ଗାଁକୁ ନାହିଁ ରାସ୍ତା, ଆସିଲାନି ଆମ୍ବୁଲାନ୍ସ: ଦୋଳାରେ ବୁହାହେଲେ ଗର୍ଭବତୀ ଆଶାକର୍ମୀ

ଗାଁକୁ ନାହିଁ ରାସ୍ତା, ଆସିଲାନି ଆମ୍ବୁଲାନ୍ସ: ଦୋଳାରେ ବୁହାହେଲେ ଗର୍ଭବତୀ ଆଶାକର୍ମୀ

ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ବ୍ଳକରେ ପୁଣି ଜନନୀ ଯନ୍ତ୍ରଣା ଗାଁକୁ ନାହିଁ ରାସ୍ତା। ଆସି ପାରିଲାନି ଆମ୍ବୁଲାନ୍ସ। ଦୋଳାରେ ବୁହା ହେଲେ ଗର୍ଭବତୀ ଆଶାକର୍ମୀ। ଏହି ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ବ୍ଲକ ତାଜୁଙ୍ଗିଆ ଗ୍ରାମ ପଞ୍ଚାୟତ ନିଲାକ୍ଲିୟୁ ଗାଁରେ। ଗାଁକୁ ରାସ୍ତା ଓ ମୋବାଇଲ ସେବା ନ ଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ । ଯାହା ଫଳରେ ଦୋଳାରେ ବୁହା ହୋଇ ଗଲେ ଥେପିଲ ମାଝୀଙ୍କ ଗର୍ଭବତୀ ପତ୍ନୀ ସିବାଜିନୀ ସିକବାଡ଼ି ଗ୍ରାମ ଯାଏଁ। ଏହାପରେ ସେଠାରୁ ଅଟୋ ଯୋଗେ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଗର୍ଭବତୀ ମହିଳା ଜଣକ। ସେଠାରେ ମହିଳା ଜଣକ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡ଼ିଛି।

କେଉଁ କାରଣରୁ ଗର୍ଭବତୀ ସିବାଜିନୀ ଯିଏକି ନିଜେ ଆଶାକର୍ମୀଙ୍କ ଏହି ଭଳି ସମସ୍ୟାର ସମ୍ମୁଖୀନ ହେବା ଘଟଣା ସମ୍ପର୍କରେ ଦାରିଙ୍ଗବାଡ଼ି ଜନସ୍ଵାସ୍ଥ୍ୟ ଅଧିକାରୀ ଡା. ଜାକେଶ ସାମନ୍ତରାୟଙ୍କୁ ଯୋଗାଯୋଗ କରାଯିବାରୁ କହିଛନ୍ତି ଯେ ନିଜେ ଅନ୍ୟକୁ ସାହା ହେଉଥିବା ଆଶା କର୍ମୀ ସିବାଜିନି ନିଜେ କେଉଁ କାରଣରୁ ମାଗୃହକୁ ଗଲେ ନାହିଁ ଏବଂ ଏହି ଭଳି ସମସ୍ୟାର ସମ୍ମୁଖୀନ ହେଲେ ତଦନ୍ତ ପରେ ଜଣା ପଡ଼ିବ। ସରକାର ପ୍ରସୂତୀ ଯନ୍ତ୍ରଣା ବା ସମସ୍ୟା ସମାଧାନ କରିବା ପାଇଁ ପିପିପି ମୋଡ଼ରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦ କରି କାର୍ଯ୍ୟ କରୁଥିଲେ ମଧ୍ୟ ଏହାର ସୁସଫଳ ମିଳୁନଥିବା ଆଲୋଚନା ହେଉଛି। ସେହିପରି ସରକାର ଗମନାଗମନ ସମସ୍ୟାର ସମାଧାନ କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଥିଲେ ମଧ୍ୟ ଏହିଭଳି ଗ୍ରାମକୁ ଭଲ ରାସ୍ତାଟି ମିଳୁନାହିଁ। ଏଣୁ ପ୍ରଶାସନ ନିଲାକ୍ଲିୟୁ ଗାଁ ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe