ଘୁ.ଉଦୟଗିରି: କନ୍ଧମାଳ ଏବଂ ଗଂଜାମ ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତାରେ ପୁଣି ଥରେ ଯାନବାହନ ଚଳାଚଳ କରିଛି। ନିର୍ମାଣକାମ ପ୍ରାୟତଃ ଶେଷ ହୋଇଯାଇଥିବା ବେଳେ ୧୫୭ ନମ୍ବର ଜାତୀୟ ରାଜପଥରେ ଆଜି ଠାରୁ ଛୋଟ ଭାରି ଗାଡ଼ିର ଶଦ୍ଦ ପୁଣି ଶୁଭିଛି। ଯାଜନବାହନ ଚଳାଚଳ ହେବା ପରେ ସ୍ଥାନୀୟ ଲୋକଙ୍କ ମନରେ ଖୁସି ଦେଖାଯାଇଛି। ବିଶେଷ ଭାବରେ ଏହି ରାସ୍ତାକଡ଼ରେ ବ୍ୟବସାୟ କରି ପରିବାର ଚଳାଉଥିବା ଲୋକେ ଉତ୍ସାହିତ ଦେଖାଯାଇଛନ୍ତି।
ଯାନବାହନ ଚଳାଚଳ ପାଇଁ ହୋଇନି ଆଦେଶ!
କଳିଙ୍ଗା ଘାଟି ଭୂସ୍ଖଳନକୁ ୪୭ଦିନ ବିତିଗଲା। ହେଲେ ରାସ୍ତାରେ ଯାନବାହନ ଯାତାୟତ ନିମନ୍ତେ ଜିଲ୍ଲା ପ୍ରଶାସନ କି ଜାତୀୟ ରାଜପଥ କର୍ତ୍ତୃପକ୍ଷ କୌଣସି ଆଦେଶ ଜାରି କରିନାହାନ୍ତି। ହେଲେ ଆଜି କଳିଙ୍ଗା ଘାଟି ରାସ୍ତାରେ କାର, ଛୋଟ ମାଲଗାଡ଼ି ଏବଂ ବାଇକ୍ ଯାତାୟତ ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। କଳିଙ୍ଗା ଘାଟିରେ ଦୁଇ ଦୁଇ ଥର ଭୂସ୍ଖଳନ ସହ ଗୋଟିଏ ପରେ ଗୋଟିଏ ଲଘୁଚାପ, ବର୍ଷା ଏବଂ ବାତ୍ୟା ଯୋଗୁଁ କାର୍ଯ୍ୟ ବିଳମ୍ବ ହେଉଥିବା ବେଳେ କଳିଙ୍ଗା ଘାଟି ଭୁସ୍ଖଳନ ସ୍ଥାନ ରାସ୍ତା ନିର୍ମାଣ ସରିଛି। ପ୍ରଥମେ ସିସି ରାସ୍ତାର ଉପରେ ହ୍ୟୁମ ପାଇପ ତା ଉପରେ ପୁଣି ସିସି ରାସ୍ତା ନିର୍ମାଣ ପରେ ପାହାଡ଼ ଉପରେ ବିପଦ ସଂକୁଳ ଅବସ୍ଥାରେ ଝୁଲି ରହିଥିବା ବଡ଼ବଡ଼ ପଥରକୁ ବ୍ଳାଷ୍ଟିଂ କରି ବାହାର କରାଯାଇ ଆଜି ରାସ୍ତାରୁ ସବୁ ପଥର, ମାଟି ଏବଂ ବାଲି ବାହାର କରାଯାଇଛି ବାକି ଅଛି ଦୁଇ ପାର୍ଶ୍ଵର ଗାର୍ଡ ୱାଲ। ତଥାପି ଆଜି ଧର୍ଯ୍ୟହରା ହୋଇ ଗାଡ଼ି ଚାଳକମାନେ ସେଇ ରାସ୍ତାରେ ଯାନବାହନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି।ପ୍ରଶାସନ ପକ୍ଷରୁ ଏହି ରାସ୍ତାରେ ଯାତାୟତ ନିମନ୍ତେ କୌଣସି ନିର୍ଦେଶ ଆସିନି।
ଆହୁରି ପଢ଼ନ୍ତୁ: Subhadra Yojana: ଆସନ୍ତାକାଲି ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ: କେଉଁମାନେ କରିପାରିବେ ଆବେଦନ ଜାଣନ୍ତୁ
ଖୁବ ଶୀଘ୍ର ମିଳିବ ପ୍ରଶାସନିକ ଅନୁମତି!
ସୂଚନାନୁସାରେ ଦିନେ ଦୁଇ ଦିନ ଭିତରେ ଏହି ରାସ୍ତାରେ କାର ବାଇକ ଯାତାୟତ ନିମନ୍ତେ ପ୍ରଶାସନ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ମିଳିବ। ଗାର୍ଡୱାଲ କାର୍ଯ୍ୟ ସରିଲେ ଯାତ୍ରୀବାହୀ ବସ୍ ଏବଂ ମାଲ୍ ଗାଡ଼ି ଯାତାୟତ ନିମନ୍ତେ ଅନୁମତି ମିଳିବ। ଜାତୀୟ ରାଜପଥର ସମ୍ବଲପୁର କାର୍ଯ୍ୟାଳୟରୁ ଉପର ଅଧିକାରୀ କାର୍ଯ୍ୟସ୍ଥଳ ବୁଲି ଦେଖିବା ପରେ ଗାଡି ମୋଟର ଯାତାୟତ ପାଇଁ ସବୁଜ ସଙ୍କେତ ମିଳିବା ନେଇ ସୂଚନା ମିଳିଛି।
ଆହୁରି ପଢ଼ନ୍ତୁ: Narcotics Seizure: କଟକ ରେଞ୍ଜ ଅଞ୍ଚଳରେ ନିଶା ବେପାର କରି ଜେଲ୍ ଗଲେ ୨୭୩ ଜଣ ଅଭିଯୁକ୍ତ
କେମିତି ଥିଲା ଭୂସ୍ଖଳନ
କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିର ଅନ୍ଧାରକୋଟ ଠାରେ ଗତ ସେପ୍ଟେମ୍ବର ୧୬ ତାରିଖ ଦିନ ଅପରାହ୍ଣରେ ବଡ଼ଧରଣର ଭୂସ୍ଖଳନ ଦେଖିବାକୁ ମିଳିଥିଲା। ଏହି ସ୍ଥାନରେ ପ୍ରାୟ ୨୦ରୁ ୩୦ମିଟର ପର୍ଯ୍ୟନ୍ତ ରାସ୍ତାରେ ଭୂସ୍ଖଳନ ହେବା ଦୃଶ୍ୟ ଦେଖିବାକୁ ମିଳିଥିଲା। ପାହାଡ଼ରୁ ବିରାଟ ପଥର ଓ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ବସ୍, ଟ୍ରକ୍ ଓ କାର ଅଟକି ରହିଥିଲା। ଜାତୀୟ ରାଜପଥରେ ପ୍ରକୃତିର ଏହି ତାଣ୍ଡବ ଯୋଗୁଁ ଶହଶହ ଯାନବାହନ ସେଦିନ ଅଟକି ରହିଥିଲା। ଭୂସ୍ଖଳନ ଯୋଗୁଁ ୩ଟି ରାଜ୍ୟ (ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ)କୁ ଯାନବାହନ ଚଳାଚଳ ଅଟକି ଯାଇଥିଲା। ୧୫୭ ନମ୍ବର ବିଜୟୱାଡ଼ା-ରାଞ୍ଚି ରାଜପଥରେ କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଂଗପୁର ଲୋକେ ଯାତାୟତ କରିଥାନ୍ତି। ଏହି ରାସ୍ତା ଅବରୋଧ ହେବା ଦ୍ବାରା ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ଲୋକେ ପ୍ରଭାବିତ ହୋଇଥିଲେ। ଏଠାରେ ଦୀର୍ଘ ମାସ ହେଲା ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ଏକ ଠିକା ସଂସ୍ଥା ରାସ୍ତା ଚଉଡ଼ା କାର୍ଯ୍ୟ ଜାରି ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/31/kalinga-ghati-2025-10-31-19-35-21.jpg)
