Advertisment

ଆବାସ ଯୋଜନା କାହାପାଇଁ? ଭଙ୍ଗା କୁଡ଼ିଆ ଘରେ ଅସହାୟ ବିଧବା ବୃଦ୍ଧାଙ୍କ ବିତୁଛି ଜୀବନ

Advertisment
ଆବାସ ଯୋଜନା କାହାପାଇଁ? ଭଙ୍ଗା କୁଡ଼ିଆ ଘରେ ଅସହାୟ ବିଧବା ବୃଦ୍ଧାଙ୍କ ବିତୁଛି ଜୀବନ

ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ୧୪ ନ ୱାର୍ଡ କୁରୁମିଙ୍ଗିଆ (ଲୋହାର୍ ନାଜୁ) ଗ୍ରାମର ୭୭ ବର୍ଷୀୟା  ବିଧବା ଏବଂ ଅସହାୟ ବୃଦ୍ଧା ଜୁନାରୀ ବିନ୍ଧାଣିଙ୍କ ଭଙ୍ଗା କୁଡ଼ିଆ ଘରେ ବିତୁଛି ଜୀବନ। ଜୁନାରୀଙ୍କ ଘର ଚାଲିଚଳନ ଦେଖିଲେ ସ୍ପଷ୍ଟ ହେଉଛି ସରକାରଙ୍କ ଯୋଜନା କେଉଁଠି ନା କେଉଁଠି ବାଟବଣା ହେଉଛି। ରାଜ୍ୟ ଏବଂ କେନ୍ଦ୍ର ସରକାର ଗରିବଙ୍କ ପାଇଁ ମାଳମାଳ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ତାହା ପ୍ରକୃତରେ ଗରିବଙ୍କ କାମରେ ଲାଗୁଛି ନା ନାହିଁ ଜୁନାରୀଙ୍କ ଭଳି ଅସହାୟ ବିଧବା ବୃଦ୍ଧାଙ୍କୁ ଦେଖିଲେ ସବୁ ଜଳ ଜଳ ଦେଖାଯାଉଛି କିଭଳି ଯୋଜନା କାର୍ଯ୍ୟକାରୀ ହେଉଛି।

୭୭ବର୍ଷୀୟ ଜୁନାରୀ ଏକ ଝାଟିମାଟିରେ ତିଆରି ଭଙ୍ଗା ଘରେ ରହୁଛନ୍ତି ତାଙ୍କ ଦେଖାଶୁଣା କରିବା ନିମନ୍ତେ ତାଙ୍କର କେହି ନାହାନ୍ତି । ଦୀର୍ଘ ବର୍ଷ ପୂର୍ବରୁ ତାଙ୍କ ସ୍ଵାମୀଙ୍କ ମୃତ୍ୟୁ ହୋଇଯିବା ପରେ ସେ ତାଙ୍କ ଏକମାତ୍ର ଝିଅଙ୍କ ସହିତ ରହୁଥିଲେ କିନ୍ତୁ କିଛି ବର୍ଷ ପୂର୍ବରୁ ତାଙ୍କ ଏକମାତ୍ର ଝିଅର ବି ମୃତ୍ୟୁ ହୋଇଗଲା। ବର୍ତ୍ତମାନ ସେ ଏକାକିନୀ ଏହି ଭଙ୍ଗା କୁଡିଆ ରେ ଜୀବନ ବିତାଉଥିବା ଦେଖିବାକୁ ମିଳୁଛି। ଏହିଭଳି ଅସହାୟ ବୃଦ୍ଧାଙ୍କୁ ସରକାର ମାତ୍ର ୫ କେଜି ଚାଉଳ ଏବଂ ୫୦୦ ଟଙ୍କା ଭତ୍ତା ଦେଉଛନ୍ତି। ଅଳ୍ପ ଦିନ ମଧ୍ୟରେ ୫ କେଜି ଚାଉଳ ସରିବା ପରେ ସେ ଅନ୍ୟ ଲୋକମାନଙ୍କୁ ମାଗି ଦିନ କାଟୁଛନ୍ତି। ଏହିଭଳି ଅସହାୟ ବିଧବା ବୃଦ୍ଧାଙ୍କୁ ଆଜି ପର୍ଯ୍ୟନ୍ତ ଅନ୍ତଦୋୟ ଯୋଜନାରେ ଏକ ରାସନ କାର୍ଡ ପ୍ରଦାନ କରିବା ବ୍ୟବସ୍ଥା ନ କରି ସ୍ଥାନୀୟ ପ୍ରଶାସନ ନିରବଦ୍ରଷ୍ଟା ସାଜି ବସିଛି। ସେଇଭଳି ଆବାସ ଯୋଜନାରୁ ବାଦ ପଡ଼ିବା ଦୁର୍ଭାଗ୍ୟର କଥା। ଥିଲା ଵାଲାଙ୍କ ପାଖରେ ସବୁ ଯୋଜନା ଥିବା ବେଳେ ଅସହାୟ ବିଧବା ସରକାରଙ୍କ ଯୋଜନାରୁ ବାଦ ପଡିବା ପ୍ରଶାସନର ପାରିବାପଣିଆକୁ ପଦାରେ ପକେଇଛି। ଜୁନାରୀଙ୍କ ଭଳି ଏମିତି ବହୁ ଅସହାୟ ବିଧବା ବୃଦ୍ଧା କନ୍ଧମାଳ ଜିଲ୍ଲାରେ ଅଛନ୍ତି, ଯାହାଙ୍କୁ ସରକାରୀ ଯୋଜନା ସାତସପନ ହୋଇ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe