ଲୁହା ରଡରେ ପିଟି ହତ୍ୟା,୨ ଅଭିଯୁକ୍ତ ଅଟକ

ଚରିତ୍ର ସନ୍ଦେହ କରି ସ୍ତ୍ରୀକୁ ହତ୍ୟା, ସ୍ୱାମୀ ଗିରଫ

timesof india

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଟିକାବାଲି ଥାନା କୋଚିଲାଗଡ ଗାଁରେ ଜଣଙ୍କୁ ପୂର୍ବ ବିବାଦରୁ ଲୁହା ରଡରେ ପିଟିପିଟି ହତ୍ୟା କରାଯାଇଛି। ପୁଲିସ ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଥାନାକୁ ଆଣି ଅଟକ ରଖିଛି। ଅଜିତ ବିଶୋଇ ଗତକାଲି ସଂଧ୍ୟାରେ ଘର ବାରଣ୍ଡାରେ ବସିଥିଲେ। ବାବୁଲା ବିଶୋଇ ଓ ଚିତ୍ତରଂଜନ ବି‌ଶୋଇ ଲୂହା ରଡ ଆଣି  ଅଜିତଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଅଜିତଙ୍କୁ ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏ ନେଇ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ବାବୁଲା ଓ ଚିତ୍ତରଂଜନଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚୁରା ଚଳାଇଥିବା ଜଣା ପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe