ସରକାରୀ ଚାଉଳ ହରିଲୁଟ୍ ମାମଲା: ପୂର୍ବତନ ସମ୍ପାଦକଙ୍କୁ ୩ ବର୍ଷ ଜେଲ, ପ୍ରମାଣ ଅଭାବରୁ ଗ୍ରାମସେବକ ଖଲାସ

Advertisment
ବସ୍ତିବାସିନ୍ଦା ଥଇଥାନ ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ଫୁଳବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ପଞ୍ଚାୟତରୁ ୨୦୦୪-୦୫ ମସିହାରେ ହୋଇଥିବା ସରକାରୀ ଚାଉଳ ହରିଲୁଟ୍ ମାମଲାର ରାୟ ପ୍ରକାଶ ପାଇଛି। ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନସ ଜଜ୍ ଭଗବାନ ପ୍ରଧାନ ଦୋଷୀ ସାବ୍ୟସ୍ତ ପୂର୍ବତନ ସମ୍ପାଦକ ସୁରଥ ପ୍ରଧାନଙ୍କୁ ଶୁକ୍ରବାର ୩ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥି ସହ ୧ ଲକ୍ଷ ୧୫ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅର୍ଥ ଅନାଦେୟ ହେଲେ ଆହୁରି ଗୋଟିଏ ବର୍ଷ ଅଧିକ ଜେଲଦଣ୍ଡ ଭୋଗିବାକୁ କୁହାଯାଇଛି। ହେଲେ ଏହି ମାମଲାରେ ସଂପୃକ୍ତ ଗ୍ରାମସେବକ ସୁଧାକର ଘଟାଲଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରି ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଗତ ୨୦୦୪-୦୫ ମସିହାରେ ଚକାପାଦ ପଞ୍ଚାୟତକୁ ବିଭିନ୍ନ ଯୋଜନାରେ ଆସିଥିବା ଚାଉଳରୁ ୩୯୯ କୁଇଣ୍ଟାଲ ହରିଲୁଟ୍ ହୋଇଥିଲା। ଏନେଇ ଭିଜିଲାନସ ଖୋଲତାଡ କରିବା ସହ ପଞ୍ଚାୟତର ପୂର୍ବତନ ସମ୍ପାଦକ ଶ୍ରୀ ପ୍ରଧାନ ଓ ଗ୍ରାମସେବକ ଶ୍ରୀ ଘଟାଲଙ୍କ ନାଁରେ ଗତ ୨୦୦୮ ମସିହାରେ ମାମଲା ରୁଜୁ ହୋଇଥିଲା। ସେ ସମୟରେ ଚାଉଳ କୁଇଣ୍ଟାଲ ପିଛା ୬୩୦ ଟଙ୍କା ଥିଲା। ଏହି ଆଧାରରେ ସମୁଦାୟ ୨ ଲକ୍ଷ ୫୧ ହଜାର ୪୫୮ ଟଙ୍କା ମୂଲ୍ୟର ଚାଉଳ ହରିଲୁଟ ହୋଇଥିବା ଭିଜିଲାନସ ବିଭାଗ କରି ଜାଣିଥିଲା। ଏହି ମାମଲାର ରାୟ ଆଜି ପ୍ରକାଶ ପାଇଥିବା ବେଳେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭିଜିଲାନସ ପିପି ସୁରେଶ କୁମାର ମହାପାତ୍ର ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe