ନାବାଳିକା ଅପହରଣ ମାମଲାରେ ଯୁବକ ଗିରଫ

Advertisment
ନାବାଳିକା ଅପହରଣ ମାମଲାରେ ଯୁବକ ଗିରଫ

ଦାରିଙ୍ଗବାଡ଼ି: ଜଣେ ନାବାଳିକାଙ୍କୁ ଅପହରଣ ମାମଲାରେ ଦାରିଙ୍ଗବାଡ଼ି ପୁଲିସ ଆଜି ବାଲିଗୁଡ଼ା ଥାନା ସିମ୍ପାଞ୍ଜିରି ଗ୍ରାମର ତୁଷାର ମଲିକ ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ତୁଷାରକାନ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଅଭିଯୋଗ ଅନୁସାରେ, ନାବାଳିକା ଜଣକ ଗତ ଏପ୍ରିଲ୍‌ ମାସରେ ତାଙ୍କ ପିଉସୀ ଘର ସିମ୍ପାଞ୍ଜିରି ଗ୍ରାମକୁ ଯାଇଥିବା ବେଳେ ତୁଷାର ତାଙ୍କୁ ଅପହରଣ କରିଥିଲା। ଏ ନେଇ ନାବାଳିକାଙ୍କ ପରିବାର ଲୋକେ ତୁଷାରର ପରିବାରକୁ ଅବଗତ କରିଥିଲେ। ହେଲେ ତୁଷାରର ପରିବାର ଲୋକେ ସେମାନଙ୍କୁ ଧମକଚମକ ଦେଇଥିଲେ। ଗତ ୩ ତାରିଖରେ ନାବାଳିକଙ୍କ ପରିବାର ଏନେଇ ଦାରିଙ୍ଗବାଡ଼ି ଥାନାରେ ଏତଲା ଦେବା ପରେ କେସ୍‌.ନଂ ୭୨ ଅନୁସାରେ ମାମଲା ରୁଜୁ କରି ତୁଷାରକୁ ଗିରଫ କରାଯାଇଛି। ନାବାଳିକାକୁ ସ୍ୱଧାରଗୃହକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe