିବା ନିମନ୍ତେ ନିଜ ପରିବାର ଓ ପ୍ରିୟ ପରିଜନ ଙ୍କୁ ଛାଡି ଦାଦନ ଖଟିବା ନିମନ୍ତେ ବାହାର ରାଜ୍ୟକୁ ଯାଉଛନ୍ତି । ବର୍ତ୍ତମାନ କନ୍ଧମାଳ ଜିଲ୍ଲାରେ ଯୁବକ ଯୁବତୀଙ୍କ ସଂଖ୍ୟା କମିବାରେ ଲାଗିଛି। ଯେପରି ମିସନ ଶକ୍ତି ମହିଳାମାନଙ୍କୁ ଶସକ୍ତି କରି ଆର୍ଥିକ ମେରୁଦଣ୍ଡ ସୁଦୃଢ଼ କରିବା ନିମନ୍ତେ ସରକାର ବିଭିନ୍ନ ପ୍ରକାର ଉଦ୍ୟମ କରୁଛନ୍ତି ସେହିପରି ଶିକ୍ଷିତ ଯୁବକ ଯୁବତୀମାନଙ୍କ ଆର୍ଥିକ ସ୍ଥିତି ସୁଧାରିବା ଏବଂ ରୋଜଗାରକ୍ଷମ କରିବା ନିମନ୍ତେ ସରକାରଙ୍କ ତରଫରୁ ବ୍ୟବସ୍ଥା କରିବା ସହିତ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେଲେ ସମସ୍ତେ ଉପକୃତ ହୋଇପାରିବେ ବୋଲି ଯୁବ ସମାଜ ସେବୀ ଆମନ ଚନ୍ଦ୍ର ନାୟକ,ହୃଷିକେଶ ପ୍ରଧାନ,ସସ୍ମିତା ମଲିକ ପ୍ରମୁଖ ମତବ୍ୟକ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/17/untitled-14jpg-2026-02-17-16-28-59.jpeg)