ଫୁଲବାଣୀ: ଉପୁଡ଼ିଲା ପ୍ରକାଣ୍ଡ ଆମ୍ବଗଛ; ୫ ଘଣ୍ଟା ବିଜୁଳି ସରବରାହ ବ୍ୟାହତ

Advertisment
ଫୁଲବାଣୀ: ଉପୁଡ଼ିଲା ପ୍ରକାଣ୍ଡ ଆମ୍ବଗଛ; ୫ ଘଣ୍ଟା ବିଜୁଳି ସରବରାହ ବ୍ୟାହତ

ଫୁଲବାଣୀ: ଶନିବାର ରାତି ପ୍ରାୟ ୧୦ଟା ପରେ ସ୍ଥାନୀୟ କୋର୍ଟ ରୋଡ୍‌ କଡ଼ରେ ଥିବା ଗୋଟାଏ ପ୍ରକାଣ୍ଡ ଆମ୍ବଗଛ ଉପୁଡ଼ି ପଡ଼ିବାରୁ ସେ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଦୀର୍ଘ ୫ ଘଣ୍ଟା ଧରି ବିଜୁଳି ସରବରାହ ବ୍ୟାହତ ରହିଥିଲା।

ବହୁ କାଳରୁ ରାସ୍ତା କଡ଼ରେ ଥିବା ସେ ଆମ୍ବଗଛ ନିକଟ ଜାଗାରେ ପିଡବ୍ଲୁ ଡିପାର୍ଟମେଣ୍ଟ୍‌ ମେଡିକାଲ୍‌ ଅଫିସର୍‌ଙ୍କ ନିମନ୍ତେ ଏକ ତିନି ତାଲା ବିଶିଷ୍ଟ କ୍ୱାର୍ଟର୍ସ ନିର୍ମାଣ କରିଛି। ଘର ତୋଳିବା ସମୟରେ ପୁରଣା ଆମ୍ବଗଛଟିର ଚାରିପଟରୁ ଚେର କଟିଯାଇଥିଲା। ଫଳରେ ଗଛଟି ଦୁର୍ବଳ ଓ ଦୋଦୁଲ୍ୟମାନ ଅବସ୍ଥାରେ ଥିଲା।

ଦୁଇ ଦିନ ଧରି ଲଘୁଚାପ ଜନିତ ବର୍ଷା ହେବା କାରଣରୁ ଚେର ହରାଇଥିବା ଗଛଟି ପ୍ରଚଣ୍ଡ ଶବ୍ଦ କରି ରାସ୍ତା ଉପରକୁ ଉପୁଡ଼ି ପଡ଼ିଥିଲା। ପତ୍ତନର ପ୍ରଭାବରେ ବିଜୁଳି ତାର ଓ ଖୁଣ୍ଟି ଉପୁଡ଼ି ଯାଇଥିଲା।

ଖବର ପାଇ ଦମକଳ ଓ ଓଡ୍ରାଫ୍‌ଟ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ପଡ଼ିଯାଇଥିବା ସୁଉଚ୍ଚ ଆମ୍ବଗଛଟିକୁ କଟାକଟି କରି ରାସ୍ତା ସଫା କରିଥିଲେ। ବିଜୁଳି ବିଭାଗ ସାଉଥ୍‌କୋର କର୍ମଚାରୀମାନେ ଆସି ଖୁଣ୍ଟି ପୋତି ତା’ର ସଂଯୋଗ କରିବା ପରେ ବିଜୁଳି ସରବରାହ ସ୍ୱାଭାବିକ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe