ଖଜୁରିପଡ଼ାରୁ କଲରାପତରିଆ ବାଘଛାଲ ଜବତ, ୨ ଗିରଫ

ଖଜୁରିପଡ଼ାରୁ କଲରାପତରିଆ ବାଘଛାଲ ଜବତ, ୨ ଗିରଫ

ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ଖଜୁରିପଡ଼ାରୁ ଏସଟିଏଫ୍ କଲରାପତରିଆ ବାଘଛାଲ ଜବତ କରିଛି। ଏହାସହ ଏହି ମାମଲାରେ ୨ଜଣଙ୍କୁ ଗିରଫ କରିଥିବାର ସୂଚନା ମିଳିଛି।
ନିର୍ଭରଯୋଗ୍ୟ ସୂଚନା ଆଧାରରେ ଏସଟିଏଫର ଏକ ଟିମ୍ ଖଜୁରିପଡ଼ାରେ ଚଢ଼ଉ କରିଥିଲେ। ସେଠାରେ ଦୁଇଜଣ ବ୍ୟବସାୟୀ ଏକ ବାଘଛାଲ ବିକ୍ରି କରିବାର ମସୁଧା କରୁଥିଲେ। ଏହି ଦୁଇଜଣ ହେଲେ ସୁଜିତ ରାଜାସ୍ବଦୀପ ଓ ଧନଞ୍ଜୟ ବେହେରା। ଉଭୟଙ୍କୁ ଗତକାଲି ସନ୍ଧ୍ୟାରେ ଗିରଫ କରାଯାଇଥିବା ବେଳେ ଆଜି କୋର୍ଟଚାଲାଣ କରାଯିବ ବୋଲି ଏସଟିଏଫ ପକ୍ଷରୁ ସୂଚନା ଦିଆଯାଇଛି। ‌ଜବତ ବାଘଛାଲକୁ ଡେରାଡୁନ୍ ସ୍ଥିତ ଡବ୍ଲୁଆଇଆଇ ନିର୍ଦେଶକଙ୍କ କାର୍ଯ୍ୟାଳୟକୁ ପଠାଯିବ। ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଏସଟିଏଫ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe