ଘୁ.ଉଦୟଗିରି(ସମୀର କୁମାର ପାଢ଼ୀ):କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳର ଖ୍ରୀଷ୍ଟିୟ ସମାଜ କଲ୍ୟାଣ, ରଟିଙ୍ଗିଆ ପକ୍ଷରୁ ଆର୍. ପଡ଼ିକିଆ ସ୍ଥିତ ଉତ୍ତର ଭାରତ ମଣ୍ଡଳୀ ପରିସରରେ ପଞ୍ଚମ ଥର ପାଇଁ ମହାଆଡମ୍ବରରେ ପ୍ରାକ୍ ଖ୍ରୀଷ୍ଟମାସ ମହୋତ୍ସବ–୨୦୨୫ ପାଳନ କରାଯାଇଛି। ଏହି ଅବସରରେ ଇଶ୍ଵରଙ୍କ ବାକ୍ୟ ପରିବେଷଣ ନିମନ୍ତେ ଫୁଲବାଣୀରୁ ପ ସନ୍ତୋଷ ନାୟକ ଉପସ୍ଥିତ ରହି ସେ ‘ତୁମ୍ଭ ହୃଦୟକୁ ଯତ୍ନରେ ରଖ, ଯେହେତୁ ତହିଁରୁ ଜୀବନର ପ୍ରବାହ ଜନ୍ମେ’ (ହିତୋପଦେଶକ – ୪:୨୩)ପ୍ରସଙ୍ଗ ନେଇ ବାକ୍ୟକୁ ଆଧାର କରି ଗଭୀର ଅଧ୍ୟୟନ ସହିତ ଅତ୍ୟନ୍ତ ସୁନ୍ଦର ଭାବେ ବ୍ୟାଖ୍ୟା  କରିଥିଲେ।

Advertisment

ଏହି କାର୍ଯ୍ୟକ୍ରମରେ ଘୁ.ଉଦୟଗିରି ଅଞ୍ଚଳରୁ ଶତାଧିକ ଖ୍ରୀଷ୍ଟୀୟ ବିଶ୍ୱାସୀ ଉପସ୍ଥିତ ରହିଥିଲେ। ସନ୍ଧ୍ୟା ସମୟରେ ବିଭିନ୍ନ ମଣ୍ଡଳୀରୁ ଆସିଥିବା ଯୁବକ ଯୁବତୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ସମଗ୍ର ପରିବେଶକୁ ଆନନ୍ଦମୟ କରିଥିଲେ।

ଆହୁରି ପଢ଼ନ୍ତୁ: winter: ବଡ଼ଦିନ ଓ ନୂଆବର୍ଷରେ ବି ଥଣ୍ଡାରୁ ତ୍ରାହି ନାହିଁ

ଜଗତର କଲ୍ୟାଣ ପାଇଁ ଆଲୋଚନା

ମୁଖ୍ୟ ଅତିଥି ଭାବେ ରଟିଙ୍ଗିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚତୁର୍ଭୁଜ ସାହୁ ଯୋଗଦେଇଥିବା ବେଳେ, ଖ୍ରୀଷ୍ଟିଆନ୍ ଜନ କଲ୍ୟାଣ ସମାଜ, କନ୍ଧମାଳର ସାଧାରଣ ସମ୍ପାଦକ ଆଚାର୍ଯ୍ୟ ପ୍ରଶାନ୍ତ କୁମାର ଦାସ, ଆଞ୍ଚଳିକ ଖ୍ରୀଷ୍ଟିଆନ ଜନ କଲ୍ୟାଣ ସମାଜ ଘୁ ଉଦୟଗିରି ଉପସଭାପତି ଆମୋଦ ଚନ୍ଦ୍ର ନାୟକ, ଆଞ୍ଚଳିକ ଖ୍ରୀଷ୍ଟିଆନ ଜନ କଲ୍ୟାଣ ସମାଜ ଘୁ ଉଦୟଗିରି ସମ୍ପାଦକ ଆମନ ଚନ୍ଦ୍ର ନାୟକ, ପାଳକ ସାମନ୍ତ ନାୟକ, ରଟିଙ୍ଗିଆ ସରପଞ୍ଚ ବିଷ୍ଣୁଦେବ ପ୍ରଧାନ, ଯୁବ ସମାଜସେବୀ ହୃଷୀକେଶ ପ୍ରଧାନ, ଜିତେନ୍ଦ୍ର ନାୟକ, ଘୁ.ଉଦୟଗିରି ବ୍ଲକ ଉପାଧ୍ୟକ୍ଷ ଏନ୍.ଲୁକ ସହ ଅନେକ ପାଳକ, ପ୍ରଚାରକ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ସମଗ୍ର କାର୍ଯ୍ୟକ୍ରମ ବହୁ ଶାନ୍ତି, ଶୃଙ୍ଖଳା ଓ ଭକ୍ତିମୟ ପରିବେଶ ମଧ୍ୟରେ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଖ୍ରୀଷ୍ଟିୟ ସମାଜ କଲ୍ୟାଣ, ରଟିଙ୍ଗିଆର ସଭାପତି ପାଳକ ସଦାନନ୍ଦ ନାୟକ ସୁଚାରୁ ଭାବେ ପରିଚାଳନା କରିଥିଲେ।

ଆହୁରି ପଢ଼ନ୍ତୁ: ବର୍ଷ ୨୦୨୫: ଏକାଧିକ ଲୋକପ୍ରିୟ ଟିଭି ଦମ୍ପତିଙ୍କ ଛାଡପତ୍ର, ପ୍ରଶଂସକମାନେ ସ୍ତବ୍ଧ..