ଘୁ.ଉଦୟଗିରି: ସ୍ଥାନୀୟ ସହରର କଳିଙ୍ଗା ଘୁ.ଉଦୟଗିରି ମୁଖ୍ୟ ସଡ଼କର ପ୍ରଧାନକଲୋନି ନିକଟରେ ଏକ ବାଇକ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନେ ହେଲେ ଉଦ୍ଧବ ନାୟକ ଓ ସୁରେନ୍ଦ୍ର ନାୟକ।
ସୂଚନା ଅନୁସାରେ, ଘୁମୁସର ଉଦୟଗିରି ସହର ପଟୁ କଳିଙ୍ଗା ଅଭିମୁଖେ ଯାଉଥିବା କଳିଙ୍ଗା ଅଞ୍ଚଳର ଉଦ୍ଧବ ନାୟକ ନାମକ ଜଣେ ଯୁବକ ତାଙ୍କ ବାଇକ୍ରେ ଦ୍ରୁତଗତିରେ ଯାଉଥିଲେ। ସେହି ସମୟରେ ରାସ୍ତା ଦେଇ ଚାଲିଯାଉଥିବା ସୁରେନ୍ଦ୍ର ନାୟକଙ୍କ ସହ ଧକ୍କା ହୋଇଥିଲା।
ଆହୁରି ପଢ଼ନ୍ତୁ: ISKCON Rath Yatra: ‘ଋଷିକେଶ ମଧୁବନ ଆଶ୍ରମରେ ରଥଯାତ୍ରା ସହ ଇସ୍କନର କୌଣସି ସଂପର୍କ ନାହିଁ’
ଧକ୍କାରେ ବାଇକ୍ର ଭାରସାମ୍ୟ ହରାଇ ଉଦ୍ଧବ ନିକଟସ୍ଥ ଆମ୍ବ ଗଛରେ ପିଟି ହୋଇଯାଇଥିଲେ। ଦୁହେଁ ଭୂମିରେ ପଡ଼ି ଗୁରୁତର ଅବସ୍ଥାରେ ରହିଥିବା ବେଳେ ସ୍ଥାନୀୟ ପୋଲିସ ଏସଆଇ ରବୀନ୍ଦ୍ର ସେଠୀ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟ କେନ୍ଦ୍ର ନେଇଥିଲେ। ଦୁହିଁଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଅଧିକ ଚିକିତ୍ସା ନିମନ୍ତେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସୂଚନା ରହିଛି। ପୁଲିସ ଘଟଣାସ୍ଥଳ ତଦନ୍ତ କରି ବାଇକ୍ଟିକୁ ଜବତ କରିଛି।
ଆହୁରି ପଢ଼ନ୍ତୁ: Bike Accident: ବାଇକ୍ ଧକ୍କାରେ ଦଂପତିଙ୍କ ସମେତ ୩ ଜଣଙ୍କ ମୃତ୍ୟୁ
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ରାସ୍ତାରେ ପ୍ରାୟ ସମୟରେ ଅତ୍ୟଧିକ ଗତିରେ ଯାନ ଚଳାଚଳ ହୋଇଥାଏ ଏବଂ ଏହିପରି ଦୁର୍ଘଟଣା ଘଟିବାର ସମ୍ଭାବନା ଅଧିକ ଥାଏ। ତେଣୁ ପୁଲିସ ଓ ପ୍ରଶାସନ ପାଖରେ ଦୃତ ଗତିରେ ଯାଉଥିବା ଯାନ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
Accident | Kandhamal