ଜାଗର ଯାତ୍ରା ଦେଖି ଘରକୁ ଫେରିବା ବେଳେ ଅଘଟଣ: ଟ୍ରାକ୍ଟର ଓଲଟି ୨୦ ଆହତ

ଜାଗର ଯାତ୍ରା ଦେଖି ଘରକୁ ଫେରିବା ବେଳେ ଅଘଟଣ: ଟ୍ରାକ୍ଟର ଓଲଟି ୨୦ ଆହତ

ଫୁଲବାଣୀ: ଜାଗର ଯାତ୍ରା ଦେଖି ଘରକୁ ଫେରିବା ବେଳେ ଟ୍ରାକ୍ଟର ଓଲଟି ଦୁର୍ଘଟଣା ଘଟିଛି। କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ଟ୍ରାକ୍ଟର ଓଲଟି ୨୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ବେଲଘର ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି। ଗୁରୁତର ଥିବା ୫ ଜଣଙ୍କୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି।

ଗତକାଲି ମହାଶିବରାତ୍ରି ଥିବା ବେଳେ ବେଲଘର ଶିବ ମନ୍ଦିରରେ ନାଟକ ପରିବେଷଣ ହେଉଥିଲା। ରାତିରେ ନାଟକ ଆରମ୍ଭ ହୋଇ ସକାଳେ ସରିଥିଲା। ତେବେ ନାଟକ ଦେଖି ଟ୍ରାକ୍ଟରରେ ଘରକୁ ଫେରିବା ବେଳେ ଝିରିପାଣି ରାସ୍ତାର ଏକ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଟ୍ରାକ୍ଟର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe