ରାଜ୍ୟସ୍ତରୀୟ ଜନଜାତି ଫୁଟବଲ ଉଦଘାଟିତ : ଉଭୟ ପୁରୁଷ ଓ ମହିଳାରେ ମାଲକାନଗିରିକୁ ହରାଇଲା ରାଇରଙ୍ଗପୁର

Advertisment

ମହିଳାରେ କେନ୍ଦୁଝରଠାରୁ ହାରିଲା କନ୍ଧମାଳ, ପୁରୁଷରେ ଜିତିଲା

ମହିଳାରେ କେନ୍ଦୁଝରଠାରୁ ହାରିଲା କନ୍ଧମାଳ, ପୁରୁଷରେ ଜିତିଲା

ରାଜ୍ୟସ୍ତରୀୟ ଜନଜାତି ଫୁଟବଲ ଉଦଘାଟିତ : ଉଭୟ ପୁରୁଷ ଓ ମହିଳାରେ ମାଲକାନଗିରିକୁ ହରାଇଲା ରାଇରଙ୍ଗପୁର

ଫୁଲବାଣୀ : କନ୍ଧମାଳରେ ଆଜିଠାରୁ ରାଜ୍ୟସ୍ତରୀୟ ଜନଜାତି ଫୁଟବଲ ପ୍ରତିଯୋଗିତା(ଏସଡିସି-କପ୍) ଆରମ୍ଭ ହୋଇଛି। ଆଜି ୪ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଉଭୟ ପୁରୁଷ ଓ ମହିଳା ବିଭାଗରେ ମାଲକାନଗିରିକୁ ହରାଇ ରାଇରଙ୍ଗପୁର ବିଜୟୀ ହୋଇଛି। ସେହିଭଳି ମହିଳା ବିଭାଗରେ କେନ୍ଦୁଝରଠାରୁ କନ୍ଧମାଳ ହାରିଛି। ହେଲେ ପୁରୁଷ ବିଭାଗରେ କେନ୍ଦୁଝରକୁ ହରାଇ କନ୍ଧମାଳ ବିଜୟୀ ହୋଇଛି। ପ୍ରଥମ ମ୍ୟାଚ କେନ୍ଦୁଝର ଓ କନ୍ଧମାଳ ମହିଳା ବିଭାଗ ମଧ୍ୟରେ ହୋଇଥିଲା। ଏଥିରେ କେନ୍ଦୁଝର ୯-୦ ଗୋଲରେ କନ୍ଧମାଳକୁ ହରାଇ ବିଜୟୀ ହୋଇଥିଲା। କେନ୍ଦୁଝରର କୁନି ମୁଣ୍ଡା ଶ୍ରେଷ୍ଠ ଖେଳାଳୀ ଭାବେ ମନୋନୀତ ହୋଇଥିଲେ। ଦ୍ବିତୀୟ ମ୍ୟାଚ କେନ୍ଦୁଝର ଓ କନ୍ଧମାଳ ପୁରୁଷ ବିଭାଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ କନ୍ଧମାଳ ୨-୧ ଗୋଲରେ କେନ୍ଦୁଝରକୁ ହରାଇ ବିଜୟୀ ହୋଇଥିଲା। କନ୍ଧମାଳର ଅଜିତ କହଁର ଶ୍ରେଷ୍ଠ ଖେଳାଳୀ ଭାବେ ମନୋନୀତ ହୋଇଥିଲେ। ତୃତୀୟ ମ୍ୟାଚ ରାଇରଙ୍ଗପୁର ଓ ମାଲକାନଗିରି ପୁରୁଷ ଟିମ ମଧ୍ୟରେ ହୋଇଥିଲା। ଏଥିରେ ରାଇରଙ୍ଗପୁର ୧୫-୦ ଗୋଲ ଦେଇ ଏକପାଖି୍ଆ ବିଜୟୀ ହୋଇଥିଲା। ରାଇରଙ୍ଗପୁର ଟିମର ସାଧୁ ମାରାଣ୍ଡି ଶ୍ରେଷ୍ଠ ଖେଳାଳୀ ଭାବେ ମନୋନୀତ ହୋଇଥିଲା। ଚତୁର୍ଥ ମ୍ୟାଚ ରାଇରଙ୍ଗପୁର ଓ ମାଲକାନଗିରି ମହିଳା ଟିମ ମଧ୍ୟରେ ହୋଇଥିଲା। ଏଥିରେ ରାଇରଙ୍ଗପୁର ଟିମ ୨୧-୦ ଗୋଲରେ ମାଲକାନଗିରି ଟିମକୁ ଶୋଚନୀୟ ଭାବେ ହରାଇ ବିଜୟୀ ହୋଇଥିଲା।

ଆଇଟି ବିଭାଗର ଉପଦେଷ୍ଠା ଅନୁଭବ ପଟ୍ଟନାୟକ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ,ଜିଲ୍ଲାପାଳ ଡା.ବୃନ୍ଦା ଡି,ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ,ସ୍ବତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ରୋଦନ ମଲ୍ଲିକ,ପୂର୍ବତନ ଉପାଧ୍ୟକ୍ଷ ସୁରେଖା ପାଟମାଝି,ଓଡିଶା ଫୁଟବଲ ଆସୋସିଏସନର ଉପସଭାପତି ହୃଦୟରଂଜନ ବେହେରା,ଦୁର୍ଗାମାଧବ ନାୟକ,ସ୍ବଦେଶ କୁମାର,ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ଶିବପ୍ରସାଦ ତ୍ରିପାଠୀ ପ୍ରମୁଖ ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। ଆଜିଠାରୁ ଆରମ୍ଭ ହୋଇଥିବା ଲିଗ ମ୍ୟାଚ ୨୮ ତାରିଖରେ ଶେଷ ହେବ। ମାର୍ଚ୍ଚ ୨ରେ କେନ୍ଦୁଝର ଓ ସୁନ୍ଦରଗଡରେ ସେମିଫାଇନାଲ ମ୍ୟାଚ ଏବଂ ୩ରେ କଟକ ବାରବାଟି ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe