ଘନ କୁହୁଡ଼ି ଭିତରେ ବାଇକକୁ ପିଟିଲା ଟ୍ରକ, ୨ ଯୁବକ ମୃତ

Advertisment
କଟକ: ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

କନ୍ଧମାଳ: ଘନ କୁହୁଡ଼ି ଭିତରେ ଶୁକ୍ରବାର ଏକ ବାଇକ ଉପରେ ଟ୍ରକ ଚଢ଼ି ଯିବାରୁ ୨ଜଣ ଯୁବକଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ କନ୍ଧମାଳ ସଦର ଥାନା ଅନ୍ତର୍ଗତ ସୀତାକପଙ୍ଗା ନିକଟରେ ବାଇକୁପା ଗ୍ରାମର ବାବୁନା ମଲ୍ଲିକ(୨୫) ଓ ଦିବ୍ୟସିଂହ ମଲ୍ଲିକ(୨୬) ବାଇକରେ ଯାଉଥିବା ବେଳେ ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ବାବାନାର ମୃତ୍ୟୁ ହୋଇଥିବା ବେଳେ, ଦିବ୍ୟସିଂହର ମୃତ୍ୟୁ ହସ୍ପିଟାଲରେ ହୋଇଥିଲା।

ଘଟଣା ପରେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରି ରାସ୍ତାରୋକ କରହିଛନ୍ତି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଅପରପକ୍ଷେ ଦୁର୍ଘଟଣା କରିଥିବା ଟ୍ରକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଦୁର୍ଘଟଣା ଗ୍ରସ୍ତ ବାଇକକୁ ପୁଲିସ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe