ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଗୃହହୀନ ଓ ଚାଳଛପର ଘରେ ଜୀବନ ବିତାଉଥିବା ଗରିବ ପରିବାର ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଛନ୍ତି। କିନ୍ତୁ ଏହି ଯୋଜନା ଠିକ୍ଠାକରେ ପରିଚାଳିତ ହେଉନଥିବା ଦୃଷ୍ଟି ଗୋଚର ହେଉଛି। ଯେଉଁମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବା ଉଚିତ, ସେମାନେ ଅବହେଳିତ ଅଛନ୍ତି। ଥିଲା ବାଲାକୁ ମିଳୁଛି ସରକାରୀ ଯୋଜନା। ନଥିଲାବାଲା ଭାଗ୍ୟକୁ ଆଦରି ଭଙ୍ଗା ଦଦରା ଘରେ ଜୀବନ କାଟିବାକୁ ପଡୁଛି। ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସାରଙ୍ଗଡ଼ ପଞ୍ଚାୟତ ବନେଗାଁ ଗ୍ରାମରେ।
ସ୍ତ୍ରୀ ବନାଦେଇ ପ୍ରଧାନ ଏବଂ ସ୍ୱାମୀ ଲାଇବନ ପ୍ରଧାନ ଭଙ୍ଗା ଦଦରା ଘରେ ଦୟନୀୟ ଭାବରେ ରହୁଥିବା ଦୃଶ୍ୟ ଦେଖିଲେ ସରକାରୀ ଯୋଜନା ବାଟବଣା ହେଲାଭଳି ମନେ ହେଉଛି। ଦିନ ମଜୁରୀ କରି ଯାହା ଆଦାୟ ହେଉଛି ସେଥିରେ ଦୁଇ ପ୍ରାଣୀ ନିଜ ଦୈନଦିନ ଗୁଜୁରାଣ ମେଣ୍ଟାଉ ଥିବା ବେଳେ ଘରର ଅବସ୍ଥା ଦିନକୁ ଦିନ ଦୟାନୀୟ ହେବାରେ ଲାଗିଲାଣି। ଭଙ୍ଗାଦଦରା ଘରକୁ ସଜାଡ଼ିବାକୁ ମଧ୍ୟ ସମ୍ବଳ ଅଭାବ। ଯେତିକି ମିଳୁଛି ସେତିକି ପରିବାର ଚଳିବା କଷ୍ଟ ପୁଣି ଘର ଖଣ୍ଡିଏ ତିଆରି କରିବା ଅସମ୍ଭବ ବୋଲି କହିଛନ୍ତି।
ଆହୁରି ପଢ଼ନ୍ତୁ: Cold Wave: ପୁଣି ପାରଦ ତଳମୁହାଁ, ଅସହ୍ୟ ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ
ସରକାରୀ ଯୋଜନା ବାଟବଣା!
ଦୀର୍ଘ ବର୍ଷରୁ ଭଙ୍ଗା ଦଦରା ଟିଣ ଛପର ଘରେ ଦୁଇ ବୁଢ଼ାବୁଢ଼ୀଙ୍କ ବିତୁଛି ଜୀବନ। ଏହି ଦୃଶ୍ୟ ଦେଖିବା ପରେ ସରକାରୀ ଯୋଜନା ଫେଲ୍ ମାରିଛି ବୋଲି ଗରିବ ଲୋକ ମତବ୍ୟକ୍ତ କରିଛନ୍ତି। ଦୁହିଁଙ୍କ ଘର ଛପର ନଷ୍ଟ ହେବାକୁ ଗଲାଣି ଘରର କାନ୍ଥ ସବୁ ଫାଟି ଆଁ କରିଛି ଏପରି ବିପଦ ସଙ୍କୁଳ ଘରେ ବୃଦ୍ଧ ବୃଦ୍ଧା ରାତ୍ରିଯାପନ କରୁଛନ୍ତି। ଘର ମରାମତି କରିବା ପାଇଁ ହାତରେ ସମ୍ବଳ ନାହିଁ। ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କହିଛନ୍ତି ସାରଙ୍ଗଡ଼ ଅଞ୍ଚଳ ଅଶ୍ଵିନି କୁମାରପାତ୍ର।
ଆହୁରି ପଢ଼ନ୍ତୁ: RCCL: ରେଡିଓ ଚକଲେଟ୍ କ୍ରିକେଟ୍ ଲିଗ୍: ଉଦ୍ଘାଟନୀ ମ୍ୟାଚ୍ରେ କାନାରା ବ୍ୟାଙ୍କ ବିଜୟୀ
Follow Us