ମାଲକାନଗିରି: ମୁହାଁମୁହିଁ ବାଇକ୍ ଧକ୍କାରେ ଦଂପତିଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମାଲକାନଗିରିଜିଲ୍ଲା କୋରକୋଣ୍ଡା ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣ ମୃତ୍ୟୁବରଣ କରିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକମାନେ ହେଲେ ରାମ କୁମାର, ଯମୁନା ଓ ମୋହନ ମାଝୀ।
ଆହୁରି ପଢ଼ନ୍ତୁ: Doctor Award: ଆଦିମ ଜନଜାତି ‘ଡିଡାୟୀ’ର ପ୍ରଥମ ଯୁବକ ଡକ୍ଟରେଟ ପାଇଲେ
ସୂଚନା ଅନୁସାରେ ଆଜି ସକାଳେ ମାଲକାନଗିରି ପଟରୁ ଏକ ଦଂପତି ନିଜ ବାଇକ୍ରେ କୋରକୋଣ୍ଡା ଅଭିମୁଖେ ଯାଉଥିବା ବେଳେ କୋରକୋଣ୍ଡାର ଇନ୍ଦ୍ର କୋଲନିର ଦୁଇ ଜଣ ଯୁବକ ମାଲକାନଗିରି ଆସୁଥିଲେ। ଏମଭି-୧୧ ନିକଟରେ ଦୁଇ ବାଇକ୍ ମଧ୍ୟରେ ଶକ୍ତ ଧକ୍କା ହୋଇଥିଲା। ଫଳରେ ମାଲକାନଗିରି ପଟରୁ ଯାଉଥିବା ଦମ୍ପତିଙ୍କର ମୃତ୍ୟୁ ହୋଇଥିବା ବେଳେ କୋରକୋଣ୍ଡା ପଟରୁ ଆସୁଥିବା ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିଲା।
ଆହୁରି ପଢ଼ନ୍ତୁ: Cyber Crime: ସାଇବର ଅପରାଧ ରୋକିବାକୁ ସଚେତନତା ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର: ମୁଖ୍ୟମନ୍ତ୍ରୀ
ଘଟଣା ଅନୁଯାୟୀ ଏମଭି-୩୬ ଗ୍ରାମର ରାମ କୁମାର ଏବଂ ତାଂକ ପତ୍ନୀ ଯମୁନା ସରଦାର ମାଲକାନଗିରି ମେଡିକାଲକୁ ଆସି ଚିକିତ୍ସା ହେବା ପରେ ଘରକୁ ଫେରୁଥିଲେ। କୋରକୋଣ୍ଡାରୁ ମୋହନ ମାଝୀ ଏବଂ ମଧୁ ଜାନି ନାମକ ଦୁଇ ଯୁବକ ନିଜ ବାଇକ୍ରେ ମାଲକାନଗିରି ଆସୁଥିଲେ। ତେବେ ଏମଭି-୧୧ ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ଦମ୍ପତି ରାମ କୁମାର ଏବଂ ପତ୍ନୀ ଯମୁନାର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ମୋହନ ମାଝୀଙ୍କର ମୃତ୍ୟୁ ହୋଇଛି। ମଧୁ ଜାନି ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ କୋରକୋଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଶବଗୁଡିକକୁ ମେଡ଼ିକାଲରେ ରଖାଯାଇଥିବା କୁହାଯାଇଛି। ଆସନ୍ତାକାଲି ଶବ ବ୍ୟବଛେଦ କରାଯିବ ବୋଲି ଜଣାପଡିଛି।
Accident