ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ଆଦିମ ଜନଜାତି ମଧ୍ୟରୁ ଡିଡାୟୀ ଜନଜାତି ଅନ୍ୟତମ। ଏହି ଜନଜାତିର ପ୍ରଥମ ଯୁବକ ଜ୍ୟୋତିରଂଜନ ଗୁଡ଼ିଆ ଡକ୍ଟରେଟ ଉପାଧି ପାଇଛନ୍ତି। ଜିଲ୍ଲାର ଖଇରପୁଟ ବ୍ଲକର ରାସବେଡା ପଞ୍ଚାୟତର ମୁଦୁଲିଗିୁଡ଼ା ଗ୍ରାମର ବୁଦା ଗୁଡିଆ ଓ ରାଧା ଗୁଡ଼ିଆଙ୍କ ପୁଅ ହେଉଛନ୍ତି ଜ୍ୟୋତିରଂଜନ।
ବୁଦା ଗୁଡିଆ ହେଉଛନ୍ତି ଜଣେ ଗରିବ ଚାଷୀ। ଜ୍ୟୋତିରଂଜନ କୁଡୁମୁଲୁଗୁମ୍ମାରେ ନିଜର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ। ସବୁବେଳେ ନିଜର ଜନଜାତିଙ୍କୁ କିପରି ଶିକ୍ଷିତ କରିବେ ଏବଂ ଉନ୍ନତି କରିବେ ସେନେଇ ସବୁବେଳେ ଚିନ୍ତା କରିବା ସହ ନିଜେ ଉଚ୍ଚ ଶିକ୍ଷିତ ହୋଇ ନିଜ ସଂପ୍ରଦାୟକୁ ଆଗକୁ ନେବାର ସ୍ବପ୍ନ ଦେଖନ୍ତି। ପାଠ ପଢିବାକୁ ପ୍ରବଳ ଇଛାଶକ୍ତି ରହିଥିଲେ ମଧ୍ୟ ପରିବାରର ଆର୍ଥିକ ଅନାଟନ ଯୋଗୁଁ ଏହା ସମ୍ଭବପର ହୋଇପାରୁନଥିଲା।
ଆହୁରି ପଢ଼ନ୍ତୁ: School Closed Diwali: ଦୀପାବଳି ପାଇଁ ସୋମବାର ରାଜ୍ୟର ଘରୋଇ ଶିକ୍ଷାନୁଷ୍ଠାନ ଛୁଟି
ସେ ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟର ମହେଶ୍ବର ମହାରଣା ସାରଙ୍କ ନିକଟରେ ରହି ପାଠ ପଢିଥିବା କହନ୍ତି। ଜ୍ୟୋତିରଂଜନର ଚିତ୍ରକଳା ଦେଖି ସେ କିପରି ଆଗକୁ ଜଣେ ଦକ୍ଷ ଚିତ୍ରକାର ହେବ ସେନେଇ ଶ୍ରୀ ମହାରଣା ତାଂକୁ ସହଯୋଗ କରିଥିଲେ। ସେଥିପାଇଁ ବିଭିନ୍ନ ଅନୁଷ୍ଠାନ ସହ ଯୋଗାଯୋଗ କରି ଜ୍ୟୋତିରଂଜନକୁ ଚିତ୍ର ଶିକ୍ଷା ଦେଇଥିଲେ। ଦଶମ ଉର୍ତ୍ତୀର୍ଣ୍ଣ ପରେ ସେ ଭୁବନେଶ୍ବରରେ ପଢିବାର ସୁଯୋଗ ପାଇଥିଲେ। ସେହିଦିନ ଠାରୁ ସେ ଆଉ ପଛକୁ ଫେରିନାହାନ୍ତି।
ଆହୁରି ପଢ଼ନ୍ତୁ: Trump Zelenskyy meet: ଯୁଦ୍ଧବିରତି ଆଲୋଚନା ପାଇଁ ସର୍ତ୍ତ ଲଖିଲେ ଜେଲେନସ୍କି
ଭୁବନେଶ୍ବରସ୍ଥିତ କିସରେ ଯୁକ୍ତ ଦୁଇ, ଯୁକ୍ତ ୩, ପିଜି, ଏମଫିଲ, ପିଏଚଡି ପାଠ ପଢି ଡିଡାୟୀ ସଂପ୍ରଦାୟର ପ୍ରଥମ ଡକ୍ଟରେଟ ଉପାଧି ପାଇଛନ୍ତି। ସେ ଡିଡାୟୀ ସଂପ୍ରଦାୟର ପରଂପରା ଓ ରାଜନୀତି ପରିବର୍ତ୍ତନ ସଂପର୍କରେ ଥେସିସ ଲେଖି ଏହି ଡକ୍ଟରେଟ ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ଏହି ଖବର ମାଲକାନଗିରି ଜିଲ୍ଲାରେ ପ୍ରଚାର ହେବା ପରେ ତାଂକୁ ଅଭିନନ୍ଦନର ସୁଅ ଛୁଟୁଛି।
Malkangiri | Education