ଘୁ.ଉଦୟଗିରି: କନ୍ଧମାଳଜିଲ୍ଲା ଜି ଉଦୟଗିରିରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ‘ଡିସେମ୍ବର ୨୫ ବଡ଼ଦିନ’କୁ ଶାନ୍ତି ଶୃଙ୍ଖଳାର ସହ ସ୍ଥାନୀୟ ଅଞ୍ଚଳରେ ପାଳନ ନିମନ୍ତେ ସ୍ଥାନୀୟ ଏସଡିପିଓ ବିଜୟ କୁମାର ବିଶିଙ୍କ ଅଧ୍ୟକ୍ଷତାରେ ବ୍ଲକ ପ୍ରେକ୍ଷାଳୟ ଠାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ତହସିଲଦାର ଫାଲଗୁନି ସାହୁ, ଜିପିଓ କୁମରମଣି ମଲିକ, ଆଇଆଇସି ଭଗବାନ ପୂଜାରୀ, ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ ମଞ୍ଚାସୀନ ହୋଇଥିବା ବେଳେ ସ୍ଥାନୀୟ ଏନଏସି ଉପାଧ୍ଯକ୍ଷ ସନ୍ତୋଷ କୁମାର ବାଘ, କାଉନସିଲର, ସରପଞ୍ଚ, ଲଘୁ ସମ୍ପ୍ରଦାୟର ପ୍ରଶାନ୍ତ କୁମାର ଦାସ, ରସାନନ୍ଦ ନାୟକ, ଆମନ ଚନ୍ଦ୍ର ନାୟକ, ଭୂପତି ନାୟକ, ସୂର୍ଯ୍ୟକାନ୍ତ ନାୟକ, ସଦାନନ୍ଦ ନାୟକ, କୁଇ ସମାଜ ସଦସ୍ୟ ଉଦେସନ ପ୍ରଧାନ, ଅମନ ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ଏହି ଖବର ପଢ଼ନ୍ତୁ: ଅର୍ଥ ଥାଇ ଖର୍ଚ୍ଚ କରିବାରେ ଅସମର୍ଥ କାହିଁକି?
ବୈଠକରେ ଚଳିତ ବର୍ଷ ଡିସେମ୍ବର ୨୫ ବଡ଼ଦିନ କୁ କିପରି ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯାଇ ପାରିବ ସେଥିପ୍ରତି ଆଲୋଚନା ହୋଇଥିଲା। ଉପସ୍ଥିତ ବୁଦ୍ଧିଜିବୀ ନିଜନିଜ ବକ୍ତବ୍ୟ ରଖିଥିଲେ ଓ ସ୍ଥାନୀୟ ଆଇଆଇସି ଭାଗବାନ ପୂଜାରୀ ବଡ଼ଦିନ କୁ ଶାନ୍ତି ଶୃଙ୍ଖଳାର ସହ ପାଳନ ନିମନ୍ତେ ପୋଲିସ ପ୍ରଶାସନ ତରଫରୁ ନିଆଯାଇଥିବା ପଦକ୍ଷେପ ବିଷୟରେ ଅବଗତ କରିଥିଲେ।
ଏହି ଖବର ପଢ଼ନ୍ତୁ: ଟଙ୍କା ପାଇଁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ୪ ଜଣଙ୍କୁ ହାଣିଲେ
ବଡ଼ଦିନ ପାଖେଇ ଆସୁଛି। ଏଥି ପାଇଁ ଖ୍ରୀଷ୍ଟଧର୍ମାବଳମ୍ବୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ଚର୍ଚ୍ଚଗୁଡ଼ିକ ସୁସଜ୍ଜିତ କରାଯାଇଛି। ଏବେଠାରୁ ଆଲୋକମାଳା ଭାସିବା ଆରମ୍ଭ ହୋଇଯାଇଛି। କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିରେ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ଏହି ଖବର ପଢ଼ନ୍ତୁ: ଭୁବନେଶ୍ବରରେ ବିଜେପି ଯୁବମୋର୍ଚ୍ଚାର ବିରୋଧ
ସ୍ଥାନୀୟ ପୁଲିସ ଥାନା ଅନ୍ତର୍ଗତ ପ୍ରାୟ ୨୬ ଟି ଚର୍ଚ୍ଚ ଓ ପ୍ରାର୍ଥନା ଗୃହ ଗୁଡ଼ିକରେ ପୁଲିସ ପକ୍ଷରୁ ୪ ପ୍ଲାଟୁନ ଫୋର୍ସ ସହ ଅଧିକାରୀ ଉପସ୍ଥିତ ରହିବା ସହ ଚବିଶ ଘଣ୍ଟିଆ ପେଟ୍ରୋଲିଂ ବ୍ଯବସ୍ଥା କରାଯାଇଛି। ତା ସହ ସହରର ପ୍ରବେଶ ପଥରେ କଡ଼ା ଚେକିଂ କରାଯିବା ନେଇ ସୂଚନା ଦେଇଥିଲେ। ଶେଷରେ ସମସ୍ତ ପ୍ରଶାସନିକ ଅଧିକାରୀ ବଡ଼ଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।ଉକ୍ତ ବୈଠକରେ ବିଡ଼ିଓ ଏବଂ ତହସିଲଦାର ଅନୁପସ୍ଥିତ ଥିଲେ।
ଏହି ଖବର ପଢ଼ନ୍ତୁ: ‘ରାଜ୍ୟର ଶିକ୍ଷା ପରିବେଶକୁ ସୁଦୃଢ଼ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/19/TJwKL5G8NkDGv2YQAsG7.jpg)