ଛୁଆ କଳିରୁ ମହାଭାରତ: ଡ୍ରେନକୁ ଠେଲି ବୃଦ୍ଧଙ୍କୁ ହତ୍ୟା

ବାପାଙ୍କ ମୃତ୍ୟୁ ପରେ ବି ଗ୍ରାମବାସୀଙ୍କ ବାରଣ ଯୋଗୁଁ ଗାଁରେ ପଶି ପାରିଲାନି ପୁଅ

www.indiatimes.com

ଫୁଲବାଣୀ : ସାମାନ୍ୟ ବଚସାରୁ ମହାଭାରତ। ଛୋଟ ଛୁଆଙ୍କ କଳିକୁ କେନ୍ଦ୍ରକରି ଜଣେ ବୃଦ୍ଧଙ୍କୁ ତଣ୍ଟି ଚପି ଡ୍ରେନ୍‌ରେ ପକାଇ ହତ୍ୟା କରିବା ଭଳି ଘଟଣା ଫୁଲବାଣୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜି ଅପରାହ୍‌ଣରେ ସହରର ପିଅନପଡ଼ାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଉତ୍ତ୍ୟକ୍ତ ହୋଇ କାଳିଆ ସାହୁ ନାମକ ଜଣେ ଯୁବକ ପଡ଼ୋଶୀ ଲଡୁକେଶ୍ବର ମହାରଣା(୭୦)ଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ମୃତ ଲଡୁଙ୍କ ପୁଅ ଶିବରାମ ସାହୁ ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି କାଳିଆକୁ ଅଟକ ରଖି ପଚରାଉଚରା କରାଯାଉଥିବା ନେଇ ଥାନା ଅଧିକାରୀ ନରେଶ କୁମାର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe