ବାଇକ୍‌ ଦୁର୍ଘଟଣାରେ ତିନି ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଡୁଲୁରି ଶଙ୍ଖ ବୁଲାଣି ଠାରେ ତିନି ଜଣ ବ୍ୟକ୍ତିଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେମାନେ ଦାରିଙ୍ଗବାଡ଼ି ଠାରୁ ବ୍ରାହ୍ମଣୀଗାଁ ରାସ୍ତା ଯାଉଥିବାର ଅନୁମାନ କରାଯାଉଛି। ମୃତକମାନଙ୍କର ପରିଚୟ ମିଳିନାହିଁ।

daringbadi

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଡୁଲୁରି ଶଙ୍ଖ ବୁଲାଣି ଠାରେ ତିନି ଜଣ ବ୍ୟକ୍ତିଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେମାନେ ଦାରିଙ୍ଗବାଡ଼ି ଠାରୁ ବ୍ରାହ୍ମଣୀଗାଁ ରାସ୍ତା ଯାଉଥିବାର ଅନୁମାନ କରାଯାଉଛି। ମୃତକମାନଙ୍କର ପରିଚୟ ମିଳିନାହିଁ।

ସୂଚନା ଅନୁସାରେ ବାଇକ ଆରୋହୀ ୩ ଜଣ ବ୍ୟକ୍ତି ଡୁଲୁରି ଶଙ୍ଖ ବୁଲାଣି ଠାରେ ଦୁର୍ଘଟଣାର ଶିକାର ହୋଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର ଆସିଷ୍ଟାଣ୍ଡ ଷ୍ଟେସନ ଅଫିସର ଧବଳେଶ୍ବର ପ୍ରଧାନଙ୍କ ନେତୃତ୍ୱରେ ହାବିଲଦାର ସତ୍ୟନାରାୟ ବେହେରା, ଡ୍ରାଇଭର ଚିନ୍ମୟ ପରିଡ଼ା, ଅଗ୍ନିକ ସାଜନ ବେହେରା, ଜୁଗୁନୁ ବେହେରା, ପ୍ରିୟବ୍ରତ ସେନାପତି, ସୌରାଜ ଡାକୁଆ ପହଞ୍ଚିଥିଲେ। ସେମାନେ ଘଟଣାସ୍ଥଳରୁ ତିନିଜଣଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇ ଥିଲେ। ଡାକ୍ତର ସେଠାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା କହିଥିଲେ।

ବାଇକ ଆରୋହୀ ୩ ଜଣ ବ୍ୟକ୍ତି ଡୁଲୁରି ଶଙ୍ଖ ବୁଲାଣି ଠାରେ ଦୁର୍ଘଟଣାର ଶିକାର ହୋଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ।

ପୁଲିସ ଏକ ମାମଲା ରୁଜ୍ଜୁ କରି ଏହାର ଅଧିକ ତଦନ୍ତ କରୁଛି। ତଦନ୍ତ ପରେ ହିଁ ତିନି ବ୍ୟକ୍ତିଙ୍କ ପରିଚୟ ମିଳିବ ବୋଲି ପୁଲିସ ସୂଚନା ଦେଇଛି।

Kandhamal

ରିପୋର୍ଟ: ପ୍ରେମଚାନ୍ଦ ସିଂହ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe