ଅବସରପ୍ରାପ୍ତ ସୈନିକଙ୍କୁ ଭବ୍ୟ ସ୍ବାଗତ

ଦୀର୍ଘ ୨୮ ବର୍ଷ ଧରି ମାତୃଭୂମିର ପାଇଁ ସେବା କରି ଆସିଥିବା ଅବସର ପ୍ରାପ୍ତ ସୈନିକ ଅରବିନ୍ଦ ପ୍ରଧାନଙ୍କୁ ଘୁମୁସର ଉଦୟଗିରିର ହାତୀଶାଳ ବିଦ୍ୟାଳୟ ନିକଟରୁ ସାହିବାସିନ୍ଦାଙ୍କ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।

Arabinda Pradhan

Arabinda Pradhan Photograph: (Sambad )

ଘ. ଉଦୟଗିରି: ଦୀର୍ଘ ୨୮ ବର୍ଷ ଧରି ମାତୃଭୂମିର ପାଇଁ ସେବା କରି ଆସିଥିବା ଅବସର ପ୍ରାପ୍ତ ସୈନିକ ଅରବିନ୍ଦ ପ୍ରଧାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଘୁମୁସର ଉଦୟଗିରିର ହାତୀଶାଳ ବିଦ୍ୟାଳୟ ନିକଟରୁ ସାହିବାସିନ୍ଦା ଫୁଲମାଳ ଦେଇ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଓ ଡାକବାଜି ଯନ୍ତ୍ର ଦ୍ୱାରା ଦେଶଭକ୍ତି ସଂଗୀତ ମାଧ୍ୟମରେ ଘରକୁ ପାଛୋଟି ନେଇଛନ୍ତିI

ସେ ସୁବେଦାର ଭାବେ ବିହାର ରେଜିମେଣ୍ଟରେ ଦୀର୍ଘ ୨୮ ବର୍ଷ କାଯ୍ଯକାଳ ସାରି ଗତ ଡିସେମ୍ବର ୩୧ ତାରିଖରେ ଅବସର ନେଇ ନିଜ ଗ୍ରାମ କୁରୁମିଙ୍ଗିଆକୁ ଫେରିଛନ୍ତିI ଏହି ଅବସରରେ ତାଙ୍କ ଧର୍ମପତ୍ନୀ ରଶ୍ମି ପ୍ରଧାନ, ଜାଲିନା ପ୍ରିୟଦର୍ଶିନୀ, ଧୀରେନ ନାୟକ, ମହେଶ ପ୍ରଧାନ, ନରେନ୍‌ ପ୍ରଧାନଙ୍କ ସମେତ ସାହିବାସିନ୍ଦା ସ୍ବାଗତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe