ମହୁମାଛି ଆକ୍ରମଣରେ ଛାତ୍ରୀ ଏବଂ ଶିକ୍ଷୟିତ୍ରୀ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

Advertisment
ମହୁମାଛି ଆକ୍ରମଣରେ ଛାତ୍ରୀ ଏବଂ ଶିକ୍ଷୟିତ୍ରୀ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

kalinga tv

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ମହୁମାଛି ଆକ୍ରମଣରେ ୫ ଜଣ ଛାତ୍ରୀ ଏବଂ ଜଣେ ଶିକ୍ଷୟିତ୍ରୀ ଆହତ ହୋଇଥିବାର ଖବର ମିଳିଛି। ଏମାନଙ୍କ ଭିତରୁ ଦୁଇଜଣ ଗୁରୁତର ଥିବା କୁହାଯାଉଛି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଗଛରେ ଧୂଁଆ ବାଜିବାରୁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଉଚ୍ଚ ବିଦ୍ୟାଳୟକୁ ମହୁମାଛି ମାନେ ପଶି ଆସିଥିଲେ। ମହୁମାଛିମାନେ ଛାତ୍ର ଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଆକ୍ରମଣ କରିଥିଲା। ଫଳରେ ୫ ଜଣ ଛାତ୍ରୀ ଏବଂ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀ ଏବଂ ଜଣେ ଶିକ୍ଷୟିତ୍ରୀ ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛିା ଗୁରୁତର ଥିବା ଛାତ୍ରୀଙ୍କ ନାମ ଲିପି ବେହେରା ଏବଂ ଶିକ୍ଷୟିତ୍ରୀ ହେଲେ ନନ୍ଦିନୀପ୍ରଭା ମହାପାତ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe