Rangabati Choudhuri Photograph: (Sambad )
ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଟିକାବାଲି ସମ୍ବାଦ ପ୍ରତିନିଧି ରାମକୃଷ୍ଣ ଚୈାଧୁରୀଙ୍କ ମାତା ରଙ୍ଗବତୀ ଚୌଧୁରୀ(୮୬)ଙ୍କ ଶୁକ୍ରବାର ଅପରାହ୍ନରେ ବିୟୋଗ ହୋଇଯାଇଛି। ସେ ଜଣେ ଧର୍ମପାରାୟଣ ମିଷ୍ଠଭାଷୀ, ମେଳାପି ମହିଳା ଥିଲେ। ତାଙ୍କ ବିୟୋଗରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ସମ୍ବାଦ ପ୍ରତିନିଧି ସମୀର କୁମାର ପାଢୀ, ଜିଲ୍ଲା ପ୍ରତିନିଧି ଡ଼ ରଞ୍ଜନ ପ୍ରଧାନ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ପରିବାରକୁ ସମବେଦନା ଜଣେଇଥିଲେ।
ସ୍ଥାନୀୟ ପ୍ରେସ କ୍ଲବ ପକ୍ଷରୁ ସମସ୍ତ ସଦସ୍ୟ ତାଙ୍କ ଘରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅନ୍ତିମ ଦର୍ଶନ କରିଥିଲେ। ସ୍ଥାନୀୟ ଧବଳେଶ୍ଵର ମନ୍ଦିର ନିକଟସ୍ଥ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ସ୍ୱର୍ଗତାଙ୍କ ୪ପୁଅ ଏବଂ ଗୋଟିଏ ଝିଅ। ସାନ ପୁଅ ରାମକୃଷ୍ଣଙ୍କ ପାଖରେ ମା ରହୁଥିଲେ। ରାମକୃଷ୍ଣ ମୁଖାଗ୍ନି ଦେଇଥିଲେ।
କିଛି ବର୍ଷ ପୂର୍ବେ ତାଙ୍କ ସ୍ୱାମୀ ନିରଞ୍ଜନ ଚୌଧୁରୀଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ଖବର ପାଇ ଘୁ. ଉଦୟଗିରି ଏବଂ ଗ୍ରେସିଙ୍ଗିଆରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମୃତ୍ୟୁ ଖବର ପାଇବା ପରେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକର ସମ୍ବାଦ ପ୍ରତିନିଧି, ସମ୍ବାଦ ବ୍ରହ୍ମପୁର ସଂସ୍କରଣ ପରିଚାଳକ ସୁଶୀଲ ପ୍ରଧାନ, ବରିଷ୍ଠ ସହସମ୍ପାଦକ ପ୍ରଶାନ୍ତ ପଣ୍ଡା, ଦୁର୍ଗମାଧବ ବେହେରା, ପ୍ରଭାତ ବେହେରା, ବସନ୍ତ ପଣ୍ଡା, ପ୍ରମୋଦ ପଟ୍ଟନାୟକ, ବସନ୍ତ ସ୍ୱାଇଁ ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।
Follow Us