ଜି ଉଦୟଗିରି: ଓଡ଼ିଶାର ଦାର୍ଜିଲିଙ୍ଗ ଭାବେ ପରିଚିତ ଘୁ.ଉଦୟଗିରିର ପାରଦ ତଳମୁହାଁ ହେଉଛିl ସ୍ଥାନୀୟ ଅଞ୍ଚଳରେ ପୁଣି ଥରେ ଶୀତର ପ୍ରକୋପ ବଢିବାରେ ଲାଗିଛି। କିଛିଦିନର ଦିନର ବ୍ଯବଧାନରେ ପୁଣିଥରେ ପାରଦ ତଳକୁ ଖସୁଛି। ଆଜି ଘୁ.ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରିରେ ପହଞ୍ଚି ଥିବା କୃଷି ଗବେଷଣା କେନ୍ଦ୍ର ଓ ଭାରତୀୟ ପାଣିପାଗ ବିଭାଗ ରେକର୍ଡ କରିଛି।

Advertisment

ଏହି ଖବର ପଢ଼ନ୍ତୁ: 'ଏକ ଦେଶ, ଏକ ନିର୍ବାଚନ' ବିଲ୍‌କୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ

କୃଷି ଗବେଷଣା କେନ୍ଦ୍ର ଗତକାଲି ତାପମାତ୍ରା ୧୧ ଡିଗ୍ରି ଥିବା ରେକର୍ଡ କରିଥିଲାl ଫଳରେ ଏହାର ପ୍ରକୋପରେ ଶୀତ ବଢ଼ିବାରେ ଲାଗିଛି। ଲଘୁଚାପ, ଘୂର୍ଣ୍ଣିଳୟ ଯୋଗୁ ବର୍ଷା ଏବଂ ପରବର୍ତ୍ତୀ ସମୟରେ ପାଗ ମେଘୁଆ କାରଣରୁ ଏକ ସପ୍ତାହ ହେଲା ଶୀତ କମିଯାଇ ଥିବା ବେଳେ କାଲି ଠାରୁ ହଠାତ ବଢ଼ିଥିବା ଅନୁଭୂତ ହୋଇଛି। କୋହଲା ପବନରେ ଦେହ କାଲୁଆ ହୋଇ ଯାଇଥିବା ବେଳେ ରାସ୍ତାକଡ଼ର ବ୍ଯବସାୟ କରୁଥିବା ବ୍ଯବସୀୟୀ, ଜଙ୍ଗଲ ଜାତ ସାମଗ୍ରୀ ସଂଗ୍ରହ କରି ପେଟ ପୋଷୁଥିବା ସ୍ଥାନୀୟ ଅଧିବାସୀ, ଅସହାୟ, କଚା ଘରେ ରହୁଥିବା ଲୋକକଂ ପାଇଁ ପ୍ରବଳ ଶୀତ ବଢ଼ାଇ ଦେଇଛି ଚିନ୍ତା। ପୁଣି ଥରେ ଶୀତରୁ ରକ୍ଷା ପାଇବା ପାଇଁ ସକାଳ ଏବଂ ସଂନ୍ଧ୍ଯାରେ ରାସ୍ତାକଡ଼ରେ ନିଆଁ ପାଖରେ ବସିବା ଦେଖିବାକୁ ମିଳିଛି। କୁହୁଡି ଯୋଗୁଁ ଯାତାୟତରେ ସମସ୍ୟା ଦେଖା ଦେଇଛିl

ଏହି ଖବର ପଢ଼ନ୍ତୁ: ଗୁଳିବିନିମୟରେ ୭ ନକ୍ସଲ ନିହତ

publive-image

କୃଷି ଗବେଷଣା କେନ୍ଦ୍ର ଗତକାଲି ତାପମାତ୍ରା ୧୧ ଡିଗ୍ରି ଥିବା ରେକର୍ଡ କରିଥିଲାl ଫଳରେ ଏହାର ପ୍ରକୋପରେ ଶୀତ ବଢ଼ିବାରେ ଲାଗିଛି। ଲଘୁଚାପ, ଘୂର୍ଣ୍ଣିଳୟ ଯୋଗୁ ବର୍ଷା ଏବଂ ପରବର୍ତ୍ତୀ ସମୟରେ ପାଗ ମେଘୁଆ କାରଣରୁ ଏକ ସପ୍ତାହ ହେଲା ଶୀତ କମିଯାଇ ଥିବା ବେଳେ କାଲି ଠାରୁ ହଠାତ ବଢ଼ିଥିବା ଅନୁଭୂତ ହୋଇଛି।

ସବୁଜ ବନାନୀ ଓ ଚତୁଃର ପାର୍ଶ୍ୱ ପାହାଡ଼ରେ ପରିପୂର୍ଣ ଘୁ.ଉଦୟଗିରିର ସୌନ୍ଦର୍ଯ୍ୟ କୌଣସି ପ୍ରକାର ଡାର୍ଜିଲିଂ ସୌନ୍ଦର୍ଯ୍ୟ ଠାରୁ କମ ନୁହେଁ, ଯାହାକି ପର୍ଯ୍ୟଟକଙ୍କ ମନକୁ କିଣି ନେଇ ଥାଏ, ଯାହାପାଇଁ ପର୍ଯ୍ୟଟକ ଘୁ.ଉଦୟଗିରିକୁ ଆସିବା ପାଇଁ ଇଚ୍ଛା ପ୍ରକାଶ କରି ଥାନ୍ତିl ତେଣୁ ଘୁ.ଉଦୟଗିରିରେ ଥିବା ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ବାରମ୍ବାର ଦାବି ଉଠୁଛିl ଘୁ.ଉଦୟଗିରି ପ୍ରବେଶ ପଥ ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ରହିଛି ଅଙ୍କାବଙ୍କା ଦୀର୍ଘତମ କଳିଙ୍ଗା ଘାଟି ଓ ଘାଟି ଉପରେ ରହିଛି ଶିଲଭି କଲଚର ଗାର୍ଡେନl ଯାହାର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କ ମନକୁ ବିମୋହିତ କରି ଥାଏ lଆଜି ସାରା ଅଞ୍ଚଳ କୁହୁଡି ମୟ ହୋଇଥିବା ବେଳେ ସାରା ଅଞ୍ଚଳ ଯେମିତି କୁହୁଡ଼ିର ବଳୟ ଭିତରେ ରହିଥିବା ଭଳି ଜଣା ପଡୁଥିଲା।

ଏହି ଖବର ପଢ଼ନ୍ତୁ: ମହିଳାଙ୍କୁ କେଜ୍ରିୱାଲଙ୍କ ଉପହାର

ସକାଳ ୧୦ଟା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ଦର୍ଶନ ମିଳିନଥିଲା।ଥଣ୍ଡା ଜାରି ରହିଥିଲା। ପ୍ରବଳ କୁହୁଡି ଯୋଗୁଁ ରାସ୍ତାରେ ଯାନବାହାନ ଯାତାୟତରେ ବେଶ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଗାଡ଼ି ଚାଳକମାନେ। ରାସ୍ତା ଦେଖା ନଯିବା କାରଣରୁ ରାସ୍ତାକଡ଼ରେ ଗାଡ଼ିକୁ ରଖି ଦେଇଥିଲେ ବହୁ ଗାଡ଼ି ଚାଳକ। ଦିନକୁ ଦିନ ତାପମାତ୍ରା କମିବା ସହ ଥଣ୍ଡାର ପ୍ରକୋପ ବଢିବା ସହ ଜାଡ଼ ଆରମ୍ଭ ହୋଇ ହାତ-ଗୋଡ଼ କାଲୁଆ ମାରି ଯାଉଛି। ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ଲୋକ ନିଆଁର ସାହାର ନେଉଥିବା ଦେଖିବାକୁ ମିଳିଛି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ତାପମାତ୍ରା କମିବା ସହ ଥଣ୍ଡାର ପ୍ରକୋପ ବଢିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

ଏହି ଖବର ପଢ଼ନ୍ତୁ: ଘୁ.ଉଦୟଗିରିରେ ଖସିଲା ପାରଦ: ବଢ଼ିଲା ଶୀତ