ଗ୍ରୀଷ୍ମ ଆରମ୍ଭରୁ ଶୁଖିଲାଣି ସିର୍କି ଡ୍ୟାମ, କ୍ଷୁଦ୍ର ଜଳ ସେଚନ ବିଭାଗ ନିଷ୍କ୍ରିୟ

ଆଗକୁ ଘୁ.ଉଦୟଗିରି ସହରବାସୀ ଜଳସଙ୍କଟ ର ସମ୍ମୁଖୀନ ହେବେ।ଗତ ବର୍ଷ ମାର୍ଚ୍ଚ ରେ ଜଳ ସ୍ତର କମିଥିବା ବେଳେ ଚଳିତ ବର୍ଷ ଗୋଟିଏ ମାସ ପୂର୍ବରୁ ଶୁଖିଲାଣି ଡ୍ୟାମ | ଦୀର୍ଘ ମାସ ହେଲା ଅଯଥାରେ ଅନବରତ ଜଳ ନଷ୍ଟ ହେଉଛି।

dam

ଘୁ ଉଦୟଗିରି: ରାଜ୍ୟ ସରକାରଙ୍କ ଦ୍ଵାରା ଘୁ ଉଦୟଗିରି ବାସୀଙ୍କ ନିମନ୍ତେ ପାନୀୟ ଜଳ ଯୋଗାଣ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ ବ୍ୟୟରେ ସିର୍କି ଘାଇ ଠାରୁ ପାଣି ଆଣି ବ୍ଲକ ନିକଟ ଚନ୍ଦନ ସାହିରେ ଓଭର ହେଡ ଟ୍ୟାଙ୍କ ସହିତ ଫିଲଟର ଓ ସଂରକ୍ଷଣ ପାଇଁ ବ୍ୟବସ୍ଥା କରାଯାଇଛି ।କିନ୍ତୁ ଦୁଃଖ ଓ ପରିତାପର ବିଷୟ ଫେବୃଆରୀ ମାସରୁ ଘୁ ଉଦୟଗିରି ବାସୀଙ୍କ ନିମନ୍ତେ ଜଳ କଷ୍ଟ ଆରମ୍ଭ ହେଲାଣି। ସହରାଞ୍ଚଳ ପାନୀୟ ଜଳ ଯୋଗାଣ ବିଭାଗ ଅଧୀନରେ ସିର୍କି ଘାଇରେ ଜଳ ଉଠାଣ ବ୍ୟବସ୍ଥା ହୋଇଛି। ଯେଉଁ ସ୍ଥାନରୁ ଜଳ ଉଠା ଯିବ ସେହି ସ୍ଥାନକୁ ଆଉ ପାଣି ଯାଉ ନାହି କାରଣ ଘାଇର ପାଣି ଶୁଖି ଗଲାଣି ।ସେପଟେ ଘାଇରେ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ କେନାଲରେ ଜଳ ନିଷ୍କାସନ କରିବା ନିମନ୍ତେ ଯେଉଁ ଗେଟ୍ ତିଆରି ହୋଇଛି ସେହି ଗେଟର ଚାବି ଭାଙ୍ଗି ଯାଇଛି । ଯାହାକି ସେହି ଗେଟ୍ ବର୍ତ୍ତମାନ ଅଚଳ ଅବସ୍ଥାରେ ରହିଛି ।

ସେହି ଗେଟ୍ ଦ୍ବାରା ପ୍ରବଳ ମାତ୍ରାରେ ଜଳ ବାହାରକୁ ଯାଇ ନଷ୍ଟ ହେଉଛି ।ଦାୟୀତ୍ୱରେ ଥିବା ବିଭାଗୀୟ ଅଧିକାରୀ ଉକ୍ତ ବିଷୟ ପ୍ରତି ଧ୍ୟାନ ଦେଉନାହାନ୍ତି ମରାମତି ପାଇଁ, ଯନ୍ତ୍ରୀ,କିମ୍ବା ସହକାରି ଯନ୍ତ୍ରୀ ସେହି କାର୍ଯ୍ୟ ମରାମତି କରିବା ପାଇଁ ତତ୍ପରତା ଦେଖାଉ ନାହାନ୍ତି ଯାହା ଫଳରେ ଆଜି ଘାଇରେ ଅକାରଣରେ ପାଣି ଯାଉଛି ଓ ନଷ୍ଟ ହେଉଛି। ଆଗାମୀ ଦିନରେ ସହରବାସୀ କେଉଁ ସ୍ଥାନର ପାଣି ବ୍ୟବହାର କରିବେ ଓ କଣ କରିବେ ବୋଲି ପ୍ରଶ୍ନ ଉଠିଲାଣି। ଅନ୍ୟପକ୍ଷରେ ଘାଇର ତଳ ଅଂଶରେ କୌଣସି ସ୍ଥାନରେ ଚାଷ କରାଯାଉନାହିଁ,ଯେଉଁ ସ୍ଥାନରେ ଚାଷ ହେଇଛି ସେହି ଜମିକୁ ଅନ୍ୟ ସ୍ଥାନରୁ ପାଣି ଆସୁଛି। ଏପଟେ ସିର୍କି ଡ୍ୟାମର ପାଣି ଅବସ୍ଥା ଦେଖି ସହରାଞ୍ଚଳ ପାନୀୟ ଜଳ ଯୋଗାଣ ବିଭାଗର ଅଧିକାରୀ ଅନେକ ଥର କ୍ଷୁଦ୍ର ଜଳସେଚନ ବିଭାଗୀୟ ଅଧିକାରୀଙ୍କୁ   ଜଳ ନିଷ୍କାସନ ହେଉଥିବା ସ୍ଥାନର ଚାବି ମରାମତି କରିବା ସହିତ ସମସ୍ୟାର ସମାଧାନ କରିବା ପାଇଁ କହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇ ପାରୁନାହିଁ ।ଏହି ସମସ୍ୟା ଆଜି କି କାଲିର ନୁହଁ ଏହା ଦୀର୍ଘ ଏକ ବର୍ଷର।

ବାରମ୍ବାର ଏହି ସମସ୍ୟା ବିଷୟରେ ବିଭାଗୀୟ ଅଧିଜରୀଙ୍କୁ ଅବଗତ କରେଇବା ସହ ଜିଲ୍ଲା ପ୍ରଶାସନ କୁ ଅବଗତ କରାଯିବା ପରେ ମଧ୍ୟ ସମସ୍ୟାର ଏକ ବର୍ଷ ପରେ ମଧ୍ୟ ଫଳ ଶୁନ।ପୂର୍ବରୁ ଯେମିତି କେନାଲ ରେ ପାଣି ଅନବରତ ହୋହିଯାଉଥିଲା ବର୍ତମାନ ବି ସେମିତି ନଷ୍ଟ ହେବାରେ ଲାଗିଛି। ଗତବର୍ଷ ମାର୍ଚ୍ଚ ମାସରେ ଘାଇର ପାଣି ଶୁଖିଥିବା ବେଳେ ଚଳିତ ବର୍ଷ ଫେବ୍ରୁଆରୀ ମାସରୁ ଜଳସ୍ତର କମିବାରେ ଲାଗିଲାଣି। ଆଗକୁ ଜଳ ସଙ୍କଟ  ଦେଖାଦେବା ନିଶ୍ଚିତ।ସ୍ଥାନୀୟ ସହରର ୧୩ଗୋଟି ୱାର୍ଡ ର ପ୍ରାୟ ୧୨ହଜାର ଲୋକଙ୍କୁ ପିଇବା ପାଣି ଏହି ଡ୍ୟାମ ଯୋଗାଉଥିବା ବେଳେ ସିର୍କି ଡ୍ୟାମ ପାଣି ଶୁଖିଗଲେ ସହରବାସୀ ପାଣି ଯନ୍ତ୍ରଣା ଭୋଗିବା ସୁନିଶ୍ଚିତ।ଏଣୁ  ତୁରନ୍ତ ଏହାର ସମାଧାନ କରିବା ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe